କଂଗ୍ରେସ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ସହାୟତା
ପଟ୍ଟାମୁଣ୍ଡାଇ : ପ୍ରାୟ ୧ ସପ୍ତାହ ହେବ ରାଜନଗର ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତ ଓ ପୌରାଞ୍ଚଳର ୯ଟି ଓ ୱାର୍ଡ ବନ୍ୟା ଘେରରେ ରହିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସଧାରଣଲୋକମାନେ ନିଜର ନିତ୍ୟ ଦୈନଦିନ ଗୁଜୁରାଣ ମେଣ୍ଟାଇବା ପାଇଁ ଆବଶ୍ୟକୀୟ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଡ କରିବା କଷ୍ଟକର ହୋଇ ପଡିଥିଲା ଓ ବନ୍ୟାପାଣି ଘରେ ଗାଁ ଦାଣ୍ଡରେ ପଶି ଯାଇଥିବାବେଳେ କୁମ୍ଭୀର ଭୟ ଲୋକମାନେ ବାହାରକୁ ବାହାରିବା ପାଇଁ ଭୟ କଲେ ଓ ବିରୋଧି ଦଳର ନେତା ରାହୁଲ ଗାନ୍ଧୀ, ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଓ ଜିଲ୍ଲା କଂଗ୍ରେସ ର୍ନିେଶରେ ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲଙ୍କ ନେତୃତ୍ୱରେ ଯୁବକଂଗ୍ରେସ ନେତା ସୁଶାନ୍ତ ରାଉତ, ପ୍ରଭାକର ସାହୁ, ସଦାଶିବ ନାୟକ, ପ୍ରଶାନ୍ତ ଗେରୁ, ସ୍ମୃତି ରଞ୍ଜନ ପାଢ଼ୀ, ଅମରେଶ ପାତ୍ର, ସୁଶାନ୍ତ ବେହେରା, କିଶୋର କୁମାର ସାହୁ, ଦୀନବନ୍ଧୁ ପାତ୍ର ତନୁପୁର ଓ ନନ୍ଦିନୀ ନଗର ଯାଇ ବନ୍ୟା ବିପନ୍ନଙ୍କୁ ବିସ୍କୁଟ ପାଉଁରୁଟି ମହମବତୀ, ଓ ଆର ଏସ ମେଡ଼ିସିନ ଆଦି ରିଲିଫ୍ ଆକାରରେ ବଣ୍ଟନ କରିଥିଲେ ।