ବିକାଶ କାର୍ଯ୍ୟକ୍ରମର ସମୀକ୍ଷା କଲେ ବିଧାୟକ
ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ୍ର ବନ୍ୟା ବିପନ୍ନ ଧୋୟାଞ୍ଚଳର ବିକାଶ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ସହିତ ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ କରିବା ପାଇଁ ଧୋୟାଞ୍ଚଳର ୭ଟି ପଂଚାୟତର ନିର୍ବାଚିତ ପଂଚାୟତ ପ୍ରତିନିଧିଙ୍କୁ ନେଇ ବିକାଶ କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତୀ ଗଣେଶ୍ୱର ବେହେରା ଓ ଆଜି ବିଧାୟକ ଶ୍ରୀ ବେହେରା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟା ଞ୍ଚଳର ବିଭିନ୍ନ ପଂଚାୟତ ଗସ୍ତ କରି ବିକାଶ କାର୍ଯ୍ୟକ୍ରମ ଅନୁଧ୍ୟାନ କରିବା ସହିତ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝି ଥିଲେ ଓ ଏହା ପରେ ତରଡ଼ିପାଳ ପଂଚାୟତ ଠାରେ ଧୋୟାଞ୍ଚଳର ପଂଚାୟତ ପ୍ରତିନିଧିଙ୍କୁ ନେଇ ବିଭିନ୍ନ ପଂଚାୟତରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଓ ସରକାରୀ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ବୈଠକରେ ଅଳପୁଆ ସରପଞ୍ଚ ପଦ୍ମିନୀ ବେହେରା, ସମିତିସଭ୍ୟ ରାମଚନ୍ଦ୍ର ସେଠୀ, ତରଡ଼ିପାଳ ସରପଞ୍ଚ ଦେବବ୍ରତ ନାୟକ, ସମିତିସଭ୍ୟ ନିରଞ୍ଜନ ବାରିକ, ପେଣ୍ଠପାଳ ସରପଞ୍ଚ ଅନ୍ନପୂର୍ଣ୍ଣା ସେଠୀ,ସମିତିସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳ, ସିଂହଗା ସରପଞ୍ଚ ଗଣେଶ୍ୱର ଦାସ, ସମିତି ସଭ୍ୟ ଅଭୟ ସ୍ୱାଇଁ, ଅଣ୍ଢରା ସରପଞ୍ଚ କଳ୍ପନା ଜେନା, ସମିତିସଭ୍ୟା ସସ୍ମିତା ଜେନା, ଅମୃତମଣୋହି ସରପଞ୍ଚ ନିରୁପମା ଦାସ, ସମିତି ସଭ୍ୟା ଅନ୍ନପୂର୍ଣ୍ଣା ମଲ୍ଲିକ, ବଲୁରିଆ ସରପଞ୍ଚ ଦେବକୀ ମଲିକ, ସମିତିସଭ୍ୟ ସୁରେନ୍ଦ୍ର ତରାଇ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।