ବିଧାନସଭାକୁ ଫେରିଲେ ତାରା

ବିଧାନସଭାକୁ ଫେରିଲେ ତାରା

ଭୁବନେଶ୍ୱର: କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପୁଣି ଥରେ ବିଧାନସଭାକୁ ଫେରିଛନ୍ତି। ୭ ଦିନର ନିଲମ୍ବନ ପରେ ଶୁକ୍ରବାର ବିଧାନସଭାରେ ପହଞ୍ଚିଛନ୍ତି ତାରା । ମୁଣ୍ଡିଆ ମାରି ବିଧାନସଭାକୁ ଆଜି ତାରା ପ୍ରବେଶ କରିଥିଲେ। କଂଗ୍ରେସ ବିଧାୟକମାନେ କଳା ଡ୍ରେସ ପିନ୍ଧି ବିଧାନସଭା ଆସିଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ସପ୍ତାହ ତଳେ ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି ହୋଇଥିଲେ।  ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଥିଲେ। ଏନେଇ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବନ କରାଯାଇଥିଲା । ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କରିଥିଲେ ବାଚସ୍ପତି ସୁରମା ପାଢୀ। ବିଧାନସଭାରେ ବାଚସ୍ପତିଙ୍କ ପୋଡ଼ିୟମ ମାଇକ ଭାଙ୍ଗିଥିଲେ ଆଉ ଗୃହରେ ହଙ୍ଗାମା କରିଥିଲେ। ଏନେଇ ତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।