ଶନିମନ୍ଦିରର ବାର୍ଷିକୋତ୍ସବ

  ତାଳଚେର:   ତାଳଚେର ବ୍ଲକ ଦେଉଳବେଡ଼ା ସ୍ଥିତ ଶନିମନ୍ଦିରର ୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ତାଳଚେର ଜଗନ୍ନାଥମନ୍ଦିର ସମ୍ମୁଖରେ ଥିବା ବ୍ରାହ୍ମଣୀନଦୀ ପଠା ଠାରୁ ଶତାଧିକ ଶ୍ରଦ୍ଧାଳୁ କଳସ ଯୋଗେ ଜଳ ଆଣି ସହର ପରିକ୍ରମା କରିବା ସହ ମନ୍ଦିରରେ ସ୍ଥାପନ କରିଥିଲେ । ଘଣ୍ଟଘଣ୍ଟା, ହରିନାଦ, ଝାଞ୍ଜ, ମୃଦଙ୍ଗ, କୀର୍ତ୍ତନ, ହୁଳହୁଳିରେ ସହରଟି ଆଜି ପ୍ରକମ୍ପିତ ହୋଇଥିଲା । ତେବେ ଏହି ବାର୍ଷିକ ଉତ୍ସବରେ କର୍ତ୍ତାଭାବେ ପ୍ରମୋଦ ମହାନ୍ତି ଓ ତାଙ୍କ ଧର୍ମପନôୀ ଓ ଅନ୍ୟତମ କର୍ତ୍ତାଭାବେ ସାମ୍ବାଦିକ ଚିତରଞ୍ଜନ ପାଣି ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କମିଟି ସଭାପତି ନିରଞ୍ଜନ ପ୍ରଧାନ, କି୍ରଷ୍ଣାପ୍ରସାଦ, ଗୌର ଦାସ, ଗୌରାଙ୍ଗ ପ୍ରଧାନ, ଅଶୋକ ସାହୁ, ସୁଶାନ୍ତ ବିଶିଙ୍କ ସମେତ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।