ବିପର୍ଯ୍ୟୟ ପରିଚାଳନା କର୍ମଶାଳା ଉଦ୍ୟାପିତ

 ବଡସାହି:  ବଡ଼ସାହି ବ୍ଲକ ଅନ୍ତର୍ଗତ ଶାଳଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ଓ ଏନଡିଆର୍ଏଫ୍ କଟକ ମିଳିତ ଆନୁକୂଲ୍ୟରେ ବିପର୍ଯ୍ୟୟ ପରିଚାଳନା କର୍ମଶାଳା (ଫାମେକ୍ସ) ଉଦ୍ୟାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫୋର୍ଡର ସନ୍ତୋଷ କୁମାର ଖଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ବେହେରା ପୌରୋହିତ୍ୟ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ବାହାଦୂର ସିଂ ଏନଡିଆର୍ଏଫର କମାଣ୍ଡର, ସ୍ୱତନ୍ତ୍ର ଅତିଥି ଭାବେ ଜଗବନ୍ଧୁ ମହାନ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମୁଖ୍ୟବକ୍ତା ଭାବେ ସରୋଜ କୁମାର ବେହେରା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ସମ୍ମାନୀୟ ଅତିଥି ଭାବେ କାର୍ତ୍ତିକ ଚନ୍ଦ୍ର ସିଂ ସରପଞ୍ଚ ଶାଳଗାଁ ଗ୍ରା.ପ, ପ୍ରଫୁଲ୍ଲ କୁମାର ମହାଳିକ ସମାଜସେବୀ, କାଳିଚରଣ ସିଂ ବନ୍ୟା ଆଶ୍ରୟସ୍ଥଳୀ କମିଟିର ସମ୍ପାଦକ ଯୋଗ ଦେଇଥିଲେ । ଏନଡିଆର୍ଏଫ ଟିମ୍ର ସଦସ୍ୟମାନେ ଆଶୁ ଚିକିତ୍ସା, ବନ୍ୟା, ବାତ୍ୟା, ଭୂମିକମ୍ପ, ସର୍ପଘାତ, ଅଗ୍ନି, ଘଡ଼ଘଡି ଇତ୍ୟାଦି ବିଷୟରେ ସଚେତନ କରାଇ ବିଭିନ୍ନ ପ୍ରକାର କୌଶଳ ପ୍ରଦର୍ଶନ କରାଇଥିଲେ ।  ସର୍ବଶେଷରେ ସଂକଳ୍ପ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ପ୍ରଦୀପ କୁମାର ଦାସ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକଶିକ୍ଷିୟତ୍ରୀ, ଅଙ୍ଗନବାଡ଼ି କର୍ମୀ, ଆଶା, ଓ ବନ୍ୟା ଆଶ୍ରୟସ୍ଥଳୀ କମିଟିର ସଦସ୍ୟ ସଦସ୍ୟା, ପ୍ରାଥମିକ ଚିକିତ୍ସା, ଉଦ୍ଧାରକାରୀ ଦଳ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ତାଲିମ ନେଇଥିଲେ ।