ବିକାଶ ବାହନ ରଥ ପରିକ୍ରମା
ବନ୍ତ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୧ ବର୍ଷ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୧ ବର୍ଷ ପୂର୍ତ୍ତି ଅବସର ସରରେ ଆଜି ବନ୍ତ ବ୍ଲକର ଗଣିଜାଙ୍ଗ, ଓଡଙ୍ଗ ପଞ୍ଚାୟତରେ ସଚେତନତା ସଭା ସହ ଏଲଇଡି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପହଞ୍ଚାଇବା ସହ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ କାର୍ଡÿ ବଣ୍ଟନ କରାଯାଇଛି । ବିକାଶ ବାହନ ଗଣିଜାଙ୍ଗ ପଞ୍ଚାୟତରେ ପହଞ୍ଚିବା ପରେ ପଞ୍ଚାୟତ କାର୍ଯ୍ୟନିର୍ବହୀ ଅଧିକାରୀ ପ୍ରଫୁଲ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କନିଷ୍ଠ ଯନ୍ତ୍ରୀ ସୁପ୍ରଭା ପ୍ରଧାନ, ନାରୀନେତ୍ରୀ ରିତାରାଣୀ ବେହେରା, ସରପଞ୍ଚ ରଶ୍ମିତା ସେଠି, କୃଷି କର୍ମଚାରୀ ତପନ ସେଠୀ, ମେଡିକାଲ ଷ୍ଟାଫ କ୍ରିଷ୍ଣା ସାହୁ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସଚେତନ କରିଥିଲେ । ସେହିପରି ଓଡଙ୍ଗ ପଞ୍ଚାୟତରେ ପଞ୍ଚାୟତ କାର୍ଯ୍ୟନିର୍ବହୀ ଅଧିକାରୀ ଜୟ ପ୍ରକାଶ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରତିନିଧି ଚିନ୍ମୟ କୁମାର ଦାସ, ପ୍ରାକ୍ତନ ସରପଞ୍ଚ ଧନେଶ୍ୱର ପଢିହାରୀ, ଏମବିକେ ଜ୍ୟୋତିର୍ମୟୀ ପଣ୍ଡାଙ୍କ ସମେତ ସମସ୍ତ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।