୧୯୯୦ ବ୍ୟାଚ୍ ପକ୍ଷରୁ ରକ୍ତଦାନ ଶିବିର
ଗୋପ: ଗୋପ ନିଗମାନନ୍ଦ ହାଇସ୍କୁଲ ୧୯୯୦ ମସିହା ବ୍ୟାଚ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପୁଲୱାମା ଠାରେ ଶହୀଦ ହୋଇଥିବା ଭାରତମାତାର ବୀର ସୁପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ "ରକ୍ତଦାନ କରି ଜୀବନଦାନ ଦେବା’ ପରି ମହାନ୍ ଉଦେ୍ଦଶ୍ୟରେ ଏହି ମେଗା ରକ୍ତଦାନ ଶିବିର ଗୋପ ବ୍ଲକ ନିଗମାନନ୍ଦ ହାଇସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ପୁରୀ ବ୍ଲର୍ଡ ବ୍ୟାଙ୍କ ତରଫରୁ ଡକ୍ଟର ବିମଲ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ସମୁଦାୟ ୫୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଆଗକୁ ଯେପରି ଭାରତୀୟ ସୈନିକଙ୍କ ପାଇଁ ରକ୍ତର ସମସ୍ୟା ନ ରହିବ ସେଥିପାଇଁ ଏଭଳି ମହତ୍ତପୂର୍ଣ୍ଣ କାର୍ଯ୍ୟ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗୋପ ବିଡ଼ିଓ ଛବିରାଣୀ ସାହୁ, ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଜସ୍ମିନ ଆଫ୍ରୋଜ, ଗୋପ କଲେଜ ପୂର୍ବତନ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଖଟୋଇ, ମିଶନ ଶକ୍ତି ଗୋପ ବ୍ଲକ ସଭାନେତ୍ରୀ ମିନାକ୍ଷୀ ପୃଷ୍ଟି, ଗୋପ ଥାନା ଅଧିକାରୀ ପ୍ରଶାନ୍ତ ପଢିହାରୀ, ସମାଜସେବୀ କସ୍ତୁରୀବାଳା ସ୍ୱାଇଁ, ବରିଷ୍ଠ ଶିକ୍ଷାବିତ୍ ବିଭୁତି ଭୂଷଣ ପଟ୍ଟନାୟକ, ଅବସରପ୍ରାପ୍ତ ସେନାଧିକାରୀ ସତ୍ୟନାରାୟଣ ସେନାପତି, ତତସହିତ ଉତ୍ସର୍ଗ ପରିବାରର ପ୍ରତିଷ୍ଠାତା ବିଷ୍ଣୁ ମୋହନ ପ୍ରଦାନ, ନିଃସ୍ୱାର୍ଥ ପରିବାର ସଭାପତି ରନôାକର ସେଠି, ଏଟିଏଚ ରକ୍ସ ଗ୍ରୁପ ଓଡିଶା, ସବୁଜ ସଂକଳ୍ପ, ସମ୍ବାଦ ପରିବାର ରାମଚଣ୍ଡୀ ଶାଖାର ସଦସ୍ୟା ଏବଂ ଗୋପ ନିଗମାନନ୍ଦ ହାଇସ୍କୁଲ ୧୯୯୦ ମସିହାର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମକୁ ଆଲୁମିନର ସଭାପତି ଜୟନ୍ତୀ ବାରିକ, ଉପସଭାପତି ମିଲନ କୁମାର ମହାନ୍ତି, ସମ୍ପାଦକ ଭବାନୀ ଶଙ୍କର ସାମନ୍ତରାୟ ଏବଂ କୋଷାଧ୍ୟକ୍ଷ ସନତ କୁମାର ସେନାପତି ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ ।