ବିକଶିତ ଭାରତ ସଂକଳ୍ପ ଯାତ୍ରା
ଗୋପୀନାଥ ଦାଶ : ଗରିବ, ନିଷ୍ପେସିତଙ୍କ ଠାରୁ ଆରମ୍ଭ କରି ସମାଜର ସବୁଠୁ ଶେଷ ଧାଡ଼ିରେ ଥିବା ଅବହେଳିତ ଲୋକଙ୍କୁ ବିକାଶର ସ୍ରୋତରେ ସାମିଲ କରିବା ଏବଂ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଭାରତ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ସେଥିପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମସ୍ତ ଫ୍ଲାଗସିପ କାର୍ଯ୍ୟକ୍ରମ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏବଂ ଏସବୁ ଯୋଜନାର ସଫଳ ରୂପାୟନ ନିଶ୍ଚିତ କରାଇବା ସକାଶେ ଆରମ୍ଭ ହୋଇଛି ବିକଶିତ ଭାରତ ସଂକଳ୍ପ ଯାତ୍ରା ।
ଭାରତ ସରକାର କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ରାଜ୍ୟ ଗୁଡ଼ିକର ସହଯୋଗରେ ବିଭିନ୍ନ ଫ୍ଲାଗସିପ ଯୋଜନାର ସଫଳ ରୂପାନ୍ତର ତଥା ଠିକଣା କାର୍ଯ୍ୟକାରିତା ପାଇଁ ଏବେ ମିଶନ ଧାରାରେ କାମ ଆରମ୍ଭ କରିଛନ୍ତି । ପରିମଳ ସୁବିଧା ଅତ୍ୟାବଶ୍ୟକ ଆର୍ଥିକ ସେବା, ଏଲପିଜି ସଂଯୋଗ ସୁବିଧା, ଗରିବଙ୍କ ପାଇଁ ଘର, ଖାଦ୍ୟ ନିରାପତ୍ତା, ଉପଯୁକ୍ତ ପୁଷ୍ଟି, ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟସେବା, ସ୍ୱଚ୍ଛ ପାନୀୟ ଜଳ, ଗୁଣାତ୍ମକ ଶିକ୍ଷା ଭଳି ପ୍ଲାଗସିପ କାର୍ଯ୍ୟକ୍ରମ ଗରିବ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ଉଦ୍ଦିଷ୍ଟ । ସମସ୍ତ ଯୋଗ୍ୟ ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ହିତାଧିକାରୀଙ୍କ ନିକଟରେ ଏସବୁ ସେବା ଯେପରି ନିଶ୍ଚିତ ପହଞ୍ଚôପାରିବ ସେଥିପାଇଁ ମିଶନ ମୋଡ଼ରେ ଏହାକୁ କାର୍ଯ୍ୟକାରୀ କରାଯାଉଛି । ସମାଜର ତୃଣମୂଳସ୍ତରରେ ସବା ଶେଷ ଲୋକ ପାଖରେ ଯେପରି ଏସବୁ ମୌଳିକ ସେବା ପହଞ୍ଚôପାରିବ ସେଥିପାଇଁ ବିଭିନ୍ନ ଯୋଜନାର ଉପକାରିତା ଏବଂ ଏଥିରେ ଉପଲବ୍ଧ ସୁବିଧା ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଉଛି । ବିକଶିତ ଭାରତ ସଂକଳ୍ପ ଯାତ୍ରାର ମୂଳ ଆଭିମୁଖ୍ୟ ହେଲା ଅପହଞ୍ଚଙ୍କ ନିକଟରେ ପହଞ୍ଚôବା । ଯେଉଁମାନେ ସରକାରଙ୍କ ବିଭିନ୍ନ ସ୍କିମରେ ଯୋଜନାର ସୁଫଳ ପାଇବାକୁ ହକଦାର ଏବଂ ଯୋଗ୍ୟ କିନ୍ତୁ ଏପର୍ଯ୍ୟନ୍ତ ପାଇପାରିନାହାନ୍ତି ସେମାନଙ୍କ ନିକଟରେ ପହଞ୍ଚôବା, ବିଭିନ୍ନ ଯୋଜନା ବାବଦରେ ସଚେତନତା ସୃଷ୍ଟି କରିବା ଏବଂ ସୂଚନା ପ୍ରଦାନ କରିବା ଏ କାର୍ଯ୍ୟକ୍ରମର ଲକ୍ଷ୍ୟ । ନାଗରିକ ବା ହିତାଧିକାରୀଙ୍କ ଠାରୁ ସେମାନଙ୍କ ବ୍ୟକ୍ତିଗତ ଅନୁଭୂତି ବା ପ୍ରତିକ୍ରିୟା ଜାଣିବା ଏବଂ ଆବଶ୍ୟକ ସ୍ଥଳେ ଯୋଗ୍ୟ ହିତାଧିକାରୀଙ୍କ ପଞ୍ଜୀକରଣ କରିବା ମଧ୍ୟ ଏହି ଯାତ୍ରାର ଉଦେ୍ଦଶ୍ୟ । ଜନଜାତୀୟ ଗୌରବ ଦିବସ ଅବସରରେ ଏହି ଯାତ୍ରା ଆରମ୍ଭ ହୋଇଥିଲା । ଅଧିକ ଆଦିବାସୀ ଜନସଂଖ୍ୟା ଥିବା ଜିଲ୍ଲା ଗୁଡ଼ିକରେ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ ଭ୍ରାମ୍ୟମାଣ ଯାନ ଜରିଆରେ ଏ ବିଷୟରେ ଲୋକଙ୍କୁ ସଚେତନ କରାଯିବା ପ୍ରକ୍ରିୟା ଜାରି ରହିଛି । ଦେଶର ସବୁ ଜିଲ୍ଲାକୁ ଏହି ଯାତ୍ରା ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯିବାର ଲକ୍ଷ୍ୟ ରହିଛି । ଓଡ଼ିଶାରେ ନଭେମ୍ବର ୧୫ ବିର୍ସାମୁଣ୍ଡା ଜୟନ୍ତୀରୁ ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଆଦିବାସୀ ଅଧୁ୍ୟଷିତ କୋରାପୁଟ, ମାଲାକାନାଗିରି, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ବେଶ ସଫଳ ହୋଇଛି । ବର୍ତ୍ତମାନ ଏଲଇଡ଼ି ୱାଇ, ପ୍ରଚାର ପତ୍ର, ସେଲଫି ପଏଣ୍ଟ, ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ସଚିତ୍ର ସୂଚନା ଥିବା ୭୫ ଭ୍ରାମ୍ୟମାଣ ଯାନ ଓଡ଼ିଶାର ୩୦ ଜିଳ୍ଲାରେ ବୁଲି କେନ୍ଦ୍ର ସରକାରଙ୍କ ବିକାଶମୂଳକ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଉଛି । ଏହି ଅଭିଯାନରେ ଅତିରିକ୍ତ ୩୦ଯାନ ସାମିଲ କରାଯାଇ ମୋଟ ୧୦୫ଟି ଯାନରେ ରାଜ୍ୟର ୩୦ ଜିଲ୍ଲାର ୬୭୯୪ ଗ୍ରାମ ପଞ୍ଚାୟତକୁ ସଚେତନତା ଯାତ୍ରା କାର୍ଯ୍ୟକ୍ରମ ପହଞ୍ଚାଇବାର ଲକ୍ଷ୍ୟ ରହିଛି । ବିକଶିତ ଭାରତ ସଂକଳ୍ପ ଯାତ୍ରା ଅଭିଯାନରେ ପିଏମ ଉଜ୍ଜ୍ୱଳା, କୃଷି ବିଭାଗ, ପିଏମ ଜନଔଷଧି କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ବିଭାଗ, ଡାକ ଏବଂ ବ୍ୟାଙ୍କ ଆଦି ବିଭିନ୍ନ ସ୍କିମର ପ୍ରଚାର ଷ୍ଟଲକୁ ସାମିଲ କରାଯାଇଛି । ପିଏମ ଜନଔଷଧି କାର୍ଯ୍ୟକ୍ରମ ଅଧୀନରେ ସାଧାରଣ ଲୋକଙ୍କୁ ସ୍ୱଚ୍ଛ ମୂଲ୍ୟରେ ସିଲିଣ୍ଡର ସହ ଗ୍ୟାସ ସଂଯୋଗ ଏବଂ ଷ୍ଟୋଭ ଗୁଣାତ୍ମକ ଔଷଧ ଯୋଗାଇବାର ବ୍ୟବସ୍ଥା ହୋଇଛି । ହିତାଧିକାରୀ ଏହାର ସୁଯୋଗ ନେଇପାରୁଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ସୁକନ୍ୟା ସମୃଦ୍ଧି ସ୍କିମ, ପିଏମ କିଷାନ ସମ୍ମାନ ନିଧି ଯୋଜନା, ପିଏମ ଉଜ୍ଜ୍ୱଳା, ହର ଘର ଜଲ, ପିଏମ ଆବାସ ଯୋଜନା, ଆତ୍ମନିର୍ଭର ଭାରତ ଆଦି ଯୋଜନାର ହିତାଧିକାରୀ ଏହି ଯାତ୍ରାକାଳରେ ସେମାନଙ୍କ ଅନୁଭୂତି ମଧ୍ୟ ବର୍ଣ୍ଣନା କରୁଛନ୍ତି । କୃଷି କ୍ଷେତ୍ରରେ ଅଧିକ ଉତ୍ପାଦନ ପାଇଁ କୃଷକଙ୍କୁ ତାଲିମ ପ୍ରଦାନ ଲାଗି ଗ୍ରାମ ପଞ୍ଚାୟତ ସ୍ତରରେ ଅଭିଯାନ କାଳରେ ଡ୍ରୋନ ଜ୍ଞାନକୌଶଳର ମଧ୍ୟ ପ୍ରଦର୍ଶନ କରାଯାଉଛି । ଏହା ବ୍ୟତୀତ କାର୍ଯ୍ୟକ୍ରମ ସ୍ଥଳରେ ଜାତୀୟ ଏକତା ଏବଂ ସଂହତି ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସ୍ଥାନୀୟ କଳାକାର ଏବଂ ଅନ୍ୟାନ୍ୟ ସାଂସ୍କୃତିକ ଦଳ ପକ୍ଷରୁ ସୂଚନାଧର୍ମୀ ତଥ୍ୟ ସମ୍ବଳିତ କାର୍ଯ୍ୟକ୍ରମ ପରିବେଷଣ ସହିତ ଜନସାଧାରଣଙ୍କୁ ସଚେତନ କରାଯାଉଛି । ହମାରା ସଂକଳ୍ପ ବିକଶିତ ଭାରତ ହେଉଛି ଏକ ଦେଶବ୍ୟାପୀ ଜନସଚେତନତା ଅଭିଯାନ ଯାହା ମାଧ୍ୟମରେ ସରକାରଙ୍କ ବିଭିନ୍ନ ସ୍କିମ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବା ସହିତ ଯୋଜନାକୁ ବଞ୍ଚôତ ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଜୀକୃତ କରିବ । ଦେଶ ଏବଂ ବିଭିନ୍ନ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ, ନଗର ପଞ୍ଚାୟତ ଏବଂ ଅର୍ବାନ ଲୋକାଲ ବଡ଼ିରେ ଏହି ସଚେତନତାର ବାର୍ତ୍ତା ପ୍ରଚାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଶେଷ କରି ବିକଶିତ ଭାରତର ଭିଜନ ବା ଦୂରଦୃଷ୍ଟିକୁ ବାସ୍ତବ ରୂପାୟନ ଦେବା, ସମସ୍ତ ସ୍କିମର ଉପକାରିତା ଯେପରି ସବୁ ହିତାଧିକାରୀଙ୍କ ନିକଟରେ ପହଞ୍ଚô ପାରିବ ସେ ବିଷୟ ସୁନିଶ୍ଚିତ କରାଇବା ନିମନ୍ତେ ଏହି ଅଭିଯାନରେ ବିଭିନ୍ନ ମନ୍ତ୍ରାଳୟ / ସରକାରୀ ବିଭାଗ, ରାଜ୍ୟ ସରକାର, କେନ୍ଦ୍ର ସରକାରୀ ସଂସ୍ଥା ସକ୍ରିୟ ଭାବେ ସାମିଲ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ୨୫ ବର୍ଷ ଭିତରେ ଭାରତକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେବା ଏବଂ ପରସ୍ପର ମଧ୍ୟରେ ସହଯୋଗ ଓ ସହାୟତାର ହାତ ବଢ଼ାଇବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ବିଶେଷକରି ଦେଶକୁ ୨୦୪୭ ମସିହା ସୁଦ୍ଧା ବିକଶିତ କରିବା ପାଇଁ ସମସ୍ତେ ନିଜର ସାଧ୍ୟ ଅନୁସାରେ ସହଯୋଗ କରିବା ଏବଂ ନିଜର ଦୂରଦୃଷ୍ଟି ଓ ସାମର୍ଥ୍ୟ ଦେଶ ହିତରେ ବିନିଯୋଗ କରିବାକୁ ବିକଶିତ ଭାରତ ସଂକଳ୍ପ ଯାତ୍ରା ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି କହିଛନ୍ତି । ଏହି ଯାତ୍ରାକୁ ସଫଳ କରିବା କ୍ଷେତ୍ରରେ ଆମ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
ବରଦା, ବାଲିଚନ୍ଦ୍ରପୁର, ଯାଜପୁର
ଋ-ଜ୍ଞବସକ୍ଷ : ଶକ୍ଟକ୍ଟ୍ରସଦ୍ଭବଗ୍ଧଷୟବଗ୍ଦ୦୦୮ଅଶଜ୍ଞବସକ୍ଷ.ମକ୍ଟଜ୍ଞ