ବିଦ୍ୟା ପରିଷଦ ବୈଠକ
ନୂଆପଡା: ସ୍ୱୟଂ ଶାସିତ କଲେଜରେ ଚଳିତ ବର୍ଷ ୨୦୨୪-୨୫ ବର୍ଷୀୟ ବିଦ୍ୟା ପରିଷଦ ବୈଠକ ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଶାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟା ପରିଷଦ ସମ୍ପାଦକ ଡ. ରଣବୀର ସିଂହ, ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ସୁନୀଲ ପାଢୀ, ମାଆ ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟ କୁଳପତିଙ୍କ ଦ୍ୱାରା ମନୋନୀତ ବ୍ୟକ୍ତି ଡ. ଧନଞ୍ଜୟ କୁମାର, ଅଧ୍ୟାପିକା ଡ. ପ୍ରଣତି ପଣ୍ଡା, କଲେଜ ପରିଚାଳନା କମିଟି ଦ୍ୱାରା ମନୋନୀତ ଡ. ହରେନ୍ଦ୍ର ପଣ୍ଡା, ଆଇନ ବିଶେଷଜ୍ଞ ସାରଦା ପଣ୍ଡା, ଡ. ନିବେଦିତା ପ୍ରାମାଣିକ, ଇଂ. ଜୟଦେବ ହୋତା ପ୍ରମୁଖ ଉପସ୍ଥିତ ରହି ଜାତୀୟ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବା ସହ କଲେଜ ଏବଂ ଶିକ୍ଷା କ୍ଷେତ୍ରରେ ବିକାସ ନେଇ ବିଭିନ୍ନ ବ୍ୟବସ୍ଥା, କାର୍ଯ୍ୟପନ୍ଥା, ଯୋଜନା, ସୁବିଧା, ନୂତନ ବିଭାଗ ଅନୁମୋଦନ ଇତ୍ୟାଦି ବିଷୟ ଭିତ୍ତିକ କାର୍ଯ୍ୟକ୍ରମର ସଫଳତା ନିମନ୍ତେ ପଦକ୍ଷେପ ନେଇଛନ୍ତି । ଶିକ୍ଷା ସମ୍ପର୍କିତ ସଭାରେ ଅଧ୍ୟାପିକା ଡ. ଗୀତାଶ୍ରୀ ପ୍ରିୟମ୍ବଦା, ଅଧ୍ୟାପିକା ରାଜଳଷ୍ମୀ ରଥ, ଅଧ୍ୟାପିକା ପ୍ରଣତି ପଣ୍ଡା, ଅଧ୍ୟାପିକା ସଂଗୀତା ନେତମ, ଅଧ୍ୟାପିକା ସାଗରୀକା ପଣ୍ଡା, ଚିତ୍ତ ରଞ୍ଜନ ଜେନା, ଅଧ୍ୟାପକ ଡ. ବିଷ୍ଣୁ ଦେବ ସିଂ ମଲ୍ଲିକ, ଅଧ୍ୟାପକ ଶୁଭେନ୍ଦୁ ନିଆଲ, ତଥାଗତ ରାଉତ, ଗୁଣବନ୍ତ ସାହୁଙ୍କ ସମେତ ସମସ୍ତ ବିଭାଗୀୟ ମୁଖ୍ୟ ଉପସ୍ଥିତ ରହି ନୂତନ ଶିକ୍ଷା ବ୍ୟବସ୍ଥାର ଗୁରୁତ୍ୱ ବିଷୟରେ ଅବଗତ ହୋଇଥିଲେ । ଶେଷରେ ବିଦ୍ୟା ପରିଷଦ ସହସମ୍ପାଦକ ଅଧ୍ୟାପକ ହରିବନ୍ଧୁ ହଂସ ଧନ୍ୟବାଦ ଅର୍ପଣ କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
