"ମାନବିକତା ବୋଧ ଓ ନିଜ ପରମ୍ପରା ପ୍ରତି ବିଶ୍ୱାସ ପାଇଁ ସାହିତ୍ୟ କାଳଜୟୀ' 

 ବାରିପଦା:  ଶ୍ରୀରାମ ଚନ୍ଦ୍ର ଭଞ୍ଜ ସାହିତ୍ୟ ସଂସଦର ୧୧ତମ ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଅଛି । ରବିବାର ବାରିପଦା ସହର ସ୍ଥିତ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାଗୃହରେ ଏହା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ପୂର୍ବତନ ସଭାପତି ସ୍ୱର୍ଗତ ଶ୍ରୀନିବାସ ପ୍ରଧାନଙ୍କୁ ଶ୍ରଦ୍ଧାଂଜଳି ଦେବାପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
 ଅନୁଷ୍ଠାନର ସଭାପତି ଡକ୍ଟର ପୁଷ୍ପା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାହିତି୍ୟକ ହରିଶଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କବିମାନେ ସବୁବେଳେ ଜୀବନର କଥା କହିଆସୁଛନ୍ତି ବୋଲି ଦୃଢକ୍ତି ପ୍ରକାଶ କରିବା ସହ ଅତୀତରେ ଏପର୍ଯ୍ୟନ୍ତ ଯେତେ ସାହିତ୍ୟ ସୃଷ୍ଟି ହୋଇଛି ସବୁଥିରେ ମଣିଷର ଜୀବନର କଥା ସୁନ୍ଦର ଭାବେ କହିଛନ୍ତି । କବିତାରେ ଯଦି ଆବେଗ ନରହିବ, ମଣିଷ ପ୍ରତି ଯଦି ଭଲପାଇବା ନରହିବ ସେ କବିତା ଶ୍ରୁତି ମଧୁର ନହେବା ସହ ଚିରକାଳ ପାଠକୀୟ ଆଦୃତି ପାଇପାରିବ ନାହିଁ ବୋଲି କହିଛନ୍ତି । ସେହିପରି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟର ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ତଥା କେନ୍ଦ୍ର ଯୁବ ସାହିତ୍ୟ ଏକାଡେମୀ ବିଜେତା ପ୍ରାବନ୍ଧିକ ଡକ୍ଟର ଶିଶିର ବେହେରା ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ । ମଣିଷ ମନରେ ନୂଆ ଚିନ୍ତା ଚେତନା ବା ଭାବାନ୍ତର ସୃଷ୍ଟି କରିପାରେ ସାହିତ୍ୟ । ମାନବିକତା ବୋଧ ଓ ନିଜର ପରମ୍ପରା ପ୍ରତି ବିଶ୍ୱାସ ଯେଉଁ ସାହିତ୍ୟରେ ଅଧିକ ସେହି ସାହିତ୍ୟ କାଳଜୟୀ ହୁଏ । ତେବେ ମୁଖ୍ୟବକ୍ତା ଭାବେ ଡକ୍ଟର ରନôାକର ସିଂହ ସମାଜ ପ୍ରତି ସାହିତ୍ୟିକର ଥିବା ଉତ୍ତର ଦାୟିତ୍ୱ ଉପରେ ଦୃଷ୍ଟିପାତ କରିଥିଲେ । ସ୍ନେହାଶିଷ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଦେବେନ୍ଦ୍ର ଆଚାର୍ଯ୍ୟ ବେଦ ପାଠ କରିଥିଲେ । ଡଃ ନିରୋଜ କୁମାର ପୋଥାଳ ଏବଂ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ମହାନ୍ତିଙ୍କୁ ଭୂମିପୁତ୍ର ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଗାଳ୍ପିକା ଡଃ ସ୍ମୃତି ପଟ୍ଟନାୟକଙ୍କୁ ଭଞ୍ଜଦୀପ' ଗଳ୍ପ ସମ୍ମାନ ପ୍ରଦାନ କରାଯାଇଥିଲା । ସଂପାଦିକା ସୁଚରିତା ମହାନ୍ତି ସମ୍ପାଦକୀୟ ପାଠ କରିଥିଲେ । ମଧୁସୂଦନ ମିଶ୍ର ଏବଂ ଭାସ୍ୱତୀ ପଣ୍ଡା କବିତା ସଂଯୋଜନା କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ଉଷା ଶତପଥି, ବାସନ୍ତୀ ଲତା ମହାପାତ୍ର, ଅଳକା ମଞ୍ଜରୀ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ରାଜ୍ୟର ବିଭନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ କବି କବିତା ପାଠ କରିଥିଲେ ।