ଛାତ୍ର ବିଜେଡି ପକ୍ଷରୁ ମହିଳା ନିର୍ଯାତନା ବିରୋଧରେ ଡିଜିଙ୍କୁ ଦାବିପତ୍ର
ପଟ୍ଟାମୁଣ୍ଡାଇ: ରାଜ୍ୟ ବିଜେଡି ସୁପ୍ରିମୋ ପୂର୍ବତନ ମୁଖ୍ୟମନ୍ତ୍ରୀ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ସାରା ରାଜ୍ୟରେ ଦେଖାଦେଇଥିବା ମହିଳା ନିର୍ଯ୍ୟାତନା, ବ୍ୟଭିଚାର, କଲେଜ ଛାତ୍ରୀ ପୋଡି ମାମଲା ବୃଦ୍ଧି ପାଇବା ସର୍ବୋପରି ମହିଳା ଛାତ୍ରୀ ଅସୁରକ୍ଷିତ ଥିବାବେଳେ ସରକାରଙ୍କ ନିଷ୍କ୍ରିୟତା ବିରୋଧରେ ପଟ୍ଟାମୁଣ୍ଡାଇ ଯୁବଛାତ୍ର ବିଜେଡି ରାସ୍ତାକୁ ଓହ୍ଲାଇଛି ଓ ଆଜି ପଟ୍ଟାମୁଣ୍ଡାଇ ନଗର ଯୁବବିଜେଡି ସଭାପତି ଅଶୋକ ଧଳଙ୍କ ନେତୃତ୍ୱରେ ନଗର ଛାତ୍ର ବିଜେଡି ସଭାପତି ଦେବାଶିଷ ନାୟକ, ଯୁବନେତା ବାବନ ସାହୁ, ଏମ ଡି ପପୁ,ଚିତ୍ତରଞ୍ଜନ ସେଠୀ ପୂର୍ବତନ କାଉନସିଲର ମଳୟ ମଲିକ, କଲେଜ କ୍ୟାମ୍ପସ ସଭାପତି ଅନମୋଲ ରାଉତ, ଓମ ପ୍ରକାଶ ଦାଶ, ସ୍ନେହାଶିଷ ମଲ୍ଲିକ, ସୁବୋଧ ମଲିକ, ମିଟୁ ମଲିକ ପ୍ରମୁଖ ବହୁ ଯୁବଛାତ୍ର ବିଜେଡି ନେତା ଓ କର୍ମୀମାନେ ସ୍ଥାନୀୟ ହରପାର୍ବତୀ ମନ୍ଦିର ଠାରୁ ମହିଳା ସୁରକ୍ଷା କ୍ଷେତ୍ରରେ ସରକାରୀ ବିଫଳତା ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଏକ ବିରାଟ ଶୋଭାଯାତ୍ରାରେ ପଟ୍ଟାମୁଣ୍ଡାଇ ସହର ପରିକ୍ରମା କରି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ସମ୍ମୁଖରେ ପହଁଞ୍ଚି ଡିଜି ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଥାନା ଅଧିକାରୀ ବନ୍ଦନା ପାତ୍ରଙ୍କୁ ପ୍ରଦାନ କରିଥିଲେ । ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଓ ମହିଳା ନିର୍ଯ୍ୟାତନା ବିରୋଧରେ ପଟ୍ଟାମୁଣ୍ଡାଇ ଯୁବଛାତ୍ର ବିଜେଡି ପକ୍ଷରୁ ସ୍ଥାନୀୟ ମେଡିକାଲ ଛକ ଠାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜୁଶପୁତ୍ତଳିକା ଦାହ କରାଯାଇଥିଲା ।