ବିକାଶ ଠାରୁୁ ବହୁ ଦୂରରେ ‘ଔ’ ନାଳ ପୋଲ

ତାଳଚେର:  ତାଳଚେର ପୌରପିଷଦ ଅନ୍ତର୍ଗତ ୱାର୍ଡ ଗୋପୀନାଥପୁର ଗ୍ରାମର ଶ୍ମଶାନଘାଟକୁ ଲାଗି ରହିଥିବା ବହୁପୁରାତନ ‘ଔ’ନାଳ ପୋଲ ଏବେ ବିକାଶ ଠାରୁ ବହୁ ଦୂରରେ । ପୌରପରିଷଦ ପକ୍ଷରୁ ବିଭିନ୍ନ ବିକାଶମୂଳକ କ୍ଷେତ୍ରରେ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହି ବହୁ ପୁରାତନ ରାଜା ରାଜୁଡା ଅମଳର ପୋଲ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳିଛି । ବିଶେଷ କରି ଏହି ପୋଲର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଏହା ଉପରେ କୌଣସି ଗାଡିମଟର ଚାଲିଗଲେ ଏହା ଦୋହଲିବା ଭଳି ଅବସ୍ଥା ଦେଖାଦେଉଛି । ଗୋପୀନାଥପୁରର ଗ୍ରାମର ଶତାଧିକ ପୁରୁଷ, ମହିଳା, ସ୍କୁଲ, କଲେଜ ଛାତ୍ରଛାତ୍ରୀ, ମେଡିକାଲ, ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟ ଇତ୍ୟାଦି ପ୍ରତ୍ୟେକ ଦିନ ଏହି ପୋଲଦେଇ ଯାତାୟତ କରିଥାନ୍ତି  । ସହରବାସୀଙ୍କ ପାଇଁ ଐତିହାସିକ ପଶ୍ଚିମେଶ୍ୱର ଶୈବପୀଠକୁ ଯିବାକୁ ହେଲେ ଏହି ‘ଔ’ନାଳ ପୋଲ ହେଉଛି ଏକମାତ୍ର ବିକଳ୍ପର ସୂତ୍ରଧାର  । ଏହି ପୋଲକୁ ଲାଗି ରହିଥିବା ଶାନ୍ତିଧାମ ଶ୍ମଶାନଘାଟ ରହିଛି  । ରୋଡର ଅବସ୍ଥା ଏତେ ଶୋଚନୀୟ ନକହିବା ଭଲ । ରାସ୍ତାର ଉଭୟପାଶ୍ୱର୍୍ରେ ଖାଲଖମା, ଆବଡା, ଖାବଡା ଭର୍ତ୍ତି । ନିର୍ବାଚନ ସମୟରେ ନେତାଏ ଗପ, କାହାଣୀ କହି ଲୋକଙ୍କ ମୁଣ୍ଡକୁ ୱାସ କରିବାକୁ ଚେଷ୍ଟା କରନ୍ତି ନୂଆ ନୂଆ ଉପଦେଶ ଦେଇ ଗ୍ରାମରେ କିମ୍ବା ସହରରେ ପଦଯାତ୍ରା କରିନ୍ତି  । ହେଲେ ନିର୍ବାଚନ ଶେଷ ହେଲାପରେ ସେମାନଙ୍କ ଦେଖା ଆଉ ମିଳିନଥାଏ  । ଦେଶ ଯେତେ ବିକାଶ ପଥରେ ଗଲେ ମଧ୍ୟ ଗାଁଗଣ୍ଡାର ଏପରି ଦୁର୍ଦ୍ଦଶା ପରିବର୍ତ୍ତନ ହେବାର ନା ନେଉନାହିଁ  । ଡବଲ ଇଞ୍ଜିନ ସରକାର କାମ କରୁଛି । ନୂଆଁ ସରକାର ଗଢ଼ିବା ଦିନ ଠାରୁ ଏପର୍ଯ୍ୟନ୍ତ କୌଣସି ନେତା ଏପୋଲ ଉପରେ ଦୃଷ୍ଟି ଦେଇନାହନ୍ତି  । ସେମିତି ଭଙ୍ଗାଦଦରା ଅବସ୍ଥା ଓ ବିପଦପୂର୍ଣ୍ଣ ଭାବେ ଲୋକମାନେ ଏହି ପୋଲ ଉପରେ ଚଳପ୍ରଚଳ କରୁଛନ୍ତି । ସହର ଠାରୁ ଗୋପୀନାଥପୁର ଗ୍ରାମଦେଇ ପଶ୍ଚିମେଶ୍ୱର ଶୈବପୀଠକୁ ପ୍ରାୟ ୩କିମି ବ୍ୟାପୀ ଏକ ରୋଡ ଯାଇଛି ଯାହାର ଅବସ୍ଥା ବଡ ସଙ୍କଟାପର୍ଣ୍ଣ । ପ୍ରଶାସନ କାଳବିଳମ୍ବ ନକରି ତୁରନ୍ତ ଏହି ‘ଔ’ନାଳ ପୋଲର ବିକାଶ ଓ ନିର୍ମାଣ କାର୍ଯ୍ୟ କରାଯାଇ ଲୋକଙ୍କ ଗମନାଗମନରେ ସୁଧାର ଆଣିବାକୁ ଉଭୟ ସହର ଓ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି  ।