୨୨ ଗୋରୁ ଉଦ୍ଧାର
କବାଟବନ୍ଧ : ରେଙ୍ଗାଲି ଗେଟ୍ ଖୋଲିଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଦୁଇଦିନ ପୂର୍ବରୁ ସଚେତନ କରାଯାଇଥିଲା । କୁହାଯାଇଥିଲା କି ବ୍ରାହ୍ମଣୀକୁ କେହି ଯିବେକି କି ପଶୁ ସଂପଦ ନଛାଡ଼ିବାକୁ ବାର୍ତା ଦିଆଯାଇଥିଲା । କିନ୍ତୁ ପ୍ରଶାସନ ସଚେତନ କରିଥିଲେ ବି ପଶୁ ସମ୍ପଦକୁ ପାଳକ ଛାଡି ଦେଇଥିଲେ । ରେଙ୍ଗାଲିରୁ ଛଡାଯାଇଥିବା ବନ୍ୟାଜଳ ବାହ୍ମଣୀରେ ପହଁଚିବା ପରେ ବନ୍ୟା ପରିସ୍ଥିତି ଉପୁଜିଥିଲା । ଏଭଳି ସ୍ଥିତିରେ ଚରିବାକୁ ଯାଇଥିବା ଜେନାପୁର ଥାନା ସିଧାପାଳ ଗ୍ରାମ ସଲଗ୍ନ ବ୍ରାହ୍ମଣୀ ନଦୀ କୁଦରେ ଫସିରହିଥିଲେ ୨୨ଗୋରୁ । ପ୍ରତ୍ୟେକ ଦିନ ଭଳି ଗୋରୁ, ଗାଈ ନଦୀ କୁଳକୁ ଚରାବୁଲା କରିବାକୁ ଯାଇ ଫେରି ଆସନ୍ତି । ହେଲେ ନଦୀର ପାଣି ବଢ଼ୁଥିବାରୁ ଗୋରୁ ଭୟ କରି ଫେରି ପାରିନଥିଲେ । ଏସଂକ୍ରାନ୍ତରେ ଗ୍ରାମବାସୀ ଚଡେଇଧରା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇଁ ଉକ୍ତ ସ୍ଥାନରେ ଅଗ୍ନିଶମ ବାହିନୀ ଷ୍ଟେସନ ମାଷ୍ଟର ଉଦ୍ଧବ ଚରଣ ସାହୁ ଓ ଅନ୍ୟ କର୍ମଚାରୀ ପହଁଚି ସମସ୍ତ ୨୨ଟି ଗୋରୁଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ।