ବିଜୁବାବୁଙ୍କ ସ୍ୱପ୍ନର ଓଡ଼ିଶା 

ବିପିନ ବିହାରୀ ମହାନ୍ତି : ବିଜୟାନନ୍ଦ ପଟ୍ଟନାୟକ ସଂକ୍ଷେପରେ ବିଜୁ ପଟ୍ଟନାୟକ ଆମ ଓଡ଼ିଶା ବା କଳିଙ୍ଗର ଶେଷ ସମ୍ରାଟ ବୋଲି କୁହାଯାଏ । ସେ କେବଳ ଜଣେ ପ୍ରବାଦ ପୁରୁଷ ନୁହଁନ୍ତି, ଜଣେ ବିଶ୍ୱ ପୁରୁଷ ଯାହାଙ୍କୁ ସାରା ବିଶ୍ୱ ସମ୍ମାନ ଜଣାଏ  । ବିଶ୍ୱପାଇଁ, ଏ ଦେଶ ପାଇଁ ବା ଆଉ ଯାହା ପାଇଁ ସେ ଯାହା କରିଥିଲେ ବି ସ୍ୱପ୍ନ ଥିଲା ଏ ଓଡ଼ିଶାକୁ ବିଶ୍ୱଦରବାରରେ ନୂଆ କରି ଏବଂ ସ୍ୱତନ୍ତ୍ର ଭାବରେ ଗଢ଼ି ତୋଳିବା  । ସେଥିପାଇଁ ସେ ତାଙ୍କ ଶାସନର ଅବଧି ଭିତରେ ତଥା ତାଙ୍କ ଜୀବନ କାଳରେ ଏବଂ ରାଜ୍ୟ ତଥା ଜାତୀୟ ସ୍ତରରେ ଆପ୍ରାଣ ଚେଷ୍ଟା କରିଛନ୍ତି । ସେ ଥିଲେ ଓଡ଼ିଆ ପ୍ରାଣ । ଓଡ଼ିଆ ଏବଂ ଓଡ଼ିଶା ପାଇଁ ତାଙ୍କ ହୃଦୟ ସଦାବେଳେ କାନ୍ଦି ଉଠୁଥିଲା । ଓଡ଼ିଶା ହିଁ ଥିଲା ତାଙ୍କର ସ୍ୱପ୍ନ । ଓଡ଼ିଶାକୁ ସେ ଯେଉଁ ଭାବରେ ଦେଖିବାକୁ ଚାହୁଁଥିଲେ ସେ ତାକୁ ନିଜେ ଅଭିହିତ କରିଛନ୍ତି ‘ମୋ ସ୍ୱପ୍ନର ଓଡ଼ିଶା’  । ତାଙ୍କ ସ୍ୱପ୍ନର ଓଡ଼ିଶା କ’ଣ ଥିଲା ସେ ଏକଥା ସ୍ୱର୍ଗତ ବିନୋଦ୍ କାନୁନ୍ଗୋଙ୍କ ସ୍ମୃତି ଚାରଣ ନିମନ୍ତେ ଭୁବନେଶ୍ୱରଠାରେ ଆୟୋଜିତ ହୋଇଥିବା ଏକ ସାଧାରଣ ସଭାରେ ଯେଉଁ ଭାଷଣ ଦେଇଥିଲେ ତାହାର କିୟତ୍ ଅଂଶ ଏଠାରେ ଉପସ୍ଥାପନ କଲୁ । ପ୍ରକାଶ ଥାଉକି ସେତେବେଳେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ।
ତାଙ୍କ ସ୍ୱପ୍ନର ଓଡ଼ିଶା ବକ୍ତବ୍ୟଟି ଏହିପରି : 
ମୁଁ ସ୍ଥିର କରିଛି ଆଜି ଆଉ କିଛି କହିବି ନାହିଁ, ସ୍ୱପ୍ନ ଖୋଜିବି । ଆଜି ମୋ ସ୍ୱପ୍ନର ଓଡ଼ିଶା ସମ୍ପର୍କରେ ଆଲୋଚନା କରିବାକୁ ମୋର ଇଛା । ଅତଏବ, ମୁଁ କ’ଣ ସ୍ୱପ୍ନ ଦେଖିବି? ଥରେ କବି ଗୁରୁ ରବୀନ୍ଦ୍ରନାଥ ଠାକୁର କହିଥିଲେ, ” ଯେତେବେଳେ  