ବିକାଶ ପରିଷଦ ପକ୍ଷରୁ ଛାତ୍ରୀ ଆତ୍ମାହୁତି ଘଟଣାର ନ୍ୟାୟିକ ତଦନ୍ତଦାବି

 ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକ, ସମ୍ପାଦକ ଗୋପୀନାଥ ତ୍ରିପାଠୀ, ଶରତ ବିଶ୍ୱାଳ, ପ୍ରଭାତ ମଲିକ ସନ୍ତୋଷ ବିଶ୍ୱାଳ, ବଳରାମ ବେହେରା କୁଳମଣି ଦାସ, ରୀନା ଦଳାଇ ଆଶାଲତା ସୂତାର, ଉର୍ମିଳା ବେହେରା ପ୍ରମୁଖ  ବଡ଼ପଡା ଛାତ୍ରୀ ଆତ୍ମହୁତି ମାମଲାର ନ୍ୟାୟିକ ତଦନ୍ତ, ଜଳ ନିଷ୍କାସନ ପାଇଁ ପୌରପରିଷଦର ସମସ୍ତ ୱାର୍ଡରେ ଡ୍ରେନ ନିର୍ମାଣ, ସରକାରୀ ଜମି ଓ ରାସ୍ତା ଜବରଦଖଲମୁକ୍ତ, ବନ୍ୟା କ୍ଷତିଗସ୍ତ ଚାଷୀଙ୍କୁ କ୍ଷତିପୂରଣ ଓ ଧୋଇ ଯାଇଥିବା ରାସ୍ତା ମରାମତି,୧୯ନଂ ୱାର୍ଡ ଶୁଖୁଆବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ସରକାରୀ ପଟ୍ଟା ପ୍ରଦାନ କଚେରୀ ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟ ସଂପୂର୍ଣ୍ଣ କରିବା, ସମସ୍ତ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା, କୃଷି ଜାତ ସାମଗ୍ରୀ ସୁରକ୍ଷା ପାଇଁ ଶୀତଳ ଭଣ୍ଡାର ନିର୍ମାଣ, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରିବା ଓ ଉପଖଣ୍ଡ ଚିକିସôାଧିକାରୀ ନିଯୁକ୍ତି କରିବା ଆଦି ବିଭିନ୍ନ ଦାବି ପୂରଣ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି  ।