ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ  : ୩୦ରେ ଭାଗ୍ୟ ପରୀକ୍ଷା 

 ରାଜନଗର: ରାଜନଗର ନିର୍ବାଚନ ମଣ୍ଡଳୀର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ରାଜନଗର ବ୍ଲକ ବାଲିସାହିପାଟଣା ପଞ୍ଚାୟତର ସରପଞ୍ଚ କୈଳାସକୁମାର ପରିଡାଙ୍କ ବିରୁଦ୍ଧରେ ଚଳିତ ମାସ ୩୦ତାରିଖ ଦିନ ଅନାସ୍ଥା ପ୍ରସ୍ତାବ ପାଇଁ ନୋଟିସ ଜାରୀ ହୋଇଛି । କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଚିଠି ନଂ- ୧୧୯,ତା ୬ା୧ା୨୦୨୫ରିଖ ଦିନ ନୋଟିସ ମାଧ୍ୟମରେ ସରପଞ୍ଚ, ନାଏବ ସରପଞ୍ଚ ଓ ୱାର୍ଡ ସଭ୍ୟସଭ୍ୟାଙ୍କୁ ଜଣାଇ ଦିଆଯାଇଛି । ଏହି ଅନାସ୍ଥା ପ୍ରସ୍ତାବ ପାଇଁ ବାଲିସାହିପାଟଣା ପଚାଂୟତ ସଭାଗୃହରେ ଆସନ୍ତା ୩୦ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ଅଧିବେଶନରେ ରାଜନଗର ତହସିଲଦାର ଅଜୟକୁମାର ମହାନ୍ତିଙ୍କୁ ଅଧ୍ୟକ୍ଷତା କରି କାର୍ଯ୍ୟ ପରିଚାଳନା ଓ ନିୟନ୍ତ୍ରଣ କରିବା ନିମନ୍ତେ ଏହି ଚିଠିରେ କ୍ଷମତା ପ୍ରଦାନ କରାଯାଇଛି । ଏହାର ନକଲ ବିଡିଓ ରାଜନଗରଙ୍କୁ ମଧ୍ୟ ଅବଗତ କରାଯାଇଛି । ସୂଚନା ଥାଉକି, ବାଲିସାହିପାଟଣା ପଞ୍ଚାୟତ ୧୧ଟି ୱାର୍ଡକୁ ନେଇ ଗଠିତ । ୨୦୨୨ପଞ୍ଚାୟତ ନିର୍ବାଚନରେ ବିଜେପି ସମର୍ଥିତ ସରପଞ୍ଚ ଭାବେ କୈ÷ଳାସକୁମାର ପରିଡା ନିର୍ବାଚିତ ହୋଇଥିଲେ । ତାଙ୍କ ସମର୍ଥନରେ ଜଣେ ମାତ୍ର ୱାର୍ଡ ସଭ୍ୟ ଜିତିଥିଲେ । କଂଗ୍ରେସ ସମର୍ଥନରେ ଦୁଇଜଣ ୱାର୍ଡ ଜିତିଥିବା ବେଳେ ବିଜୁ ଜନତାଦଳ ସମର୍ଥନରେ ଆଠଜଣ ୱାର୍ଡ ସଭ୍ୟଙ୍କ ସହ ସମିତି ସଭ୍ୟ ଜିତିଥିଲେ । ପ୍ରାକ୍ତନ ବିଧାୟକ ଅଂଶୁମାନ ମହାନ୍ତି ବିଜୁ ଜନତାଦଳରେ ସାମିଲ ହେବା ପରେ କଂଗ୍ରେସ ସମର୍ଥନରେ ଜିତିଥିବା ଦୁଇଜଣ ୱାର୍ଡସଭ୍ୟ ବିଜୁ ଜନତାଦଳରେ ସାମିଲ ହୋଇଥିଲେ । ସବୁଠାରୁ ବଡକଥା ହେଲା, ସରପଞ୍ଚ ଶ୍ରୀ ପରିଡା ନିଜ ପଦବୀକୁ ସୁରକ୍ଷା ଦେବା ପାଇଁ ବିଧାନସଭା ନିର୍ବାଚନର ଠିକ ପୂର୍ବରୁ ବିଜେପି ଦଳ ଛାଡି ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ହାତ ଧରିଥିଲେ । ଏବେ ସ୍ଥିତି ତାଙ୍କ ପାଇଁ ଅଣାୟତ ହେବାରେ ଲାଗିଛି । ଡିସେମ୍ବର ୩୦ତାରିଖ ଦିନ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କୁ ଭେଟି ନଅଜଣ ୱାର୍ଡ ସଭ୍ୟ ସଭ୍ୟା ଅନାସ୍ଥା ପାଇଁ ଲିଖିତ ଭାବେ ଜଣାଇଥିଲେ