ଡ୍ରେନ ମୁହଁ ବନ୍ଦ; ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି


ାା ପ୍ରଭାନୁ୍ୟଜ ।ା ଜାରକା: ଡ଼୍ରେନ ଅଛି ହେଲେ, ମୁହଁ ବନ୍ଦ । ଆଉ ଡ଼୍ରେନ ମୁହଁ ବନ୍ଦ କାରଣରୁ ଧର୍ମଶାଳା ବ୍ଲକ ଶାନ୍ତିବଜାର ଠାରୁ ଜାରକା ବସ ଷ୍ଟାଣ୍ଡକୁ ପଡ଼ିଥିବା ରାସ୍ତାରେ ଲହଡ଼ି ମାରୁଛି ବର୍ଷାପାଣି । ଯାହାଫଳରେ ଯାତାୟତରେ ଅସୁବିଧା ହେଉଛନ୍ତି ସଧାରଣ ଜନତା । ଜାରକା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି ଜନ ସଂଖ୍ୟା ସେଥିପାଇଁ ରହିବା ପାଇଁ ବଢ଼ି ଚାଲିଛି ଘର ନିର୍ମାଣ । ବିଭିନ୍ନ ଖାଲୁଆ ସ୍ଥାନକୁ ପୋତି ଘର ନିର୍ମାଣ କରାଯାଉଛି । ଯେଁଉ ଭଳି ଭାବେ ଛତୁ ଫୁଟିବା ଭଳି ଘର ନିର୍ମାଣ କରାଯାଉଛି ପ୍ରଶାସନ ପକ୍ଷରୁ ବର୍ଷା ପାଣି ନିଷ୍କାସନ ପାଇଁ କରାଯାଉନାହିଁ । ସଠିକ ଡ୍ରେନ ନିର୍ମାଣ ବ୍ୟବସ୍ଥା ନଥିବାରୁ ବର୍ଷା ପାଣି ନିସ୍କାସନ ହେଉଛି । ବ୍ୟସ୍ତବହୁଳ ଏହି ରାସ୍ତାଟି ସବୁ ବେଳେ ଭିଡ ଦେଖିବାକୁ ମିଳିଥାଏ । ରାସ୍ତାଟି୧୬ନମ୍ୱର ଜାତୀୟ ରାଜପଥ ଠାରୁ ଗୋପବନ୍ଧୁ ଛକ ମଧ୍ୟ ଦେଇ ଧର୍ମଶାଳା ପୁଲିସ ଓ ଷ୍ଟେସନ ମେଡ଼ିକାଲକୁ ସଂଯୋଗ କରିଛି । ସେହିପରି କାଏମା ପଟରୁ ଆସିବା ସମୟରେ ଧର୍ମଶାଳା ମହାବିଦ୍ୟାଳୟ, ସ୍କୁଲ୍, ଧର୍ମଶାଳା ବ୍ଲକ୍, ମିନି ଷ୍ଟାଡିୟମ୍ ଭଳି ଅନେକ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନକୁ ଏରାସ୍ତା ସଂଯୋଗ କରୁଥିବାରୁ ନିଜ ନିଜ କାମରେ ପ୍ରତେକ ଦିନ ହଜାର ହଜାର ଲୋକ ଏବଂ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ଯିବା ଆସିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଏଠାରେ ଡ୍ରେନ ବ୍ୟବସ୍ଥା ରହିଛି କିନ୍ତୁ ଜଳ ନିଷ୍କାସନ ପାଇଁ କାମରେ ଆସୁନି ।
 ଗୋପବନ୍ଧୁ ଛକ ଠାରୁ ଶାନ୍ତି ବଜାର ଛକ ଯାଏ ରାସ୍ତା ନିର୍ମାଣ କରାଯିବା ସମୟରେ ଏହାର ଏକ ପାଶ୍ୱର୍ରେ ଡ୍ରେନ ବ୍ୟବସ୍ଥା କରା ଯାଇଥିଲା । କିନ୍ତୁ ଡ୍ରେନଟି ସଠିକ୍ ଢ଼ଙ୍ଗରେ କରା ଯାଇନଥିଲା । ଯାହା ଫଳରେ ପାଣି ନିଷ୍କାସନ ସଠିକ ଭାବେ ହୋଇ ନପାରି ରାସ୍ତା ଉପରେ ଲହଡ଼ି ମାରେ । ଏହାର ଉଭୟ ପାଶ୍ୱର୍ରେ ଅନେକ ବ୍ୟବସାୟୀ ପ୍ରତିଷ୍ଠାନ ଥିବାରୁ ଆସୁଥିବା ଗ୍ରାହକ ଅସୁବିଧାର ସମ୍ମୁଖୀନ ହୋଇ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି । ତେଣୁ ପ୍ରଶାସନ ଏହା ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।