ବିଜେପିର କର୍ମୀ ସମ୍ମିଳନୀ
ବାଲେଶ୍ୱର : ବାଲେଶ୍ୱର ସଦର ବିଧାନସଭା ଅନ୍ତର୍ଗତ କଷାଫଳ ପଞ୍ଚାୟତରେ ସଦର ବିଜେପି ପକ୍ଷରୁ ଏକ ବିଶାଳ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟିକୁ ଭରସା କରି ସାରା ଓଡିଶାରେ ତୃଣମୂଳ ସ୍ତରରୁ ବହୁ ନେତା ଓ କର୍ମୀ ଭାରତୀୟ ଜନତା ପାର୍ଟିରେ ସାମିଲ ହେଉଛନ୍ତି । ଏହାର ଅନୁରୂପ ବାଲେଶ୍ୱର ସଦର ବିଧାନସଭାରେ ମଧ୍ୟ ବହୁ ବିଜେଡି ଦଳର ନେତା ଓ କର୍ମୀ ବିଜେପି ସଦର ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ ଦୃଢ ନେତୃତ୍ୱକୁ ସ୍ୱୀକାର କରି ବିଜେପିରେ ଯୋଗ ଦେଉଛନ୍ତିି । ନିର୍ବାଚନ ଯେତେ ପାଖେଇ ଆସୁଛି ତୃଣମୂଳ ସ୍ତରରେ ମାନସ ଦତ୍ତଙ୍କ ଲୋକପ୍ରିୟତା ଆହୁରି ଅଧିକ ମାତ୍ରାରେ ବଢିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ କଷାଫଳରେ ସଦର ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ବହୁ ବିଜେଡି ଓ କଂଗ୍ରେସ ଦଳର ନେତା, କର୍ମୀ ବିଭିନ୍ନ ଦଳ ପରିତ୍ୟାଗ କରି ଆଜି ବିଧିବଦ୍ଧ ଭାବେ ବିଜେପି ପରିବାରରେ ସାମିଲ ହୋଇଛନ୍ତି । ସମସ୍ତ ବନ୍ଧୁଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଯାଇ ଦଳରେ ସାମିଲ କରାଯାଇଥିଲା । ଦଳରେ ମିଶିଥିବା ଅନୁଭବୀ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତି ବୁଥ ସ୍ତରରେ ଦଳର ସାଙ୍ଗଠନିକ ସ୍ଥିତିକୁ ଆହୁରି ଅଧିକ ସୁଦୃଢ କରିବା ସହିତ ଅଧିକରୁ ଅଧିକ ଜନତାଙ୍କ ଆସ୍ଥାଭାଜନ ହେବାରେ ସହାୟକ ହେବା ସହ ବାଲେଶ୍ୱର ସଦରରେ ପରିବର୍ତ୍ତନ ହେବ ବୋଲି ବିଧାୟକ ପ୍ରାର୍ଥୀ ମାନସ ଦତ୍ତ ମତପ୍ରକାଶ କରିଛନ୍ତିି । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ, ସରପଞ୍ଚ ଜୟନ୍ତୀ ଆଦିକ, ସମିତିସଭ୍ୟା ପ୍ରିୟଙ୍କା ଜେନା, ନାଏବ ସରପଞ୍ଚ ପ୍ରିୟରଞ୍ଜନ ପୃଷ୍ଟି, ପଞ୍ଚାୟତ ସଭାପତି ମୁକୁନ୍ଦ ଆଦିକ, ସୌଭାଗ୍ୟ ମାନସ ନାୟକ, ମନ୍ମଥ ବେହେରା, ସତ୍ୟଜିତ ଜେନା, ପ୍ରଭାତ ବେହେରା, ହରିଶ୍ଚନ୍ଦ୍ର ଦଳାଇ, ହରେକୃଷ୍ଣ ଖଣ୍ଡା, ବେଣୁଧର ସେଠୀ, ଶମ୍ଭୁନାଥ ଶାବଳ, ଆନନ୍ଦ ପରିଡା, ବେଣୁଧର ସିଂ, ଜୟାନନ୍ଦ ପାତ୍ର, ପ୍ରଭାସ ପାତ୍ର, ବେଣୁଧର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।