ତୁମେ ସ୍ୱପ୍ନ ଖୋଜିବ, ମହାନ୍ ସ୍ୱପ୍ନ ଦେଖିବା ଦ୍ୱାରା ମହାନ୍ କାର୍ଯ୍ୟ ସାଧିତ ହୋଇଥାଏ । “ ଆମେ ସମସ୍ତେ ଧ୍ରୁବ ମୃତୁ୍ୟର ପଥରେ ଯିବା ପାଇଁ ଜନ୍ମଲାଭ କରିଛୁଁ । ତେଣୁ ସ୍ୱପ୍ନ ଦେଖିବା ବେଳେ ସବୁଠୁ ମହାନ୍ ସ୍ୱପ୍ନ ଦେଖ । ତାଙ୍କ କବିତାରେ ସେ କ’ଣ କହିଥିଲେ ? “ସପନ ଦେଖେ ତୁଲ୍ବୋ ଆମି ଜାତି, ପ୍ରବାଲ୍ ଦ୍ୱୀପେ ମନି ମୁକ୍ତାର” । ଏଇ ସ୍ୱପ୍ନ ସେ ଦିନର ତରୁଣମାନଙ୍କୁ ସ୍ୱପ୍ନ ଦେଖିବା ପାଇଁ ଉଦ୍ବୁଦ୍ଧ କରିଥିଲା । ରବି ଠାକୁରଙ୍କର ସେଇ କବିତା ପଂକ୍ତି ମୁଁ ଭୁଲି ଯାଇନାହିଁ ।
ମୁଁ ଯେତେବେଳେ ଓଡ଼ିଶାକୁ ନେଇ ସ୍ୱପ୍ନ ଦେଖେ, କ’ଣ ଦେଖିବି? ଓଡ଼ିଶା ଆଜି କ୍ଷୁଦ୍ର ସ୍ଥାନଟିଏ । ଦିନେ ଏହା ଥିଲା ଭାରତର ମହାନ୍ତମ ସାମ୍ରାଜ୍ୟ । ପୃଥିବୀରେ, ଆଗରୁ ଯେତେ ଜଣାଶୁଣା ନୋ÷-ଶକ୍ତି ଥିଲା, କଳିଙ୍ଗ ଥିଲା ସେଥି ମଧ୍ୟରେ ବୃହତ୍ତମ । ସେହି କଳିଙ୍ଗ ସମଗ୍ର ଦକ୍ଷିଣ-ପୂର୍ବ ଏସିଆରେ ତା’ର ସଭ୍ୟତା ବିସ୍ତାର କରିଥିଲା । ଏପରିକି ଆଜି ମଧ୍ୟ ସେଇ ଦେଶ ଗୁଡ଼ିକରେ କଳିଙ୍ଗ ଗୋ÷ରବର ମୂକସାକ୍ଷୀ ରୂପେ ଧ୍ୱଂସାବଶେଷମାନ ଦେଖିବାକୁ ମିଳେ । ସେ ଦିନର ଉଚ୍ଚକିତ ସ୍ୱପ୍ନଠାରୁ ସୁନ୍ଦର ସ୍ୱପ୍ନ ଆଉ ମୋ ପାଇଁ କାହିଁ? ଓଡ଼ିଶା ବା କଳିଙ୍ଗ ଯେତେବେଳେ ଥିଲା ପ୍ରାଣକେନ୍ଦ୍ର, ଯେତେବେଳେ କଳିଙ୍ଗ ଥ୍ôଲା ଭାରତର ମହାନତମ ସାମ୍ରାଜ୍ୟ, ଯେତେବେଳେ କଳିଙ୍ଗର ନାବିକମାନେ ଭୟ କ’ଣ ଜାଣି ନଥିଲେ, କଳିଙ୍ଗର ମାତାମାନେ “ବୀରାଙ୍ଗନା” ରୂପେ ଅଭିହିତ ଥିଲେ, ସେ ଦିନର କଳିଙ୍ଗ ସେମିତି ଥିଲା । ତେଣୁ ସେ କାଳର ସ୍ୱପ୍ନ ମଧ୍ୟ କଳିଙ୍ଗର ଶ୍ଲାଘ୍ୟ ।
