ଶିବ ନାରାୟଣ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ
ଆନନ୍ଦପୁର : ଶିବ ନାରାୟଣ ସାହିତ୍ୟ ସଂସଦ ଇେଂଚାଳର ଏକାଦଶତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ନୃସିଂହ ଚରଣ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଉସôବରେ ଅତିଥି ଭାବେ ଆନନ୍ଦପୁର ବିଧାୟକ ଅଭିମନୁ୍ୟ ସେଠୀ, କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ.ପ୍ରଦୀପ କୁମାର ମହାନ୍ତି, ପ୍ରାକ୍ତନ ଏବିଇଓ ଚତୁର୍ଭୁଜ ପହି ଯୋଗ ଦେଇ ଗ୍ରାମୀଣ ସଭ୍ୟତାରେ ସାହିତ୍ୟ ଓ ସଂସ୍କୃତିକୁ ବଂଚାଇବା ନିମନ୍ତେ ଆହ୍ୱାନ ସୃଷ୍ଟି ହୋଇଛି ଏବଂ ଏହାର ମୁକାବିଲା ପାଇଁ ଯୁବ ଲେଖକ ମାନେ ଆଗେଇ ଆସିବା ଦରକାର ବୋଲି ପ୍ରକାଶ କରିଥିଲେ । ପତ୍ରକାର ଚନ୍ଦନ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବ୍ରଜ କିଶୋର ରାଉତ, ରାହାସ ବିହାରୀ ବେହେରା କାର୍ତିକେଶ୍ୱର ମଲ୍ଲିକ, ଦାମୋଦର ମହାନ୍ତି, ପ୍ରମୁଖ ମଂଚ ପରିଚାଳନା କରିଥିଲେ । ଶିଶୁ ସାହିତି୍ୟକ ରନôାକର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ମୁରଲୀଧର ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।
ଏହି ଅବସରରେ ଅତିଥି ୬ ଜଣ ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ସଂସଦର ବାର୍ଷିକ ମୁଖପତ୍ର ଦୁନ୍ଦୁଭି ଲୋକାର୍ପଣ କରିଥିଲେ । ପ୍ରଥମ ଅଧିବେଶନରେ ଦିପ୍ତୀ ଦେବଦର୍ଶନୀ ସୂତାର ଓ ହାସ୍ୟମୟୀ ରାଜ୍ଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଶେଷରେ ବିଶ୍ୱଜିତ୍ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ସୁଶାନ୍ତ ମହାପାତ୍ର, ଭ୍ରମରବର ରାଉତ ,ଜିତେନ୍ଦ୍ର ରାଉତ ହରେକୃଷ୍ଣ ସ୍ୱାଇଁଙ୍କ ସହ ସଂସଦର ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।