ବିଜେପିର ଜୁମ୍ଲା ପ୍ରତିଶ୍ରୁତି, ଗଣ ବିକ୍ଷୋଭ ସଭାରେ ଗର୍ଜିଲା ବିଜେଡି
ାା ପ୍ରଭାନୁ୍ୟଜ୍ ।ା ନୀଳଗିରି: କଥା ଦେଇ ଭଣ୍ଡେଇ ଦେଲେ ରାଜ୍ୟ ବିଜେପି ସରକାର । ୨୦୨୪ସାଧାରଣ ନିର୍ବାଚନରେ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଶାସନ ଗାଦିକୁ ଆସିବା ପରେ ନିର୍ବାଚନୀ ଇସ୍ତାହାରରେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିବାରେ ବିଜେପିର ମୋହନ ସରକାର ପଛଘୁଞ୍ଚା ଦେଇଛନ୍ତି ବୋଲି ଆଜି ନୀଳଗିରି ବିଜେଡି ଦଳ ପକ୍ଷରୁ ଆୟୋଜିତ ଗଣବିକ୍ଷୋଭ ସଭାରେ ତୀବ୍ର ବିରୋଧ କରାଯାଇଛି । ନିର୍ବାଚନ ପୂର୍ବରୁ ବିଶେଷ କରି ୬୦ବର୍ଷରୁ ଉଦ୍ଧ୍ୱର୍ ଭତ୍ତାଧିକାରୀଙ୍କୁ ୩ହଜାର ଟଙ୍କାର ମାସିକ ଭତ୍ତା, ୮୦ବର୍ଷରୁ ଉର୍ଦ୍ଧ୍ୱ ଓ ୮୦ପ୍ରତିଶତ ବିକଳାଙ୍ଗଙ୍କୁ ମାସିକ ୩୫୦୦ ଟଙ୍କା ଭତ୍ତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ମାତ୍ର ଏହା ବିଜେପିର ଜୁମ୍ଲା ପ୍ରତିଶ୍ରୁତି ଥିଲା ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ଏଥିନେଇ ଆଗାମୀ ଦିନରେ ବ୍ୟାପକ ଜନ ସଚେତନ ସହିତ ଆନେ୍ଦାଳନ କରାଯିବ ବୋଲି କୁହାଯାଇଛି । ଏଥିସହିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ଟଙ୍କା, ସୁଭଦ୍ରା ଯୋଜନାରେ ସମସ୍ତ ବର୍ଗର ବିବାହିତ ମହିଳାମାନଙ୍କୁ ସାମିଲ କରି ଗୋଟିଏ କିସ୍ତିରେ ୫୦ହଜାର ଟଙ୍କା ପ୍ରଦାନ ଭଳି ଦାବୀ ଉଥାପନ କରାଯାଇ ବିଜେପିକୁ ଘେରିଥିଲେ । ଏହି ଅବସରରେ ବିଜେଡ଼ି କାର୍ଯ୍ୟକର୍ତ୍ତା, ନେତୃବୃନ୍ଦ ନୀଳଗିରି ଜଗନ୍ନାଥ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଗଣଧାରଣା ସମାବେଶରେ ଯୋଗ ଦେଇଥିଲେ । ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବାଲେଶ୍ୱର ଲୋକସଭା ବିଜେଡ଼ି ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତ ସିଂହାର, ରାଜ୍ୟ ବିଜେଡ଼ି ଯୁବଜନତା ଦଳର କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ, ଜିଲ୍ଲା ବିଜେଡି ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବାଲେଶ୍ୱର ଚେୟାରମ୍ୟାନ ନାରାୟଣ ପ୍ରଧାନ, ଆଦିବାସୀ ନାରୀନେତ୍ରୀ ସୁନିତୀ ସିଂ, ରାଜ୍ୟ ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଉଦୟଜ୍ୟୋତି ମହାନ୍ତି, ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଏନଏସି ଅଧ୍ୟକ୍ଷା ଅମ୍ବିକା ଦାସ, ଗଙ୍ଗାଧର ମିଶ୍ର, ମଦନ ମୋହନ ମାଝୀ ପ୍ରମୁଖ ସାମିଲ ରହି ବିଜେପି ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତି ଉପରେ ବର୍ଷିଥିଲେ ।