ସାପ କାମୁଡାରେ ଝିଅ ମୃତ, ମା ପୁଅ ଗୁରୁତର    

 କେନ୍ଦୁଝର : କେନ୍ଦୁଝର, ୪ା୫: ସାପ କାମୁଡାରେ ୧୦ ବର୍ଷର ଝିଅ ମୃତ୍ୟ ସହିତ ମା ପୁଅ ଗୁରୁତର । ବିଳମ୍ବିତ ରାତିରେ ତେଲକୋଇ ଥାନା ଅନ୍ତର୍ଗତ କୃଷ୍ଣପୁର ଗାଁ ରେ ସାପ କାମୁଡାରେ ପରିବାରର ଜଣେ ଦୁଇ ବର୍ଷର ଶିଶୁ ସମେତ ଆଉ ଜଣେ ଗୁରୁତର ଓ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ମୃତ । ମୃତକ ହେଲେ ସମବାରୀ ଜୁଆଙ୍ଗ(୧୦) ଏବଂ ଗୁରୁତର ହେଲେ ମା କଇଁତା ଜୁଆଙ୍ଗ(୪୫) ଓ ଶିଶୁ ପୁତ୍ର ପରମେଶ୍ୱର ଜୁଆଙ୍ଗ । ରାତିରେ ଖାଇପିଇ ଘରେ ତଳେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡି ଥିଲା । ଆଜି ସକାଳୁ ସ୍ୱାମୀ ଶମ୍ଭୁନାଥ ଜୁଆଙ୍ଗ ସ୍ତ୍ରୀ କଇଁତା ଙ୍କୁ ଉଠାଇବାକୁ ଯାଇଥିବା ବେଳେ ଘରେ ସାପକୁ ଦେଖିଥିଲେ । ସ୍ତ୍ରୀ କଇଁତା ସହିତ ଦୁଇ ପୁଅଝିଅ ଅଚେତ ଅବସ୍ଥାରେ ପଡିଥିବାର  ଦେଖିଥିଲେ ।  ସଙ୍ଗେ ସଙ୍ଗେ ସାହି ଲୋକଙ୍କ ସହାୟତା ରେ ତିନି ଜଣଙ୍କୁ ତେଲକୋଇ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଡ଼ାକ୍ତର ସମବାରୀ ଙ୍କୁ  ମୃତ ଘୋଷଣା କରିଥିଲେ ।ମା ଠାରୁ କ୍ଷୀର ପିଇ ଶିଶୁପୁତ୍ର ପରମେଶ୍ୱର ମଧ୍ୟ ଗୁରୁତର ହୋଇପଡିଥିବା ଜଣାପଡିଛି । ଦୁଇ ଜଣଙ୍କ ଚିକିତ୍ସା  ଜାରି ରହିଛି ।