ଦୁର୍ଘଟଣାରେ ଯୁବକ ଗୁରୁତର
କବାଟବନ୍ଧ : ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥର ବାଲିସାହି ଛକ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଯୁବକ ଜେନାପୁର ଥାନା ଅନ୍ତର୍ଗତ ସୋରାଇ ଗ୍ରାମର ସ୍ୱର୍ଗତ କୁଞ୍ଜ ବିହାରୀ ନାୟକଙ୍କ ପୁଅ ଅରୁଆ (୨୭) ହୋଇଥିବା ବେଳେ ଅପରାହ୍ନରେ ଘରୁ ପିଙ୍ଗୁଆ ଅଞ୍ଚଳରେ ଥିବା ସମ୍ପର୍କୀୟ ଘରକୁ ଯାଉଥିଲେ । ଜାତୀୟ ରାଜପଥରେ ଯାଉଥିବା ସମୟରେ ବାଲିସାହି ନିକଟରେ ଏକ ହମ୍ପସ ଉପରେ ଭାରଶ୍ୟାମ ହରାଇ ବାଇକରୁ ଛିଟିକି ପଡ଼ିଥିଲେ । ଫଳରେ ରାସ୍ତା କଡ଼ରେ ଥିବା ଡ୍ରେନ ସ୍ଲାବ ଉପରେ ପଡି ଗୁରୁତର ହୋଇଥିଲେ । ପ୍ରଥମେ ଧର୍ମଶାଳା ପରେ କଟକ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ଅରୁଆ ।