ବିଧାନସଭା ଷ୍ଟାଣ୍ଡିଂ କମିଟର ଅନୁଗୁଳ ଜିଲ୍ଲା ଗସ୍ତ
ଅନୁଗୁଳ : ଓଡିଶା ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟି- ୫ମ ଆଜି ମାନ୍ୟବର ବିଧାୟକ ବିଭୁତି ଭୂଷଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଗୁଳ ଜିଲ୍ଲା ଗସ୍ତରେ ଆସି ତାଳଚେରର ମଣ୍ଡାପାଳ ଉପଖଣ୍ଡ ଚିକିସôାଳୟ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ଚିକିସôାଳୟ. ଖମାରର ଗୋଷ୍ଠୀ ଚିକିସôା କେନ୍ଦ୍ର ଏବଂ ପାଳଲହଡା ଉପଖଣ୍ଡ ଚିକିସôାଳୟ ପରିଦର୍ଶନ କରିବା ସହିତ ଚିକିସôାଳୟର ବିଭିନ୍ନ ଆନୁସଙ୍ଗିକ ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବଦାଲ ମୁହମ୍ମଦ୍ ଅଖତର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନା, ଆଇଏଏସ ପ୍ରୋବେସନର କସ୍ତୁରୀ ସା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ମହନ୍ତି, ଅତିରିକ୍ତ ଊନ୍ନୟନ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ପାଳଲହଡା ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପଟେଲ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଚିକିସôାଳୟର କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥୂଲେ । ବିଧାୟକ ଊମା ଚରଣ ମଲ୍ଲିକ, ଡ.ଫକିର ମୋହନ ନାଏକ, ରୁପେଶ କୁମାର ପାଣିଗ୍ରାହୀ, ସତ୍ୟଜିତ୍ ଗମାଙ୍ଗୋ ସଦସ୍ୟ ଭାବେ ଯୋଗ ଦେଇଥିଲେ । ପାଳଲହଡା ବିଧାୟକ ଅଶୋକ ମହାନ୍ତି କମିଟି ସହ ସାମିଲ ହୋଇଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନର ବିଭିନ୍ନ ସମସ୍ୟା ଗୁଡିକ ସମୀକ୍ଷା କରିବା ସହିତ ରୋଗୀ, ଚିକିସôାଧିକାରୀ, ଚିକିସôାଳୟର କର୍ମଚାରୀମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।