ପଞ୍ଚାୟତ ଉନ୍ନତି ନେଇ ଦିନିକିଆ କର୍ମଶାଳା 

 ନବରଙ୍ଗପୁର : ସ୍ଥାନୀୟ ଜିଲାପରିଷଦ ସମ୍ମିଳନୀ ଗୃହରେ ପଞ୍ଚାୟତ ଉନ୍ନତି ସୁଚନାଙ୍କ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି  । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ନିଦେ୍ର୍ଦଶକ ସୁରେନ୍ଦ୍ର କୁମାର ମିନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି  । ଏହି କର୍ମଶାଳାରେ ଜିଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଜିଲାପରିଷଦ  ଅତିରିକ୍ତ ନିର୍ବାହୀ ଅଧିକାରୀ ଯଦୁମଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କର୍ମଶାଳାରେ ସମସ୍ତ ବିଡ଼ିଓ, ଜିପିଡିଓ, ପିଇଓ, ଆରଜିଏସ ଡିପିଏମ, ପିଏମ(ଆଇଟି) , ସି ପି କର୍ମଶାଳାରେ ଭାଗ ନେଇଥିଲେ ।  ଗ୍ରାମ ପଞ୍ଚାୟତ ସ୍ତରରେ ସ୍ୱଛତାର ସହ ସୂଚନା ଦ୍ୱାରା ବିକାଶକୁ କିଭଳି ତ୍ୱରାନ୍ୱିତ କରାଯିବ ଓ ପ୍ରଣୟନ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ପରିମାପକର ଉନ୍ନତିକୁ ଦୃଷ୍ଟିରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା  । ଏଥିରେ ପ୍ରଶିକ୍ଷଣ ଅଧିକାରୀ ଭାବେ ତପନ କୁମାର ମିଶ୍ର, ରାକେଶ କୁମାର ପାଲ, ପ୍ରବୀଣ କୁମାର ପଟନାୟକ, ସିଡିଓ ବିରଞ୍ଚି ନାରାୟଣ ଦରୱାନ, ଅତିରିକ୍ତ ନିର୍ବାହୀ ଅଧିକାରୀ ଯଦୁମଣି ନାୟକ ପ୍ରମୁଖ ରହିଥିଲେ । ଏହି କର୍ମଶାଳାରେ ଜିଲା ଯୋଗାଣ ଅଧିକାରୀ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ  ବିଭାଗ ନିର୍ବାହୀ ଯନ୍ତ୍ରୀ, ଜିଲା ସମାଜ କଲ୍ୟାଣ ଅଧିକାରୀ, ଜିଲା ପ୍ରାଣୀ ସମ୍ପଦ ଅଧିକାରୀ, ଜିଲା ଶିକ୍ଷା ଅଧିକାରୀଙ୍କ ସମେତ ଜିଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ  ।