ଓଡ଼ିଆ ପୁଅ ହେଲେ କୋଟିପତି : ମାତ୍ର ୪୯ ଟଙ୍କା ଲଗାଇ ଜିତିଲେ ଥାର ଗାଡି ଓ ୩ କୋଟି

ମାତ୍ର ୪୯ ଟଙ୍କା ଵିନିଯୋଗ କରି ୩ କୋଟି ଟଙ୍କା ଜିତିଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଆରଖପଦା ଗାଁର ଯୁବକ ଅନୀଲ ତରାଇ । ଅନଲାଇନ ଗେମ ବଦଳାଇଦେଲା ଭାଗ୍ୟ । ତାଙ୍କ ବାପା ଜଣେ ମାଛ ବ୍ୟବସାୟୀ ହୋଇଥିବା ବେଳେ ଅନୀଲ ଗାଁରେ ରହି ଚାଷ କାମ କରନ୍ତି । ତାଙ୍କ ସାଙ୍ଗ ସାଥି ଅନଲାଇନରେ ଗେମ୍ ଖେଳୁଥିବା ଦେଖି ଅନୀଲ ମାତ୍ର ଚାରି ଦିନ ତଳେ ୧୧ ଜଣିଆ ଟିମ୍ କରି ମାଇ ଇଲେଭେନ୍ ସର୍କଲ ଗେମ୍ ଆପରେ ୪୯ ଟଙ୍କା ବିନିଯୋଗ କରିଥଲେ । ଚାରି ଦିନ ଗେମ୍ ଖେଳିବା ପରେ ଗତକାଲି ରାତି ଏଗାରଟା ବେଳେ ତାଙ୍କୁ ଏକ ଫୋନ କଲ୍ ଆସିଥିଲା । ଯେଉଁଥିରୁ ଅନୀଲ ତିନି କୋଟି ଟଙ୍କା ସହ ଏକ ଥାର ଗାଡି ଜିତି ଥିବା ସୂଚନା ପାଇଥିଲେ । ରାତି ଗୋଟାଏ ବେଳକୁ ତାଙ୍କ ବ୍ୟାଙ୍କ ଖାତାକୁ ତିନିକୋଟି ଟଙ୍କା ଆସିଥିଲା । ଏ ଖବର ଜାଣିବା ପରେ ଅନୀଲଙ୍କ ପରିବାର ଓ ଗାଁ ଲୋକଙ୍କ ମଧ୍ୟରେ ଖୁସିର ବାତାବରଣ ଦେଖା ଦେଇଛି।