ଜମି ବିକ୍ରି କରିବା ଘଟଣା : ତଦନ୍ତ ପାଇଁ ରାଜସ୍ୱ ନିରୀକ୍ଷକଙ୍କୁ ନିଦେ୍ର୍ଦଶ
ଝାରସୁଗୁଡା : ଝାରସୁଗୁଡା ସହର ସ୍ଥିତ ସଦର ଥାନା ଅନ୍ତର୍ଗତ ବିଟିଏମ ଛକ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଲାଗି ରହିଥିବା ଏକ ସରକାରୀ ଜମିରେ ୩୦ ଫୁଟର ରାସ୍ତା ନକ୍ସା ତିଆରି କରି ଜମି ଦଲାଲ ମାନେ ପ୍ଳଟିଙ୍ଗ କରି ଜମି ବିକ୍ରି କରିବା ପାଇଁ ପ୍ରୟାସ କରିଥିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହାକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ତତ୍ପରତା ଦେଖିବାକୁ ମିଳିଛି । ଝାରସୁଗୁଡା ତହସିଲଦାରଙ୍କୁ ଏହି ଘଟଣାର ତଦନ୍ତ ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା ବେଳେ ସେହିଦିନ ତହସିଲଦାର ମଧ୍ୟ ଏହି ଘଟଣାର ତଦନ୍ତ ପାଇଁ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏ ବିଷୟରେ ଝାରସୁଗୁଡା ତହସିଲଦାରଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ରାଜସ୍ୱ ନିରୀକ୍ଷକ ତଦନ୍ତ କରି ସାରିଛନ୍ତି ଏବଂ ମୋତେ ଫୋନ ମାଧ୍ୟମରେ କହିଛନ୍ତି ଯେ, ବିଟିଏମ୍ ଅଞ୍ଚÿଳରେ ସର୍ବସାଧାରଣଙ୍କ ପାଇଁ ଥିବା ରକ୍ଷିତ ତଥା ଆଶା କିସମ, ଯାହାର ଏରିଆ ୮୨ ଡେସିମିଲ, ଖାତା ନମ୍ବର ୧୦୬୮, ପ୍ଲଟ ନମ୍ବର ୩୨୨/ପି ସରକାରୀ ଜମି ରହିଅଛି । ଉକ୍ତ ଜମିରେ ୩୦ ଫୁଟର ରାସ୍ତା ବନାଇ ଦଲାଲ ମାନେ ନିଜେ ପ୍ଳଟିଙ୍ଗ କରି ଜମି ବିକ୍ରି କରିଛନ୍ତି । ଏହି ୮୨ ଡେସିମିଲ ଜମି ରକ୍ଷିତ ତଥା ଆଶା କିସମର ହୋଇଥିବାରୁ ଏହା ଭୂମିହୀନ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଅଟେ । ଆମେ ଏହି ଜମିରେ ବାଡ଼ ଦେଇ ଜମିଟିକୁ ସୁରକ୍ଷା କରିବା ସହ ଏହି ଜମି ଦୁର୍ନୀତିରେ ଲିପ୍ତ ଥିବା ବ୍ୟକ୍ତି ବିଷୟରେ ଅନୁସନ୍ଧାନ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଝାରସୁଗୁଡା ତହସିଲଦାର ସଦାକର କୁମ୍ଭାର କହିଛନ୍ତି । ବିଟିଏମର ଜନସାଧାରଣ କହିବା ଅନୁଯାୟୀ ଏହି ଘଟଣା ଓ ଏହା କରିଥିବା ବ୍ୟକ୍ତି ବିଷୟରେ ତଦନ୍ତ ହେଲେ ଆହୁରି ବହୁ ଜମି ଦୁର୍ନୀତିର ପର୍ଦ୍ଦାଫାଶ ହେବ । ଝାରସୁଗୁଡା ଜିଲ୍ଲାରେ ବହୁତ ଜମି ଦୁର୍ନୀତି ଚାଲିଥିଲେ ମଧ୍ୟ ପ୍ରଶାସନ ତଦନ୍ତକୁ ଧୀର କରି ଦେଉଥିବାରୁ ଦଲାଲ ମାନେ ବଞ୍ଚି ଯାଉଛନ୍ତି । ଏଣୁ ଏହାର ଯଥାଶୀଘ୍ର ତଦନ୍ତ କରି ସତ୍ୟ ଲୋକ ଲୋଚନକୁ ଆଣିବା ପାଇଁ ଝାରସୁଗୁଡା ଜିଲ୍ଲାରେ ଦାବି ହେଉଛି ।