ରଥଯାତ୍ରା ପ୍ରସଙ୍ଗ ନେଇ ରାଜ୍ୟପାଳଙ୍କୁ କଲେ ବିଜେଡିର ପ୍ରତିନିଧି ମଣ୍ଡଳୀ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ପବିତ୍ର ରଥଯାତ୍ରାରେ ଚରମ ବିଶୃଙ୍ଖଳା, ଆଇନ ଶୃଙ୍ଖଳା ପରିସ୍ଥିତି, ବଡ଼ଦାଣ୍ଡରେ ସନ୍ଧ୍ୟା ୭ ଟା ୪୫ ମିନିଟ୍ ସମୟରେ ମଧ୍ୟ ରଥ ଗୋଟିଏ ପାହୁଣ୍ଡ ଗଡିବା, ଆଡ଼ପ ବିଜେ ପୂର୍ବରୁ ଗୁଣ୍ଡିଚା ମନ୍ଦିର ନିକଟରେ ୩ ଜଣ ଭକ୍ତଙ୍କ ପ୍ରାଣହାନୀ, ଶତାଧିକ ଆହତ ଓ ଶ୍ରୀ ମନ୍ଦିର ପରିଚାଳନା କମିଟି ଗଠନ ନ କରିବା ଆଦିକୁ ନେଇ ପ୍ରଶାସନର ସମ୍ପୁର୍ଣ୍ଣ ବିଫଳତା ପାଇଁ ଆଜି ମହାମହିମ ରାଜ୍ୟପାଳଙ୍କୁ ବିଜୁ ଜନତା ଦଳର ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରିଛନ୍ତି । ପ୍ରତିନିଧି ମଣ୍ଡଳୀ ଏକ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି। ଆସନ୍ତାକାଲି ବାହୁଡା଼ ଯାତ୍ରା, ସୁନାବେଶ, ଅଧର ପଣା ଓ ନିଳାଦ୍ରୀ ବିଜେ ନିତି ସଠିକ୍ ଭାବେ ପରିଚାଳନା କରିବା ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ କରିବା ପାଇଁ ମଧ୍ୟ ନିବେଦନ କରାଯାଇଛି।