ମୋର ଏକ ବିଂଶ ଶତାବ୍ଦୀର ଓଡ଼ିଶା ସ୍ୱପ୍ନରେ ରାଜ୍ୟର ସ୍ୱାର୍ଥକୁ ନିଜର ମଣୁଥିବା ତରୁଣ - ତରୁଣୀ ଅନ୍ତର୍ଭୁକ୍ତ । ସେମାନେ ନିଜକୁ ମହିମାନ୍ୱିତ ମଣିବା, ନିଜ ଉପରେ ପ୍ରତ୍ୟୟ ରଖିବା ଆବଶ୍ୟକ । ସେମାନେ ନିଜ ଉପରେ ଆସ୍ଥା ରଖିଲେ କାହାର ଅନୁକମ୍ପା ଚାହିଁବେ ନାହିଁ । ସେମାନଙ୍କ ମସ୍ତିଷ୍କ ବୁଦ୍ଧି ଓ ଯୋଗ୍ୟତା ମାଧ୍ୟମରେ କଳିଙ୍ଗ ଇତିହାସ ସେମାନେ ପୁନରୁଦ୍ଧାର କରିବା ଉଚିତ । ମୋ ଏକ ବିଂଶ ଶତାବ୍ଦୀରେ ମୁଁ ଚାହେଁ ସୁଯୋଗ୍ୟ ଶିଳ୍ପୀ, ସୁନାମଧନ୍ୟ କାରିଗର ଏବଂ ଭାସ୍କର, ସୁମହାନ ସଂଗୀତଜ୍ଞ ଓ କବି । ଆମେ ହିଁ କୋଣାର୍କର ସ୍ରଷ୍ଟା । ଓଡ଼ିଶା ବା କଳିଙ୍ଗ ମାଟିରେ ଦିନେ “ଗୀତ ଗୋବିନ୍ଦ” ରଚିତ ହୋଇଥିଲା । ଏଇ ମାଟିରେ ମହାନ ଜ୍ୟୋତିର୍ବିଦ୍  ପଠାଣି ସାମନ୍ତ ଭୂମିଷ୍ଠ ହୋଇଥିଲେ । ତାଙ୍କ ଗଣନା ମାଧ୍ୟମରେ ସେ ଆକାଶକୁ ଚାହିଁ ଜ୍ୟୋତିବିଜ୍ଞାନର ରହସ୍ୟ ଉଦ୍ଘାଟନ କରିଥିଲେ ଏବଂ ବିଶ୍ୱକୁ ବିଦିତ କରୁଥିଲେ । ଏଇ ମାଟିରେ ମହାନ ଗଣିତଜ୍ଞ ମହାନ ଭାସ୍କର ଓ ଶିଳ୍ପୀ, ମହାନ ସଂଗୀତଜ୍ଞ , ନର୍ତ୍ତକ-ନର୍ତ୍ତକୀ ଭୂମିଷ୍ଠ ହୋଇଛନ୍ତି । ମହାନ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ଜନ୍ମଲାଭ କରିଛନ୍ତି । ମୋ ସ୍ୱପ୍ନର ଓଡ଼ିଶାରେ ସେମାନଙ୍କର ପ୍ରତିଭା ଉନ୍ମୀଳିତ ହେବା ଉଚିତ୍ ।  “କରୁଣା”ଶବ୍ଦର ଇଂରାଜୀ ପ୍ରତିଶବ୍ଦ ନାହିଁ ଯେତେବେଳେ ଜଣେ ଯୁବତୀ ଯୋଡ଼ ହସ୍ତରେ ଭଗବାନଙ୍କୁ ପ୍ରାର୍ଥନା ଜଣାଏ, ସେ ଈଶ୍ୱରଙ୍କର ଗୋଟିଏ ଆର୍ଶୀବାଦ ଭିକ୍ଷା କରେ, “ହେ ଭଗବାନ! ମୋ ଆତ୍ମାର ପାତ୍ର କରୁଣାରେ ପରିପୂର୍ଣ୍ଣ କର । ମୁଁ ଆଉ କିଛି ଚାହେଁ ନାହିଁ ।” ମୋ ସ୍ୱପ୍ନର ଓଡ଼ିଶା ସଂସ୍କୃତିର ସେଇ କ୍ଷୁଦ୍ର ରୂପରେ ସାକାର ହେବ । ଆମେ, ଆଜିର ନାରୀ ପୁରୁଷମାନେ, ଦାୟିତ୍ୱ ବହନ କରିବାକୁ ପଛଘୁଞ୍ଚା ଦେଉଛୁଁ । କାରଣ ଆମ ମନରେ ମହାନ୍ ସ୍ୱପ୍ନ ନାହିଁ । କ୍ଷୁଦ୍ର ସମସ୍ୟା, କ୍ଷୁଦ୍ର