‘ବିକାଶ ବାହନ’ ପରିକ୍ରମା ପାଇଁ ପ୍ରସ୍ତୁତି 

 ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ଜନସାଧାରଣଙ୍କୁ ବ୍ୟାପକ ସଚେତନତା କରିବା ନିମନ୍ତେ ଚଳିତ ଜୁନ୍ ୧୨ରୁ ୨୧ ତାରିଖ ମଧ୍ୟରେ ପ୍ରତି ପଞ୍ଚାୟତରେ ଗଡ଼ିବ ବିକାଶ ବାହନ । ଏଥି ନିମନ୍ତେ ରାୟଗଡ଼ ବ୍ଲକ ସଦ୍ଭାବନା ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ ମିଶ୍ର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁଚରଣ ନାୟକ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ ଗାଡ଼ିର ଦୈନିକ ଯାତ୍ରା ଯୋଜନା, ବିଭିନ୍ନ ବିଭାଗୀୟ ସୁବିଧା ସୁଯୋଗ ବଣ୍ଟନ, ମୌଳିକ ସମସ୍ୟା ଚିହ୍ନଟ ଓ ଅଭିଯୋଗ ଗ୍ରହଣ ଆଦି ବିଷୟରେ ଆଲୋଚନା କରିଥିଲେ । ଏହି ବୈଠକରେ ଆଧାର ପଞ୍ଜିକରଣ, ଇକେୱାଇସି ସହ ନୂତନ ବ୍ୟାଙ୍କ ଆକାଉଣ୍ଟ ଆଦି ସୁବିଧା ଉପଲବ୍ଧ ନେଇ ଆଲୋଚନା କରାଯାଇଥିଲା । ଏଥିରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ ସାହୁ ଓ ଡ. ସୁନିଲ ମହାପାତ୍ର, ରେଞ୍ଜର କାମେଶ୍ୱର ଆଚାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ପଞ୍ଚାୟତସ୍ତରୀୟ ନୋଡାଲ୍ ଅଧିକାରୀ, ବ୍ଲକ୍ ଜୀବିକା ମିଶନ ମ୍ୟାନେଜର ପ୍ରମୁଖଙ୍କ ସମେତ ବ୍ଳକ୍ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ ।