ବିଜୁ ପକ୍କା ଘର ପେଷ୍ଟ ଉଠିବ କହିଲେ : ରବି ନାୟକ
ଭୁବନେଶ୍ୱର : ବିଜୁ ପକ୍କା ଘର ପେଷ୍ଟ ଉଠିବ କହିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ। ବିଜୁ ପକ୍କା ଘର ଛାପା କାଢ଼ିବାକୁ ଲୋକେ କହୁଛନ୍ତି। ପୂର୍ବ ସରକାର ମାତ୍ର ୩ ଲକ୍ଷ ୧୨ ହଜାର ଘର ଦେଇଥିଲେ। କେବଳ ବିଜୁ ପକ୍କାଘର କରି ନାଁ ନେଉଥିଲେ। କିନ୍ତୁ ଲୋକଙ୍କ ପାଇଁ ସେମାନଙ୍କ ଆଦୌ ଆନ୍ତରିକତା ନ ଥିଲା। ନୂଆ ସରକାର ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବାକୁ ଯୋଜନା କରୁଛନ୍ତି। ଅନ୍ୟପକ୍ଷେ,ରାଜ୍ୟରେ ୨୪ ତାରିଖରୁ ପ୍ରଧାନମନ୍ତୀ ଆବାସ ଆବାସ ସର୍ଭେ କାର୍ଯ୍ୟ ଆରମ୍ଭ ହେବ। ସର୍ଭେ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ସୂଚନା ଦେଇଛନ୍ତି। ଅଫ୍ଲାଇନ୍ ଓ ଅନ୍ଲାଇନ୍ ହିତାଧିକାରୀ ଆବେଦନ କରିପାରିବେ। ୨୪ ତାରିଖରେ ପୋର୍ଟାଲର ବିଧିବଦ୍ଧ ରାଜ୍ୟ ସରକାର ଲଞ୍ଚ କରିବେ। ଦେଢ଼ମାସରୁ ୨ ମାସ ଆବାସ ସର୍ଭେ କାର୍ଯ୍ୟ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି। ଆବାସ ସଂଖ୍ୟା ୨ରୁ ୩ କୋଟିକୁ ବଢ଼ିଛି। ଓଡ଼ିଶାକୁ ଅଧିକ ମିଳିବା ଆଶା ରଖାଯାଇଛି। ବାପାଠୁ ଭିନ୍ନ ହୋଇଥିବା ପୁଅ, ସ୍ବାମୀଠୁ ଅଲଗା ଥିବା ସ୍ତ୍ରୀ ଆବେଦନ କରିପାରିବେ। ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକ ବି ନୂଆ ଆବେଦନ କରିପାରିବେ।