ବିଦ୍ୟାଳୟରେ ବିଦୁ୍ୟତ୍ ଓ ପାନୀୟଜଳ ସମସ୍ୟା

 ନିଆଳି : ନିଆଳି ବ୍ଲକ୍ ଷଡାଂଶ ପଞ୍ଚାୟତ ତି୍ରଲୋଚନେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୫୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । କିନ୍ତୁ ବିଦ୍ୟାଳୟକୁ ବିଦୁ୍ୟତ୍ ସଂଯୋଗ ଥିବାବେଳେ ଏହା ଉପରେ କୌଣସି କାରଣରୁ ବିଦୁ୍ୟତ୍ ବିଭାଗ ପକ୍ଷରୁ ୨ ଲକ୍ଷ ୪୯ ହଜାର ଜୋରିମାନ କରି ବିଦୁ୍ୟତ୍ ସଂଯୋଗ କାଟି ଦେଇଛନ୍ତି । ଯାହାଫଳରେ ଗତ ୧୭ ଦିନ ହେବ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ପିଇବା ପାଣିରୁ ବଞ୍ଚôତ ହେବା ସହ ଶୌଚ ପାଇଁ ପାଣି ବ୍ୟବହାର କରିପାରୁନାହାନ୍ତି । ସେହିପରି ମଧ୍ୟାହ୍ନ ଭୋଜନ ପାଇଁ ପାଣି ନ ଥିବା ବେଳେ ସ୍ମାର୍ଟ ଶ୍ରେଣୀ ପାଇଁ ଛାତ୍ରଛାତ୍ରୀମାନେ ପଢିବାରେ ଅସୁବିଧା ଭୋଗୁଛନ୍ତି । ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦୁ୍ୟତ୍ ବିଭାଗ ଠାରୁ ଆରମ୍ଭ କରି ଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ, ବିଧାୟକଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ । ବିଦ୍ୟାଳୟ ଭଳି ସ୍ଥାନରେ ବିଦୁ୍ୟତ୍ ବିଭାଗର ଏଭଳି କାର୍ଯ୍ୟକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି । ଯଥାଶୀଘ୍ର ବିଦୁ୍ୟତ୍ ବିଭାଗ ବିଦୁ୍ୟତ୍ ସଂଯୋଗ କରିବାକୁ ଅଭିଭାବକ ମହଲରେ ଦାବି ହେଉଛି ।