ବିଡ଼ିଓଙ୍କୁ ଖୁଚୁରା ବିକ୍ରେତା ସଂଘର ଦାବି : ପରିବାରକୁ ହିତାଧିକାରୀ ତାଲିକାଭୁକ୍ତ କରାଯାଉ
ବୈତରଣୀ ରୋଡ଼ : ସରକାରଙ୍କ ପ୍ରମୁଖ ଯୋଜନା ମଧ୍ୟରୁ ଖାଦ୍ୟ ସୁରକ୍ଷା ଯୋଜନା ହେଉଛି ଅନ୍ୟତମ । ଯାହା ପ୍ରତି ରାସନକାଡର଼୍ଧାରୀଙ୍କୁ ପ୍ରତିମାସରେ ରାସନ ଯୋଗାଇ ଦିଆଯାଇଥାଏ । ଖାଦ୍ୟାଭାବରୁ କେହି ଭୋକିଲା ରହିବେନି ହେଉଛି ଉକ୍ତ ଯୋଜନାର ମୂଳଲକ୍ଷ୍ୟ । ଯାହାକୁ ସୂଚାରୁ ପରିଚାଳନା ନିମନ୍ତେ ରିଟେଲର ନିଯୁକ୍ତ ହୋଇଛନ୍ତି । ସ୍ୱିକୃତିପ୍ରାପ୍ତ ରିଟେଲର ହିଁ ପ୍ରତିମାସରେ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ରାସନ ଯୋଗାଇ ଦେଇଥାନ୍ତି । ଆଉ ଏବାବଦରେ ସେମାନଙ୍କୁ କାଡର଼୍ ହିସାବରେ ପ୍ରାପ୍ୟମଧ୍ୟ ଯୋଗାଇ ଦିଆଯାଇଥାଏ । ପ୍ର୍ରତିବ୍ଲକରେ ନିଯୁକ୍ତ ରିଟେଲର ମାନଙ୍କୁ ନେଇ ଖୁଚୁରା ବିକ୍ରେତା ସଂଘ ଗଢି ଉଠିଛି । କୋରେଇ ବ୍ଲକରେ ମଧ୍ୟ ଏଭଳି ସଂଘ ରହିଛି । ଯେଉଁ ସଂଘ ପକ୍ଷରୁ ଇତିମଧ୍ୟରେ ଏକ ବୈଠକ କାମୁଡେ଼ଇ ନିକଟରେ ସଭାପତି ଚର୍ତୁଭୁଜ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ସେମାନେ ଏବଂ ସେମାନଙ୍କ ପରିବାର ଭୋଗୁଥିବା ଦୁର୍ଦ୍ଦଶା ସଂପର୍କରେ ଆଲୋଚନା କରିବା ସହ ତାହାର ସମାଧାନ କରିବାକୁ ବିଡ଼ିଓଙ୍କ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସଂଘ ପକ୍ଷରୁ କୁହାଯାଇଛି କି ଯେଉଁ ମାନେ ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନକୁ ଅନୁପାଳନ କରି ହିତାଧିକାରୀଙ୍କୁ ରାସନ ଯୋଗାଇ ଦେଉଛନ୍ତି, ସୋମାନଙ୍କ ପରିବାର ସ୍ୱଚ୍ଛଳ ବର୍ଗରେ ଯାଉନାହାନ୍ତି । କିନ୍ତୁ ଖୁଚୁରା ବିକ୍ରେତାଙ୍କ ପାଇଁ ରାସନକାଡର଼୍ର ବ୍ୟବସ୍ଥା କରାଯାଉନଥିବା ବେଳେ ପରିବାର ବର୍ଗ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ରହୁଛନ୍ତି । ହେଲେ ସେପରି ସ୍ଥଳେ ସରକାରଙ୍କ ଅନ୍ୟ ନିୟମିତ ବେତନ ଭୋଗୀ କର୍ମଚାରୀ ତାଙ୍କ ପରିବାର ବର୍ଗଙ୍କ ନିମନ୍ତେ ରାସନ ପାଉଛନ୍ତି । ବିକ୍ରେତା ସଂଘର ସଭାପତିଙ୍କ କହିବାନୁଯାଇ ପ୍ରାୟ ଅଧିକାଂଶ ବିକ୍ରେତା ଗରିବ ମଧ୍ୟବର୍ତ୍ତୀ ପରିବାର ହୋଇଥିବା ସ୍ଥଳେ, ସେମାନଙ୍କ ପରିବାର ସ୍ୱାସ୍ଥ୍ୟ ଶିକ୍ଷା ଆଦି ଅନେକ ଗୁଡ଼ିଏ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି ।
ପୂର୍ବରୁ ଅନେକବାର ଦାବି ହୋଇଆସୁଥିବା ବେଳେ କୌଣସି ପ୍ରକାର ସୁଫଳ ପାଇପାରୁ ନାହୁଁ । ଏହା ମଧ୍ୟମରେ ଆଉଏକ ମୁଖ୍ୟ ସମସ୍ୟା ଯାହା କିରୋସିନ ହୋଲସେଲର ପଏଣ୍ଟ କୋରେଇ ବ୍ଲକ ଭିତରେ ନଥିବା ସ୍ଥଳେ ଏହା ଉଠାଯିବା ନିମନ୍ତେ ଚଣ୍ଡିଖୋଲ ଓ ବିଞ୍ଝାରପୁରରୁ ଅଣାଯାଉଛି । ଯାହା ଅଧିକ୍ ଖର୍ଚ୍ଚାନ୍ତ ହେବା ସହିତ ଆଣିବାରେ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ସଂଘର ସଂପାଦକ ପ୍ରଦିପ ମହାପାତ୍ରଙ୍କ କହିବା କଥା ଏସମ୍ପର୍କରେ ଆଲୋଚନା କରାଯାଇ ଅନୁପସ୍ଥିତ ଥିବା ବିଡ଼ିଓଙ୍କ ଉଦ୍ଦେଶ୍ୟରେ ଯୋଗାଣ ନିରୀକ୍ଷକ ଛବିଲତା ପଲେଇଙ୍କୁ ଦିଆଯାଇଛି । ସଂଘ ଆଶା ରଖିଛି ପ୍ରଶାସନ ଏବଂ ସରକାର ଆମ ଦାବିକୁ ହୃଦୟତାର ସହ ବିଚାର କରି ଉପଯୁକ୍ତ ପଦକ୍ଷେପ ନେବେ ।