ବିପର୍ଯ୍ୟୟ ପରିଚାଳନା କର୍ମଶାଳା 

ବୈଶିଙ୍ଗା:  ବୈଶିଙ୍ଗା ଉପକଣ୍ଠ ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟ ଅଭ୍ୟର୍ଥନା ଗୃହରେ ଜିଲ୍ଲା ପ୍ରଶାସନ ଓ ଏନ୍ଡିଆର୍ଏଫ୍, କଟକ ମିଳିତ ଆନୁକୂଲ୍ୟରେ ବିପର୍ଯ୍ୟୟ ଦିବସ ପରିଚାଳନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମହାତ୍ମାଗାନ୍ଧୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ. ମମତା ସାହୁଙ୍କ  ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ମୁଖ୍ୟଅତିଥି ଭାବେ ବେତନଟୀ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଗନ ବିହାରୀ ବେହେରା, ମୁଖ୍ୟବକ୍ତା ଭାବେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜଗବନ୍ଧୁ ମହାନ୍ତି, ସ୍ୱତନ୍ତ୍ର ଅତିଥି ଭାବେ ଏନ୍ଡିଆର୍ଏଫ୍ ସବ୍ଇନସପେକ୍ଟର ବାହାଦୁର ସିଂ ଏବଂ ସମ୍ମାନିତ ଅତିଥି ଭାବେ ଫୋର୍ଡÿର ସମ୍ପାଦକ ସନ୍ତୋଷ କୁମାର ଖଣ୍ଡା ପ୍ରମୁଖ ଯୋଗ ଦେଇ କର୍ମଶାଳାକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜକୁ ସୁରକ୍ଷିତ ରଖିବା ସହ ଜନ ସାଧାରଣଙ୍କୁ କିପରି ସାହସର ସହିତ ରକ୍ଷା କରିପାରିବା ସେଥିନିମନ୍ତେ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟ ଅଧିକ ପରିମାଣରେ ହେବାକୁ ଯାଉଛି, ସେଥିପାଇଁ ସମସ୍ତେ ପରିବେଶର ସନ୍ତୁଳନ ପାଇଁ ବର୍ଯ୍ୟବସ୍ତୁକୁ ସୁବିନିଯୋଗ କରିବା ସହିତ ନିଜ ପରିବାରର ବିଭିନ୍ନ ଶୁଭ କାର୍ଯ୍ୟରେ ଗୋଟିଏ ଲେଖାଏଁ ବୃକ୍ଷରୋପଣ କରିବା ପାଇଁ ଅତିଥିବୃନ୍ଦ ମତ ପ୍ରକାଶ କରିଥିଲେ ।  ମହାତ୍ମା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ପର୍ଶୁରାମ ଦାସ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ଉପରେ ଆଲୋକପାତ କରାଇବା ସହ ଏନ୍ଡିଆର୍ଏଫ ଟିମ୍ର ଏଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ  ଅଂଶଗ୍ରହଣ କରିଥିଲେ । ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅନାନ୍ୟ କର୍ମଚାରୀ ବୃନ୍ଦ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।