ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ
ଜଟଣୀ: ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଓ ଏଲଟିଆଇମାଇଣ୍ଡଟ୍ରି ସିଏସଆର ମିଳିତ ଉଦ୍ୟମରେ କୌଶଳ ବିକାଶ କାର୍ଯ୍ୟକ୍ରମର ଉଦଘାଟୀତ ହୋଇଛି । ୧୦ ବର୍ଷରୁ ଅଧିକ ସମୟ ଧରି ଏହି ଦୁଇ ପ୍ରତିଷ୍ଠାନ ମଧ୍ୟରେ ଜାରିଥିବା ସଫଳ ସହଯୋଗରେ ଏହି ବର୍ଷ ୮୦୦ ଜଣ ଗ୍ରାମୀଣ ଯୁବକ-ଯୁବତୀଙ୍କୁ ଦକ୍ଷତା ପ୍ରଶିକ୍ଷଣ ଓ ଚାକିରି ସୁଯୋଗ ଦେବା ଲକ୍ଷ୍ୟ ରହିଛି । ଏପର୍ୱର୍ତ୍ତୀ ଅନେକ ବର୍ଷ ଧରି ୨୦୦୦ ରୁ ଅଧିକ ଆର୍ଥିକ ଭାବେ ପଛପଡ଼ା ଯୁବକମାନେ ଏହି ଅଭିଯାନ ଦ୍ୱାରା ଦକ୍ଷ ହୋଇ ଚାକିରି ପାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫୦ ଜଣ ଅଭ୍ୟାସୀଙ୍କୁ ସହାୟକ ଇଲେକ୍ଟ୍ରିସିଆନ ଓ ରୂପେ ବୈଶିଷ୍ଟ୍ୟପୂର୍ଣ୍ଣ ପ୍ରଶିକ୍ଷଣ ଦିଆଯିବ । ଏହି ପର୍ଯ୍ୟାୟ ଆଗାମୀ ଆର୍ଥିକ ବିକାଶ ଓ ଚାକିରି ଏବଂ ଦକ୍ଷତା ଉନ୍ନୟନ ଦିଗରେ ଓଡିଶାର ଯୁବଶକ୍ତି ପାଇଁ ଏକ ଦୃଢ଼ ଭିତ୍ତି ସୃଷ୍ଟି କରିବ । ଉଦଘାଟନ କାର୍ଯ୍ୟକ୍ରମରେ ଏଲଟିଆଇ ମାଇଣ୍ଡଟ୍ରିଙ୍କ ପୂର୍ବାଞ୍ଚଳ ଜୋନର ଆଞ୍ଚଳିକ ନିଦେ୍ର୍ଧଶକ ଜିତେନ୍ଦ୍ର ଘଂଗାସ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । ସେଏହି କାର୍ଯ୍ୟକ୍ରମ ଦ୍ୱାରା ସ୍ଥାୟୀ ଉନ୍ନତି ଓ ସାମାଜିକ ଦାୟିତ୍ୱ ପ୍ରତି ପ୍ରତିବଦ୍ଧତାକୁ ପୁନଃ ବ୍ୟକ୍ତ କଲେ । ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସ ଚ୍ୟାନସେଲର ଡ଼. ଅଜୟ କୁମାର ନାୟକ କହିଛନ୍ତି ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନେ ବ୍ୟବସାୟ ଦ୍ୱାରା ଚାହିଁଥିବା ଦକ୍ଷତା ଅଧିଗମ କରିପାରିବେ । ସେଞ୍ଚୁରିଆନର ଅର୍ଥ ନିୟନ୍ତ୍ରକ ଦେବଶିଷ ପଣ୍ଡା, ସଞ୍ଜୀବ ମିଶ୍ର, ସେଞ୍ଚୁରିଆନର ପ୍ରୋଜେକ୍ଟ ଜିଏମ, କୁମାରୀ ସ୍ୱଗତିକା ମହାପାତ୍ର, ଉପ-ପରିଚାଳନା ନିଦେ୍ର୍ଦଶକ ସାମାଜିକ ଉଦ୍୍ୟଗୀତା ବିଭାଗ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।