ଅଙ୍ଗନବାଡିରେ ମିଳୁନି ପୁଷ୍ଟିକର ଖାଦ୍ୟ : ଧାରଣାରେ ମହିଳା
ନୀଳଗିରି : ନୀଳଗିରି ବ୍ଲକ ଅଧୀନ ମିତ୍ରପୁର ନିକଟ କେପି ଲାଖରାଜ ପଞ୍ଚାୟତର ମଖାପଦା ଅଙ୍ଗନବାଡ଼ି କେନ୍ଦ୍ରରେ ଗର୍ଭବତୀ ଓ କୋମଳମତି ଶିଶୁଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ । ଏ ନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ପରେ ବି ଶୁଣିଲାନି ପ୍ରଶାସନ । ଫଳରେ ବାଧ୍ୟ ହୋଇ ନୀଳଗିରି ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା ।
ମଖାପଦା ଅଙ୍ଗନବାଡିÿି କେନ୍ଦ୍ରରେ ଗର୍ଭବତୀ ମା’ ଓ କୋମଳମତି ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ମିଳୁନାହିଁ । ପ୍ରି-ସ୍କୁଲ ପିଲାମାନଙ୍କୁ ମଧ୍ୟ ଗରମ ରନ୍ଧା ଖାଦ୍ୟ ଠିକ୍ ଭାବେ ଅଙ୍ଗନବାଡି କର୍ମୀ ଦେଉନାହାନ୍ତି । ଅଭିଯୋଗ କଲେ କିଛି ଲୋକଙ୍କୁ ପୋକରା ଖାଦ୍ୟ ଦେଉଛନ୍ତି ଅଙ୍ଗନବାଡ଼ି କର୍ମୀ ରେବତୀ ସିଂ । ଏ ସମସ୍ତ ବିଷୟରେ ପଚାରିଲେ ଅଙ୍ଗନବାଡ଼ିି କର୍ମୀ ଆମ୍ଭମାନଙ୍କୁ ଗାଳି ଗୁଲଜ କରୁଛନ୍ତି ତତ୍ ସଙ୍ଗେ ଧମକାଉଛନ୍ତି । ଯାଞ୍ଚ କମିଟି ମାତୃ କମିଟି ଗଠନ କରି ନାହାନ୍ତି । କୌଣସି ଦିନ ମିଟିଂ କରନ୍ତି ନାହିଁ କି ଗୃହ ପରିଦର୍ଶନ କରନ୍ତି ନାହିଁ । ଖାଦ୍ୟକୁ ବେନିଫିସାରୀଙ୍କୁ ଧରାଇ ଫୋଟ ଉଠାଇ ନେଉଛନ୍ତି, ତାପରେ ଖାଦ୍ୟ ରଖି ଦେଉଛନ୍ତି । ପଚାରିଲେ ଖାଦ୍ୟ ତମ ମାନଙ୍କ ପାଇଁ ଆସିନାହିଁ । ଖାଦ୍ୟ ସବୁ ନେଇ ଗ୍ରାମରେ ଥିବା ତାଙ୍କ ଦୋକାନରେ ବିକ୍ରି କରୁଛନ୍ତି । ମଖାପଦା ଅଙ୍ଗନବାଡି କେନ୍ଦ୍ରର କର୍ମୀ ଶ୍ରୀମତି ସିଂଙ୍କୁ ଚାକିରିରୁ ବାହାର କରିବା ସହିତ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ମହିଳାମାନେ ପ୍ରଶାସନ ନିକଟରେ ବହୁବାର ଅଭିଯୋଗ କରିଛନ୍ତି । କିନ୍ତୁ ପୂର୍ବରୁ ବହୁବାର ପ୍ରଶାସନ ତାଙ୍କ ଗୁହାରି ଶୁଣିନାହିଁ । ଯାହାକୁ ବିରୋଧ କରି ଆଜି ନୀଳଗିରି ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ମହିଳାମାନେ । ପରେ ନୀଳଗିରି ବିଡିଓ ବିକ୍ରମ କିଶୋରୀ ପରିଡା ଧାରଣାସ୍ଥଳରେ ପହଞ୍ଚô ପନ୍ଦର ଦିନ ମଧ୍ୟରେ ତଦନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।