ପ୍ରବଞ୍ଚନା, କ୍ଷୁଦ୍ର ଅନୁରାଗ-ବିରାଗ, କ୍ଷୁଦ୍ର ଲାଭ ବା କ୍ଷତିର ଉତ୍ପୀଡ଼ିତ ହୋଇ ଆମେ କ୍ଷୁଦ୍ର ମଣିଷ ପାଲଟି ଯାଇଛୁଁ । ସାମୂହିକ ସଂକଳ୍ପରେ ଓଡ଼ିଶାର ସମୃଦ୍ଧି ସାଧିତ ହୋଇପାରିବ । ଆମେ ମହାନ୍ ପରମ୍ପରା ଦାୟାଦ । ପୂର୍ବ ପୁରୁଷଙ୍କ ରକ୍ତର ଝରଣା, ମନୋଜ୍ଞ ଗିରିପୁଞ୍ଜ, ସୁନ୍ଦର ନଦୀ ଧାରା, ରମଣୀୟ ସମୁଦ୍ର, ସମୃଦ୍ଧ ଅରଣ୍ୟ ସମ୍ପଦ ଆମ ରାଜ୍ୟବାସୀମାନଙ୍କ ପାଇଁ ଈଶ୍ୱରଙ୍କର ଉପହାର । ମୋ ରାଜ୍ୟବାସୀ, ମୋ ରାଜ୍ୟର ତରୁଣ- ତରୁଣୀମାନେ  ଆଗାମୀ ବର୍ଷମାନଙ୍କରେ ଈଶ୍ୱରଙ୍କର ଏ ସବୁ  ଉପହାର ବିନିଯୋଗ କରି ମହାର୍ଘ ଯନ୍ତ୍ରପାତି ନିର୍ମାଣ କରନ୍ତୁ  । ସମସ୍ତଙ୍କ ପାଇଁ ସମ୍ପଦର ସ୍ୱର୍ଣ୍ଣାଭଧାରା ଏଇ ମାଟିରେ ପ୍ରବାହିତ କରନ୍ତୁ । ସମସ୍ତଙ୍କୁ ନଯୁକ୍ତି ଦିଅନ୍ତୁ ଓ ସର୍ଜନାତ୍ମକ କର୍ମରେ ପରିଚାଳନା କରନ୍ତୁ । ମୋ ସ୍ୱପ୍ନର ଓଡ଼ିଶାରେ କୋ÷ଣସି କୃଷକର କ୍ଷେତ ଶୁଷ୍କ-ଶ୍ରୀହୀନ ରହିବ ନାହିଁ । ଆମ ମାଟିକୁ ସିକ୍ତ କରୁଥିବା ପ୍ରତିଟି ଜଳବିନ୍ଦୁ ସବୁଜ ସମ୍ଭାରର ଉପହାର ଅଜାଡ଼ି ଦେଉ । ମୋ ସ୍ୱପ୍ନର ଆଗାମୀ କାଲିର ଓଡ଼ିଶାରେ ମୁଁ ନାରୀ ନିର୍ଯାତନା ସମ୍ପର୍କରେ ପଦୁଟିଏ କାନକୁହା କଥା ବି ଶୁଣିବାକୁ ଚାହେଁନାହିଁ । ନାରୀ ପୁରୁଷ ସହିତ ସମାନ ଭୂମିକାରେ ଅବତୀର୍ଣ୍ଣା ହେବାର ସୁଦିନ ସହିତ କେମିତି ଶୀଘ୍ର ଆସିବ, ମୁଁ ଆଜି ସେଇ ସ୍ୱପ୍ନ ଦେଖୁଛି । ସେମାନେ ପୁରୁଷ ସହିତ ସମାନ ଅଧିକାର ଲାଭ କରିବେ । ସମାନ ସୁବିଧା ସୁଯୋଗ  ଉପଭୋଗ କରିବେ । ଏହା ହିଁ ମୋର ଆଗାମୀ କାଲିର ସ୍ୱପ୍ନ, ଏକବିଂଶ ଶତାବ୍ଦୀର ସ୍ୱପ୍ନ । ସେତେବେଳକୁ ମୋ ରାଜ୍ୟର କୋ÷ଣସି ଶିଶୁ ଖାଦ୍ୟାଭାବର କ୍ଲେଶ ଭୋଗ କରିବା ନାହିଁ । କ୍ଷୁଧିତ ରହିବେ ନାହିଁ କିମ୍ବା ଅପୁଷ୍ଟିକର ଶିକାର ହେବ ନାହିଁ  । 
