ରେଳ କର୍ମଚାରୀ ପୁରସ୍କୃତ  

 ଜଟଣୀ: ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଏଚ୍.ଏସ୍. ବାଜୱା କର୍ମକ୍ଷେତ୍ରରେ ସଜାଗ ଏବଂ ସତର୍କତା ପାଇଁ ଆଠଜଣ ରେଳ କର୍ମଚାରୀଙ୍କୁ ପୁରସ୍କୃତ କରିଛନ୍ତିଜ୍ଝ ଟ୍ରେନ୍ ସେବାଗୁଡିକର ନିରାପତ୍ତା କାର୍ଯ୍ୟକୁ ସୁଗମ ଓ ସୁନିଶ୍ଚିତ କରିବାରେ ସେମାନଙ୍କର ତୁରନ୍ତ କାର୍ଯ୍ୟ କାରିତା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହି ସମାରୋହରେ ପି.କେ ବେହେରା ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ, ଶୁଭ୍ରଜ୍ୟୋତି ମଣ୍ଡଳ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ, ନମୋନାରାୟଣ ମୀନା ଖୋର୍ଦ୍ଧାରୋଡ଼ର ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତଥିଲେ । ଏହି ଆଠ ଜଣ ରେଳ କର୍ମଚାରୀ ହେଲେ ସୋମନାଥ ପରିଡ଼ା ଟି.ପି.ଏମ୍./ରଘୁନାଥପୁର, ଦିବାକର ପ୍ରଧାନ ଷ୍ଟେସନ ମ୍ୟାନେଜର/ମର୍ଶାଘାଇ, ବୁଢାପଙ୍କର, ଟ୍ରାକ୍ ମେଣ୍ଟେନର ସୁବ୍ରତ ରଞ୍ଜନ ସାହୁ ଏବଂ ଆଶିଷ ସାହୁ ବାରଙ୍ଗର ଟ୍ରାକ୍ ମେଣ୍ଟେନର ଭାନୁପ୍ରତାପ ଦେବତା ଏବଂ ସନ୍ତୋଷ ଜାଲୀ, ମୋନଜ ବେହେରା, ଟ୍ରାକ୍ ମେଣ୍ଟେନର/ଭୁବନେଶ୍ୱର ଏବଂ ପ୍ରଶାନ୍ତ ଗିରି, ଟ୍ରାକ୍ ମେଣ୍ଟେନର/ଟାଙ୍ଗିରିଆପାଲ୍ । ଏହି ସଜାଗ କର୍ମଚାରୀମାନେ, ଉପରୋକ୍ତ ସେକ୍ସନରେ, ହଟ୍ ଏକ୍ସଲ୍ ହ୍ୱିଲ୍ ବର୍ଣ୍ଣ ଏବଂ ରେଳ ଫ୍ରାକ୍ଚର  ଭଳିଆ ମାମଲା ଚିହ୍ନଟ କରି ତୁରନ୍ତ ସେମାନଙ୍କ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ତତକ୍ଷଣାତ୍ ସେହି ମାର୍ଗକୁ ଟ୍ରେନ୍ ଚଳାଚଳ ପାଇଁ ସ୍ଥଗିତ ରଖି ସଂପୃକ୍ତ ଅଧିକାରୀଙ୍କ ଦ୍ୱାରା ଆବଶ୍ୟକ ମରାମତି ଏବଂ ସତର୍କତା କାର୍ଯ୍ୟ କରାଯାଇଥିଲା ।