ରେଳବାଇ ଚାକିରି ନାଁରେ ଠକେଇ, ମାଷ୍ଟର ମାଇଣ୍ଡ ଗିରଫ
ବ୍ରହ୍ମପୁର: ଉଚ୍ଚଶିକ୍ଷା ଗ୍ରହଣ ପରେ ହଜାର ହଜାର ଛାତ୍ର ଚାକିରି ପାଇବାରୁ ବଞ୍ଚôତ ହୋଇ ରହିଛନ୍ତି । ଏହାର ସୁଯୋଗ ନେଇ ଠକ ମାନେ ବିଭିନ୍ନ ସରକାରୀ ଚାକିରି କରେଇ ଦେବାର ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିବା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହିପରି ଏକ ଘଟଣା ଗତ ୨୦୨୩ ମସିହାରେ ବ୍ରହ୍ମପୁର ପୁଲିସ ହାତରେ ରେଳବାଇରେ ଚାକିରି କରେଇ ଦେବ ବୋଲି ଏକ ଠକେଇ ମାମଲା ସଦର ଥାନାରେ ପଞ୍ଜିକୃତ ହୋଇଥିଲା । ଏହାକୁ ନେଇ ବ୍ରହ୍ମପୁର ସଦର ପୁଲିସ କୁକୁଡାଖଣ୍ଡି ଶାନ୍ତିନଗର ଏ. ବିଘ୍ନେଶ୍ୱର ରାଓ ଦୋରାକୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ପୋଲିସ ଏଥିରେ ଲିପ୍ତ ଥିବା ଅନ୍ୟମାନଙ୍କୁ ଧରିବାକୁ ମଧ୍ୟ ଜାଲ ବିଛାଇଥିଲା । ଯାହାକୁ ନଜରରେ ରଖି ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡକୁ ମଧ୍ୟ ବ୍ରହ୍ମପୁର ସଦର ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି । ବିଘ୍ନେଶ୍ୱରଙ୍କ ଉପସ୍ଥିତିରେ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ୫ ଜଣ ଯୁବକଙ୍କ ଠାରୁ ଜଣେ ପିଛା ୧୨ଲକ୍ଷ ୫୦ହଜାର ଟଙ୍କା ହିସାବରେ ମୋଟ ୬୨ଲକ୍ଷ ୫୦ହାଜର ନେଇଥିଲେ ଉକ୍ତ ମହିଳା ବିଜୟଲଷ୍ମୀ ରାଉତ । କଲିକତା ଯାଇ ମେଡିକାଲ ଟେଷ୍ଟ ପରେ ନିଯୁକ୍ତି ପତ୍ର ଦିଆଯିବ ବୋଲି କୁହାଯାଇଥିଲା । ଟଙ୍କା ଦେବାର କିଛି ଦିନ ପରେ ରେଳବାଇରେ ଟିଟି ପାଇଁ ଯୁବକମାନଙ୍କ ମେଲକୁ କଲ୍ ଲେଟର, ଡକୁ୍ୟମେଣ୍ଟ ଭେରି ଫିକେସନ ରିପୋର୍ଟ ଆସିଥିଲା । କିଛି ଦିନ ପରେ ନିଯୁକ୍ତି ପତ୍ର ମିଳିଥିଲା । ଯୁବକମାନେ ନିଯୁକ୍ତି ପତ୍ର ଯାଞ୍ଚ ବେଳେ ଏହା ନକଲି ବୋଲି ଜାଣିବାକୁ ପାଇଥିଲେ । ବାରମ୍ବାର ପ୍ରତାରିତ ହେବା ପରେ ସଦର ଥାନାରେ କୃଷ୍ଣଚନ୍ଦ୍ର ଦୋରା ଏତଲା ଦେଇଥିଲେ । ପୁଲିସ ଏହି ରାକେଟର ମାଷ୍ଟର ମାଇଣ୍ଡ ବିଜୟଲକ୍ଷ୍ମୀ ରାଉତଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ବାସ ଭବନରୁ ଗିରଫ କରିଥିବା ବ୍ରହ୍ମପୁର ଏସ୍ପି ଡା. ଶରବଣା ବିବେକ ସୂଚନା ଦେଇଛନ୍ତି ।
ପ୍ରକାଶଥାଉକି, ଗଞ୍ଜାମ ଜିଲ୍ଲାର ଛତ୍ରପୁର, ବ୍ରହ୍ମପୁର ଅଞ୍ଚଳର କିଛି ଠକ ଶିକ୍ଷିତ ଯୁବକମାନଙ୍କୁ ଢାଲ କରି ରେଳବାଇରେ ଚାକିରି ଦେବେ ବୋଲି ଲକ୍ଷ ଲକ୍ଷ ଟଙ୍କା ଠକି ନେବାର ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ଠକେଇର ଚେର ବ୍ରହ୍ମପୁରରୁ କଲିକତା ପର୍ଯ୍ୟନ୍ତ ଲମ୍ବିଛି । ରେଳବାଇର କିଛି କର୍ମଚାରୀ ମଧ୍ୟ ଏହି ରେକେଟରେ ସମ୍ପୃକ୍ତ ଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ବହୁ ଶିକ୍ଷିତ ଯୁବକମାନଙ୍କୁ କଲିକତା ନେଇ ଟ୍ରେନିଙ୍ଗ ଦେଇ ଆଇ କାର୍ଡÿ ଦେବାର ମଧ୍ୟ ନଜିର ରହିଛି । ସୂଚନାଥାଉକି ମାଷ୍ଟର ମାଇଣ୍ଡ ଏକ ପେସାଦାର ଅପରାଧୀ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ଉକ୍ତ ମହିଳାଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଛି । ବ୍ରହ୍ମପୁର ସଦର ପୋଲିସ ୩୦୩/୨୫ ୟୁ/ସ ୩୧୮(୪),/ ୩୩୮/୩୩୬ (୩),୩୪୦(୨) / ୩୫୧(୨) ବିଏନଏସ୍ରେ ଗିରଫ କରି କୋର୍ଟଚାଲାଣ କରିଛି । ତେବେ ପୁଲିସ ଉକ୍ତ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଜାରି ରହିଛି ।