ମୁଁ ଦେଖାଇବାକୁ ଚାହେଁ, ମୋ ରାଜ୍ୟର ପ୍ରତ୍ୟେକ ନାଗରିକ ମୁଣ୍ଡ ଗୁଂଜିବା ପାଇଁ ସୁନ୍ଦର ଛାତ ଛପର ପାଇବ, ପ୍ରତ୍ୟେକ ପରିବାର ପାନୀୟ ଜଳ ପାଇବ ଏବଂ ସବୁ ଋତୁରେ ସେ ନିରାପଦରେ ରହିପାରିବ । ସବୁଦିନିଆ ରାସ୍ତା ଓ ସେତୁ ଗମନାଗମନର ଅସୁବିଧା ଦୂର କରିବ । ବିଦ୍ୟାଳୟଗୁଡ଼ିକ ସୁଦକ୍ଷ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା ପରିଚାଳିତ ହେବ । ଡାକ୍ତରଖାନା ଗୁଡ଼ିକରେ ଯଥା ସଂଖ୍ୟକ ଅଭିଜ୍ଞ ଚିକିସôିତ ରହିବେ । ମୋ ରାଜ୍ୟର ପ୍ରତିଟି ଗଳି-କନ୍ଦିରେ ପ୍ରକୃଷ୍ଟ ସ୍ୱାସ୍ଥ୍ୟ ସେବା, ସମୁଚିତ ଶିକ୍ଷା ବ୍ୟବସ୍ଥା, ଟେଲିଫୋନ୍, ଇଲେକ୍ଟ୍ରୋନିକ୍ସ ଭଳି ଦ୍ରୁତ ଯୋଗାଯୋଗ ବ୍ୟବସ୍ଥା ରହିବ । ଆଧୁନିକ ବିଜ୍ଞାନ ଯାହା ଦେଇଛି, ଜଣେ ସାଧାରଣ ଗ୍ରାମବାସୀ ମଧ୍ୟ ସେ ସବୁରୁ ବଞ୍ଚôତ ହେବ ନାହିଁ । ପ୍ରକୃତି ଯେଉଁ ଖଣିଜ ସମ୍ପଦରେ ଆମକୁ ସମୃଦ୍ଧ କରିଛି, ବହୁ ବର୍ଷ ପର୍ଯ୍ୟନ୍ତ ଅନେକ ବଡ଼ ଶିଳ୍ପକୁ ତାହା ପୁଷ୍ଟ କରିପାରିବ । ତାହା ଇସ୍ପାତ ହେଉ କି କୋଇଲାରୁ ବିଦୁ୍ୟତ୍ ଶକ୍ତି ଉତ୍ପାଦନ ହେଉ । ଆଲୁମିନିୟମ୍ ହେଉ ବା ତୈଳ ଶୋଧନାଗାର ହେଉ, ପେଟ୍ରୋକେମିକାଲ୍ ହେଉ - ଏ ସବୁ ଆମର ଉତ୍ପାଦନ ଧାରା ପ୍ରବର୍ତ୍ତିତ କରିବ । ଆମ ରାଜ୍ୟକୁ ଆମେ ବିଶ୍ୱର ସବୁ ଦେଶର ଲୋକଙ୍କ ପାଇଁ ଆକର୍ଷଣୀୟ କରିପାରିବା  । ଆଜିର ଭାରତରେ ସାମାଜିକ ସମନ୍ୱୟ  ନାହିଁ, ଧର୍ମୀୟ ସହନଶୀଳତା ନାହିଁ, ସାମ୍ପ୍ରଦାୟିକ ସଂପ୍ରୀତି ନାହିଁ । ସତକଥା ଯେ, ଏପରି ବିଭାଜନ ଆମକୁ ସମୃଦ୍ଧ କରିପାରିବ ନାହିଁ । ମୋ ସ୍ୱପ୍ନର ଓଡ଼ିଶାରେ ସମନ୍ୱୟ , ପ୍ରଶସ୍ତ ମନୋଭାବ ଅଧିକ ମହନୀୟ ସହିଷ୍ଣୁତା ଚତୁର୍ଦ୍ଦିଗରେ ଧରି ରହୁ । ପଡ଼ୋଶୀ, ପଡ଼ୋଶୀ ମଧ୍ୟରେ ଭ୍ରାତୃଭାବ ରହୁ । ଉପସଂହାରରେ ମୁଁ ବହୁ ଦିନ ତଳେ ମେକ୍ସମୁଲାର୍ କହିଥିବା ବାକ୍ୟ ଉଦ୍ଧାର କରୁଛି - ଓଲ ଓ ଷବଙ୍ଖର ଗ୍ଧକ୍ଟ କ୍ଷକ୍ଟକ୍ଟଳ ବଲଗ୍ଧରକ୍ସ  ଗ୍ଧଷର ଙ୍ଗଷକ୍ଟକ୍ଷର ଙ୍ଗକ୍ଟକ୍ସକ୍ଷୟ ଗ୍ଧକ୍ଟ ଲସଦ୍ଭୟ କ୍ଟଙ୍କଗ୍ଧ ଗ୍ଧଷର ମକ୍ଟଙ୍କଦ୍ଭଗ୍ଧକ୍ସଚ୍ଚ ଗ୍ଧଷବଗ୍ଧ ଦ୍ଭବଗ୍ଧଙ୍କକ୍ସର ଷବଗ୍ଦ ଭରଗ୍ଦଗ୍ଧକ୍ଟଙ୍ଗରୟ ସଗ୍ଧଗ୍ଦ ଭରଗ୍ଦଗ୍ଧ, ଓ ଙ୍ଗକ୍ଟଙ୍କକ୍ଷୟ କ୍ଟ୍ରକ୍ଟସଦ୍ଭଗ୍ଧ  ଗ୍ଧକ୍ଟ ଓଦ୍ଭୟସବ” ମୁଁ ଯଦି ସମଗ୍ର ପୃଥିବୀ ଉପରେ ଦୃଷ୍ଟିପାତ  କରେ, ପ୍ରକୃତି କେଉଁ ଦେଶକୁ ଶ୍ରେଷ୍ଠ ରୂପେ ଗଢ଼ିଛି ବୋଲି ଅନୁସନ୍ଧାନ କରେ, ମୁଁ ଆଙ୍ଗୁଠି ନିଦେ୍ର୍ଦଶ କରି ଦେଖାଇବି ଭାରତବର୍ଷକୁ ।” ଆମେ ସମସ୍ତେ ଆମ ରାଜ୍ୟକୁ ମିଳିମିଶି ଏପରି ଗଢ଼ିବା ଯେ ସମଗ୍ର ପୃଥିବୀ ଦିନେ କହିବ “ଓଡ଼ିଶା ଆମ ସ୍ୱପ୍ନର ରାଜ୍ୟ ।”  ।ବିଜୁବାବୁ  ଆଜି ନାହାନ୍ତି । ତାଙ୍କ ଓଡ଼ିଶା ଅଛି ଅଥଚ ତାଙ୍କ ସ୍ୱପ୍ନର ଓଡ଼ିଶା ଏବେ ସ୍ୱପ୍ନରେ ରହିଯାଇଛି । ତାଙ୍କର ଦାୟାଦ ଏବଂ ତାଙ୍କୁ ଈର୍ଷା କରୁଥିବା ବିରୋଧୀ ମାନେ, ତାଙ୍କୁ ଭଲ ପାଉଥିବା ଓଡ଼ିଶା ମାଟିର ଅଧିବାସୀମାନେ , ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ତାଙ୍କ ନାଁ ନେଇ ଏଠି ବାହାସ୍ଫୋଟ ମାରୁଥିବା ନେତୃବର୍ଗ, ଯିଏ ତାଙ୍କୁ ଯେମିତି ଜାଣନ୍ତି ଏବଂ ତାଙ୍କ ସଂପର୍କରେ କୁହନ୍ତି ତଥା  ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଚେଷ୍ଟିତ ଅଛନ୍ତି, ସେଇ ମାନଙ୍କୁ ଆମର ପ୍ରଶ୍ନ ସେମାନେ ତାଙ୍କ ଅନ୍ତରରୁ କୁହନ୍ତୁ ସତରେ କ’ଣ  ସେମାନେ ବିଜୁ ବାବୁଙ୍କ ଆଦର୍ଶର ଅନୁପ୍ରାଣିତ ଏବଂ ଅନୁଗାମୀ ! ନା ତାଙ୍କ ନାମକୁ ସମ୍ବଳ କରି ଏ ଓଡ଼ିଶାକୁ ଶୋଷଣ କରି କେବଳ ବଂଚିବାର ସ୍ୱପ୍ନ ଦେଖନ୍ତି । 
ଅଧ୍ୟକ୍ଷ,ଜଟଣୀ,ମୋ: ୯୯୩୮୩୪୪୧୩୮