ଜନଶୁଣାଣି ଶିବିର
ତାଳଚେର: ଜିଲ୍ଲାପାଳ ଅବଦୁଲ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ତାଳଚେର ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଯୋଗ ଦେଇଥିଲେ । ଜନଶୁଣାଣି ଶିବରରେ ସମୁଦାୟ ୧୧୩ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୮୦ଟି ବ୍ୟକ୍ତିଗତ ହୋଇଥିବାବେଳେ ୩୩ଟି ଗ୍ରାମ୍ୟଭିତ୍ତିକ ଅଭିଯୋଗ ଶୁଣାଣି ହୋଇଥିଲା । ଏବଂ ୩ଟି ଅଭିଯୋଗର ଫଇସଲା ତୁରନ୍ତ କରାଯାଇଥିଲା । ରେଡ୍କ୍ରସ ପାଣ୍ଠିରୁ ୨ଜଣଙ୍କୁ ୧୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଉଦୟ ମହାପାତ୍ର, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ହେମନ୍ତ କୁମାର ସିଂହ, ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଶିବାନନ୍ଦ ମହାନ୍ତି, ତାଳଚେର ଉପଜିଲ୍ଲାପାଳ ସମୀର ଜେନା, ଜିଲ୍ଲା ଶିକ୍ଷାଧିକାରିଣୀ ସୁସ୍ମିତା ସାହୁ, ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ନିରୁପମା ପାଣି, ଜିଲ୍ଲା ସାମାଜିକ ଅଧିକାରୀ ନାରାୟଣ ମହାପାତ୍ର, ତାଳଚେର ତହସିଲଦାର ରୋଜାଲିନ ବେହେରା, ଜିଲ୍ଳା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ନିରୋଜ ଦାସଙ୍କ ସମେତ ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ । ସେହିପରି ଅନୁଗୋଳ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପି୍ରତିମୟୀଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୨୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା ।