ଗର୍ଭବତୀ ହେଲେ ନାବାଳିକା, ଯୁବକ ଗିରଫ
ଅସ୍ତରଙ୍ଗ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ କୁଅଁରପୁର ଗ୍ରାମରେ ଜନୈକ ବ୍ୟକ୍ତଙ୍କ ଘରକୁ ଗୋଟେ କମ୍ପାନୀରେ କାମ କରୁଥିବା ଜଣେ ଯୁବକ ଯିବା ଆସିବା କରିବା ପରେ ତାଙ୍କ ନାବାଳିକା ଝିଅ(୧୭) ସହ ଅନୈତିକ ସମ୍ପର୍କ ରଖି ଅନ୍ତସତ୍ତ୍ୱା କରିବା ଭଳି ଏକ ଲଜ୍ୟାଜନକ ଘଟଣା ଘଟିଛି । ନାବାଳିକାର ବାପା ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ପୁଲିସ୍ ଉଠାଇ ଆଣି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନାନୁସାରେ ନାବାଳିକାର ବାପା ଜଣେ ଡ୍ରାଇଭର ତାଙ୍କ ଝିଅର ପେଟ କାଟିବାରୁ ତାର ଚିକିସôା ପାଇଁ ଅସ୍ତରଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ସେଠାରେ ପରୀକ୍ଷା ନିରୀକ୍ଷା ପରେ ଝିଅଟି ଅନ୍ତସତ୍ତ୍ୱା ଥିବା ଡାକ୍ତର ଜଣାଇଥିଲେ । ଏହି ଘଟଣାକୁ ନେଇ ନାବାଳିକାର ବାପା ତାଙ୍କ ସହକର୍ମୀଙ୍କ ନାଁରେ ମଙ୍ଗଳ ବାର ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ତାଙ୍କ ସହ କାର୍ଯ୍ୟକରୁଥିବା ବନମାଳୀ ନାୟକ ନାମକ ଜଣେ ବ୍ୟକ୍ତି ପୀଡିତାଙ୍କ ଘରକୁ ସଦାସର୍ବଦା ଯିବାଆସିବା କରନ୍ତି ଝିଅ ପ୍ରତି ଘଟିଥିବା ଘଟଣାରେ ବନମାଳୀ ସମ୍ପୃକ୍ତ ଥିବା ସନେ୍ଦହ କରି ତା' ନାମରେ ନାବାଳିକାଙ୍କ ବାପା ଗତକାଲି ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୋସ୍କ ଆକ୍ଟରେ ଏକ ମାମଲା ରୁଜ୍ଜୁ କରି ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା । ବନମାଳୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିଆରସିଂ ସୂଚନା ଦେଇଛନ୍ତି ।