ବିଦୁ୍ୟତ ସଂସ୍ପର୍ଶରେ ଆସି ବାପା ମୃତ, ପୁଅ ଗୁରୁତର

ନୂଆପଡା : ନୂଆପଡା ଜÿିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଚିÿଚେର ଗ୍ରାମରେ ଅଘଟଣ । ବିଦୁ୍ୟତ ତାର ସସ୍ପର୍ଶରେ ଆସି ବାପା ମୃତ ନାବାଳକ ପୁଅ ଗୁରୁତର । ମୃତକଙ୍କ ନାମ ପ୍ରଭାକର ହଂସ(୩୩) ହୋଇଥିବା ବେଳେ ଗୁରୁତର ନାବାଳକ ପୁଅ ପିତାମ୍ବର ହଂସ ବୋଲି ଜଣାପଡ଼ିଛି । ମୃତ ପ୍ରଭାକରଙ୍କ ଘରକୁ ଇଲେକ୍ଟ୍ରି ଖମ୍ବାରୁ ସର୍ଭିସ ତାର ଜରିଆରେ ବହୁଦିନ ପୂର୍ବରୁ ବିଦୁ୍ୟତ ସଂଯୋଗ ହୋଇଛି । ଘରକୁ ଆସିଥିବା ସର୍ଭିସ ବିଦୁ୍ୟତ ତାର ଦୀର୍ଘ ଦିନରୁ ଛିଣ୍ଡିଯାଇ କରେଣ୍ଟ ପାସ ହେଉଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ହେଲେ ଛିଣ୍ଡି ଯାଇଥିବା ବିଦୁ୍ୟତ ତାରକୁ ଘର ମୁଖିଆ ପ୍ରଭାକର ସଜାଡିନେବା କଥା । କିନ୍ତୁ ଅବହେଳା କରି ବିଦୁ୍ୟତ ତାରକୁ ସଜାଡିନଥିଲେ ।  ଫଳରେ ବିଦୁ୍ୟତ ତାର ସେମିତି ଛିଣ୍ଡା ହୋଇ ଘରେ ଝୁଲା ଅବସ୍ଥାରେ ରହିଥିଲା । ଘର ମୁଖିଆ ପ୍ରଭାକର ହଂସ ନଇଁ ନଇଁ ପ୍ରତିଦିନ ଯିବା ଆସିବା କରୁଥିଲେ । ହେଲେ ଦୁର୍ଭାଗ୍ୟର ବିଷୟ ବିପଦ ପୂର୍ଣ୍ଣ ବିଦୁ୍ୟତ ତାର ଜୀବନ ନେଇଗଲା । ଆଜି ଘର ମୁଖିଆ ପ୍ରଭାକର ହଂସ ସେହି ତାର ସଂସ୍ପର୍ଶରେ ଆସିବା କାରଣରୁ ଘଟଣା ସ୍ଥଳରେ ମୃତୁ୍ୟ ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ପାଖରେ ଥିବା ପ୍ରଭାକରଙ୍କ ନାବାଳାକ ଶିଶୁ ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ ତାଙ୍କୁ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିସôା ପାଇଁ ଭର୍ତ୍ତି କରାଯାଇଛି । ଖବର ପାଇ ଖଡ଼ିଆଳ ପୋଲିସ ଚିÿଚେର ଗ୍ରାମରେ ପହଞ୍ଚି ଶବ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଛନ୍ତି । ଅପରପକ୍ଷେ ମୃତକ ପ୍ରଭାକର ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବା କାରଣରୁ ଏବେ ପରିବାର ପ୍ରତି ପୋଷଣ ନେଇ ପରିବାର ଲୋକେ ଚିନ୍ତାରେ ଭାଙ୍ଗି ପଡିଛନ୍ତି । ମୃତକ ପ୍ରଭାକର ହଂସଙ୍କ ପରିବାରରେ ଏବେ ସ୍ତ୍ରୀ ପୀରଦେଇ ହଂସ, ତିନି ନାବାଳକ ଶିଶୁ ଶୁଷମା ହଂସ ପିତାମ୍ବର ହଂସ  ଗୌର ହଂସ  ରହିଛନ୍ତି । ରୋଜଗାର କ୍ଷମ ବ୍ୟକ୍ତିଙ୍କ ମୃତୁ୍ୟ ପରେ ପରିବା ପ୍ରତି ପୋଷଣ ନେଇ ସ୍ତ୍ରୀ ପୀରଦେଇ ହଂସ ଭାଙ୍ଗି ପଡିଛନ୍ତି । ସାମାନ୍ୟ ଅସାବଧାନତା ପାଇଁ ଆଜି ଜଣକ ଜୀବନ ଚାଲିଗଲା । ଲୋକେ ବିଦୁଃତ ତାର ପ୍ରତି ଖାମଖିଆଳି ନଭାବି ସତର୍କତା ଅବଲମ୍ବନ କରିବା ଜରୁରୀ ହୋଇ ପଡିଛି ।