ବିଜେପିର ପ୍ରତିଷ୍ଠା ଦିବସ
ବାଲେଶ୍ୱର : ବାଲିଆ ସ୍ଥିତ ରେମୁଣା ବିଜେପି କାର୍ଯ୍ୟାଳୟରେ ୪୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବାଘାଯତୀନ ମଣ୍ଡଳ ସଭାପତି ଉମାକାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ, ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ନାରୀ ନେତ୍ରୀ ଶୋଭନା ମହାନ୍ତି, ପୂର୍ବତନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା, ଯୁବମୋର୍ଚ୍ଚା ଉପସଭାପତି ନାରାୟଣ ମହନ୍ତ ପ୍ରମୁଖ ଉପସ୍ଥିତ ରହି ଦଳର ପୃଷ୍ଠଭୂମି ବିଷୟରେ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ କହିଥିଲେ । ବିଧାୟକ ଶ୍ରୀ ଦାସ ସମସ୍ତଙ୍କୁ ଦଳର ପୃଷ୍ଠଭୂମି ବିଷୟରେ ଆଲୋଚନା କରିବା ସହିତ ଦଳ ପାଇଁ ନିସ୍ୱାର୍ଥପର ଭାବ, ଅନେକ ତ୍ୟାଗ-ସମର୍ପଣ ଦେଇ କାର୍ଯ୍ୟରତ ରହିଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ସହ ଶୁଭେଚ୍ଛା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁବୋଧ ଚନ୍ଦ୍ର ପଣ୍ଡା, ବିଜୟ କୁମାର ପଲେଇ, ବିପିନ ମାରାଣ୍ଡି, ନରେନ୍ଦ୍ର ନାୟକ, ରମେଶ ଚନ୍ଦ୍ର ଜେନା, ଅଜୟ ଦାସ, ସରପଞ୍ଚ ରମା ଦିଦି, ସମିତି ସଭ୍ୟ ଭଗବାନ ସାହୁ, ତରୁଣ ଆଚାର୍ଯ୍ୟ, ସୁରେଶ ସ , ବିଜୟ ମିଶ୍ର, ଗଜେନ୍ଦ୍ର ସେଠୀ, ସଞ୍ଜିବ ପ୍ରଧାନ, ରାକେଶ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।