ବଢ଼ିଲା ଓମଫେଡ୍ କ୍ଷୀର ଦାମ୍

ଭୁବନେଶ୍ୱର : ଓମଫେଡ୍ କ୍ଷୀର ଦାମ୍ ବଢ଼ିଛି । ମହଙ୍ଗା ହେଲା ଓମଫେଡ୍ କ୍ଷୀର । ଶନିବାର ଓମଫେଡ୍ କ୍ଷୀର ଲିଟର ପ୍ରତି ଦାମ୍ ବୃଦ୍ଧି ପାଇଛି । ପ୍ରିମିୟମ ଓ ଟୋନେଡ୍ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇଥିବାବେଳେ ଗୋଲ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇଛି। ଏନେଇ ଓମଫେଡ୍ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଥାଉକି, ପୂର୍ବରୁ ଜୁନ୍ ୧ରେ କ୍ଷୀରର ଦର ବୃଦ୍ଧି ନେଇ ରାଜ୍ୟ ସରକାର ଘୋଷଣା କରିଥିବାବେଳେ ତାହା ଆଜିଠାରୁ ଲାଗୁ ହୋଇଛି । ଫଳରେ ଓମ୍ଫେଡ୍ କ୍ଷୀର ଲିଟର ପିଛା ୫୨ ଟଙ୍କା ଥିବାବେଳେ ଏବେ ୨ ଟଙ୍କା ବୃଦ୍ଧି ହୋଇ ୫୪ ଟଙ୍କା ହୋଇଛି। ସେହିପରି ଖାଉଟିମାନଙ୍କ ପାଇଁ ଲିଟର ପିଛା ୪ ଟଙ୍କା ବୃଦ୍ଧି ହୋଇଥିବାବେଳେ ଆଉ ୨ ଟଙ୍କା ରାଜ୍ୟ ସରକାର ବହନ କରିବେ।