ବିଜେନ୍ଦ୍ର ଗୁପ୍ତା ହେବେ ଦିଲ୍ଲୀ ବିଧାନସଭାର ବାଚସ୍ପତି, ମୋହନ ସିଂ ବିଷ୍ଟ ହୋଇପାରନ୍ତି ଉପାଧ୍ୟକ୍ଷ

 ଦୀର୍ଘ ୨୭ ବର୍ଷର ଅପେକ୍ଷା ପରେ ଦିଲ୍ଲୀ ପୁଣି ବିଜେପି ଦଖଲ କରିଛି । ଆଜି ଦିଲ୍ଲୀରେ ପୁଣି ବିଜେପି ସରକାର ଗଠନ କରିବାକୁ ଯାଉଛି । ଏହି କ୍ରମରେ ପୁରା ଦିଲ୍ଲୀ ଗେରୁଆମୟ ହୋଇଛି । ଦିନ ୧୧.୩୦ ରେ ରାମଲୀଳା ମୈଦାନରେ ରେଖା ଗୁପ୍ତି ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ୬ ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେବେ । ସେପଟେ ଦିଲ୍ଲୀ ବିଧାନସଭାର ବାଚସ୍ପତି ହେବେ ବିଜେନ୍ଦ୍ର ଗୁପ୍ତା । ଉପାଧ୍ୟକ୍ଷ ଭାବେ ମୋହନ ସିଂ ବିଷ୍ଟ ଚୟନ ହୋଇପାରନ୍ତି । ସୂତ୍ର ସୂଚନା ମୁତାବକ ଶପଥ ଗ୍ରହଣ ପରେ ବିଜେନ୍ଦ୍ର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହୋଇପାରେ ।