ବିନା ଅଧିକାରୀରେ ଚାଲିଛି ବିଟ୍ ହାଉସ
ାା ପ୍ରଭାନୁ୍ୟଜ ।ା ଧର୍ମଶାଳା, : ଧର୍ମଶାଳା ନିର୍ବାଚନମଣ୍ଡଳୀର ମୁଖ୍ୟ ବଜାର ହେଉଛି ଜାରକା । ଏଠାରେ ବ୍ଲକ, ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ, ଜିଲା କୃଷି କାର୍ଯ୍ୟାଳୟ, ସିଡିପିଓ କାର୍ଯ୍ୟାଳୟ, ଜଳ ସେଚନ କାର୍ଯ୍ୟାଳୟ, ସ୍କୁଲ, କଲେଜ ସହିତ ରହିଛି ୪ରୁ ଊଦ୍ଧ୍ୱର୍ ବ୍ୟାଙ୍କ, ତହସିଲଦାର ଓ ବିଡିଓଙ୍କ ସରକାରୀ ବାସଭବନ ସହିତ ବିଭିନ୍ନ ପ୍ରକାରର ସରକାରୀ କର୍ମଚାରୀଙ୍କ କଲୋନୀ । ନିକଟରେ ୧୬ ନଂ ଜାତୀୟ ରାଜପଥ ଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା, ରାହାଜାନୀ ସହିତ ବିଭିନ୍ନ ପ୍ରକାରର ଚୋରା ଚାଲାଣ ମଧ୍ୟ ଏହି ଜାତୀୟ ରାଜପଥ ଦେଇ ହୋଇଥାଏ ।
ଏହି ଅଞ୍ଚଳ ଗମନା ଗମନ ସୁବିଧା ଥିବାରୁ ବହୁ ବାହାରୁ ଲୋକ ଏଠାରେ ଭଡ଼ା ଆକାରରେ ମଧ୍ୟ ରହିଥାନ୍ତି । ବିଭିନ୍ନ ସମୟରେ କଲୋନୀରେ ରହୁଥିବା ଲୋକଙ୍କ ଘରୁ ଚୋରି ହେବାର ନଜିର ରହିଛି । ଏଠାରେ ବିଭିନ୍ନ ସମୟରେ ଅସାମାଜିକ ବ୍ୟକ୍ତିମାନଙ୍କ ଉପଦ୍ରବ ସହିତ ନିଶା କାରବାର ବଢିବାରେ ଲାଗିଛି । ଜାରକା ବଜାରରୁ ଧର୍ମଶାଳା ଥାନା ମାତ୍ର ଦୁଇ କିମି ଦୂରରେ ଥିଲେ ମଧ୍ୟ ଜାରକା ବଜାରରେ ଏକ ସ୍ୱତନ୍ତ୍ର ବିଟ ହାଉସ ସ୍ଥାପନ କରାଯାଇଛି । ପୂର୍ବରୁ ଥିବା ଫାଣ୍ଡି ଅଧିକାରୀ ସନ୍ତୋଷ ସିଂହଙ୍କ ବଦଳି ଏକ ମାସରୁ ଊଦ୍ଧ୍ୱର୍ ବିତି ଯାଇଥିଲେ ମଧ୍ୟ ଏଠାରେ କୌଣସି ଫାଣ୍ଡି ଅଧିକାରୀଙ୍କୁ ନିଯୁକ୍ତି ମିଳିନାହିଁ । ଫାଣ୍ଡି ଏବେ ୪ ଜଣ କନେଷ୍ଟବଳଙ୍କ ଭରସାରେ ଚାଲିଥିବା ବେଳେ ଫାଣ୍ଡିକୁ ଆସୁଥିବା ବିଭିନ୍ନ ମାମଲା ପାଇଁ ଅଭିଯୋଗକାରୀଙ୍କୁ ଥାନାକୁ ଯିବାକୁ ପଡୁଛି । ରାଜପଥ ଲୁଟେରା ବର୍ତମାନ ବହୁ ସକ୍ରିୟ ହୋଇ ପଡିଛନ୍ତି । ଜାରକା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ମାସେ ହେଲା ଫାଣ୍ଡି ଅଧିକାରୀ ଖାଲି ପଡ଼ିବା ବୁଦ୍ଧିଜୀବୀ ମହଲ ନାପସନ୍ଦ କରିବା ସହିତ ତୁରନ୍ତ ଫାଣ୍ଡିରେ ଅଧିକାରୀ ନିଯୁକ୍ତି କରିବା ପାଇଁ ଦାବି କରିଛନ୍ତି ।