ବିଧାୟକ ଓ ସାଂସଦଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

 ଭୁବନେଶ୍ୱର  : ଖୋର୍ଦ୍ଧାରେ ବିଧାୟକ ଏବଂ ସାସଂଦଙ୍କ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି ଏଥିସହ ବିଧାୟକ କାର୍ଯ୍ୟାଳୟ ଠାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପ୍ରଶାନ୍ତ ଜଗଦେବ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ସ୍ଥାନୀୟ ଉପ ଜିଲ୍ଲାପାଳ, ପୌର ନିର୍ବାହୀ ଅଧିକାରୀ, ବିଡ଼ିଓ, ତହସିଲଦାର, ରେଭେନୁ୍ୟ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିଲା  । ଖୋର୍ଦ୍ଧା ଗଡଦ୍ୱାର ସାହି ପାଇଁ ମଶାଣି,ବିଭିନ୍ନ ଜମି ଚିହ୍ନଟ ବ୍ୟତୀତ ଶିକ୍ଷା,ସ୍ୱାସ୍ଥ୍ୟ,ରାସ୍ତା,ଡ୍ରେନ,ଲାଇଟ୍,ପାଣି ଆଦି ମୌଳିକ ସମସ୍ୟା ମାନଙ୍କୁ ନେଇ ଅଭିଯୋଗ ଓ ଦାବି ରହିଥିବା ବେଳେ, ଅଭିଯୋଗ ଗୁଡ଼ିକର ଯଥାଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ  । ଅନ୍ୟପଟେ ଖୋର୍ଦ୍ଧା ବାସୀଙ୍କର ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା ନିକଟ ଜାତୀୟ ରାଜପଥରୁ ଖୋର୍ଦ୍ଧା ଟାଉନ୍କୁ ସଂଯୋଗ କରୁଥିବା ରାସ୍ତା ଏବଂ ପୌରାଞ୍ଚଳର ବିଭିନ୍ନ ସ୍ଥାନକୁ ସଂଯୋଗ କରୁଥିବା ୧୨ଟି ପ୍ରମୁଖ ରାସ୍ତା ନବୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସାଂସଦ । ମୁଖ୍ୟ ରାସ୍ତା ପାଇଁ ଅନୁ୍ୟନ ୧୦ କୋଟି ଓ ଅନ୍ୟ ୧୨ଟି ରାସ୍ତା ପାଇଁ ଅନୁ୍ୟନ ୧୨କୋଟି ଟଙ୍କା , ମୋଟ୍ ୨୨କୋଟି ଟଙ୍କାର ବ୍ୟୟ ଅଟକଳ ରହିଥିବା ବେଳେ, ଆଗାମୀ ୯ମାସ ମଧ୍ୟରେ ପୂର୍ତ୍ତବିଭାଗ ଦ୍ୱାରା କାମ କରାଯିବ ବୋଲି କହିଛନ୍ତି ସାଂସଦ ଓ ବିଧାୟକ ।