ଲାଇନ୍ମ୍ୟାନଙ୍କ ଅବସର ଗ୍ରହଣ

ବାଲିପାଟଣା : ବାଲିପାଟଣା ବିଦୁ୍ୟତ୍ ବିଭାଗରେ ଦୀର୍ଘ  ବର୍ଷ ଧରି ଲାଇନ୍ ମ୍ୟାନ୍ ଭାବେ କାର୍ଯ୍ୟ କରିଥିବା ସୁରେନ୍ଦ୍ର ବେହେରା  ଅବସର ନେଇଛନ୍ତି  । ଏହି ଉପଲକ୍ଷେ ବିଦୁ୍ୟତ୍ କାର୍ଯ୍ୟାଳୟ ପରିସରରେ ବିଭାଗ ତରଫରୁ ସୁରେନ୍ଦ୍ରଙ୍କୁ  ବିଦାୟ  କାଳିନ ସମ୍ବର୍ଦ୍ଧନା ଦିଆଯାଇଛି । ସୁରେନ୍ଦ୍ର ୧୯୮୮ ମସିହାରୁ  ବିଦୁ୍ୟତ ସବ୍-ଷ୍ଟେସନରେ କାର୍ଯ୍ୟରତ ରହି ଜଣେ ମେଳାପି ତଥା ପରୋପକାରୀ ବ୍ୟକ୍ତି ଭାବେ କର୍ତ୍ତବ୍ୟ କରୁଥିଲେ । ବିଭିନ୍ନ ପ୍ରାର୍କୃତିକ  ବିପର୍ଯ୍ୟୟ ସମୟରେ ସେ ନିଷ୍ଠାର ସହିତ ସେବା କାର୍ଯ୍ୟ କରିଛନ୍ତି । ଆଜିର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମେଣ୍ଟେନାନ୍ସ ସୁପରଭାଇଜର ସିମାଞ୍ଚଳ ସ୍ୱାଇଁ, ଲାଇନ୍ ମ୍ୟାନ ତାପସ ପଟ୍ଟନାୟକ, ନରେଶ ଗ୍ରହାଚାର୍ଯ୍ୟ, ଦେବାଶିଷ ସାହୁ, ହେଲପର ନିଶାକର ବିଶ୍ୱାଳ, ପିଏ ଲାଇନ୍ ମ୍ୟାନ୍  କୃଷ୍ଣଚନ୍ଦ୍ର ମଲ୍ଲିକ୍, କମର୍ସ ଜେଇ ରାଜେଶ ନାୟକ, ଏଏମ ଆଲୋକ ମିତ୍ର ସହ  ଅନ୍ୟମାନେ ଉପସ୍ଥିତ ଥିଲେ  ।