ମିଶ୍ରିଲାଲ କମ୍ପାନୀ ଘମଣ୍ଡ ପଛର ନାୟକ କିଏ?
ାା ପ୍ରଭାନୁ୍ୟଜାା ଯଖପୁରା,:ଶିଳ୍ପ ହେଲେ ନିଯୁକ୍ତି ମିଳିବ, ଅଞ୍ଚଳର ବିକାଶ ଘଟିବ । ଅର୍ଥନୈତିକ ଅଭିବୃଦ୍ଧି ଘଟିବ । ସେଥିପାଇଁ ସରକାର ଶିଳ୍ପକୁ ସ୍ୱାଗତ କରୁଥିବା ବେଳେ ଅଞ୍ଚଳବାସୀ ମଧ୍ୟ କିଛି ପ୍ରତିଶ୍ରୁତି ଆଧାରରେ ଶିଳ୍ପକୁ ସମର୍ଥନ କରିଥାନ୍ତି । କିନ୍ତୁ ଶିଳ୍ପ ସ୍ଥାପନ କରିବା ପରେ ସରକାର ଶିଳ୍ପପତି କରିଥିବା ଚୁକ୍ତି ମତେ କାର୍ଯ୍ୟ କରୁଛି କି ନାହିଁ ତାହା ଦେଖୁନଥିବା ବେଳେ ଶିଳ୍ପ ପରିଚାଳକଙ୍କ ଘମଣ୍ଡ ବଢିଯାଇଥାଏ । ଯାହାର ଉଦାହରଣ ହେଉଛି ମିଶି୍ରଲାଲ କମ୍ପାନୀ । କାରଖାନା ପ୍ରତିଷ୍ଠା ପୂର୍ବରୁ ପାରିପାର୍ଶ୍ୱିକ ଉନ୍ନତି ହେଉ ଅଥବା ନିର୍ଦ୍ଧିଷ୍ଟ କମ୍ପାନୀ ସକାଶେ ସାଧାରଣ ଲୋକଙ୍କ ହେଉଥିବା ଅସୁବିଧାର ସମାଧାନ କରିବା ପାଇଁ ସରକାର ସହିତ ଚୁକ୍ତି କରିଥିବା ଇମ୍ପା ବିଭିନ୍ନ କୌଶଳ ଆପଣାଇ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଅଣଦେଖା କରିଚାଲିଛି । ବିଭିନ୍ନ ଆଳରେ କାରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଧମକ ଚମକ ଦିଆଯାଇ ପାଟି ଚୁପ୍ କରାଯାଉଛି । ଫଳରେ ବିଭିନ୍ନ ସମସ୍ୟା ପାଇଁ କମ୍ପାନୀ ବିପଦରେ ପଡୁଛି ଏବଂ ସ୍ଥାନୀୟ ଲୋକଙ୍କର ଆକ୍ରୋଶର ଶୀକାର ହେଉଛି । ଏଥିଯୋଗୁ କମ୍ପାନୀ ବଦନାମ୍ ମୁଣ୍ଡାଉଛି । ପଙ୍କପାଳ ମୌଜାରେ ଅବସ୍ଥିତ ମିଶ୍ରିଲାଲ୍ କାରଖାନା ଅନେକ କାରଣ ପାଇଁ ଖବରର ଶିରୋନାମା ହୋଇଛି । କମ୍ପାନୀର କିଛି ନ୍ୟସ୍ତସ୍ୱାର୍ଥ ଅଧିକାରୀ କାରଖାନାରେ ନିଜର ଦବଦବା ପାଇଁ କିଛି ବି କରିପାରୁଛନ୍ତି । କମ୍ପାନୀର ମାଲିକ ପାଖରେ ଭଲେଇ ହେବା ପାଇଁ ବିଭିନ୍ନ ସମସ୍ୟାକୁ ଅଣଦେଖା କରୁଛନ୍ତି । ଫଳରେ କମ୍ପାନୀ ଅଯଥାରେ ବଦନାମ୍ ହେଉଛି । ଜନୈକ ଅଧିକାରୀ ଅନେକ କଥାରେ କମ୍ପାନୀକୁ ପଦାରେ ପକାଉଛନ୍ତି । ସେହି ଅଧିକାରୀଙ୍କ ନିଦେ୍ର୍ଦଶରେ କାରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କ ସମସ୍ୟାକୁ ଅଣଦେଖା କରାଯାଉଛି । କାରଖାନା ପରିସର ମଧ୍ୟରେ କୌଣସି କର୍ମଚାରୀଙ୍କ ଅଘଟଣ ଘଟିଲେ ଅଥବା ମୃତୁ୍ୟ ହେଲେ ଶ୍ରମିକ ମାନଙ୍କୁ ତାଙ୍କର ହକ୍ ତାଙ୍କୁ ମିଳିପାରିନାହିଁ । ଅତୀତରେ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମୃତୁ୍ୟ ପରେ ଏପର୍ଯ୍ୟନ୍ତ ତାଙ୍କ ପତ୍ନୀ ବା ତାଙ୍କ ପରିବାରର ସଦସ୍ୟଙ୍କୁ କମ୍ପାନୀରେ ନିଯୁକ୍ତି ମିଳିପାରିନାହିଁ । ଫଳରେ କମ୍ପାନୀ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶୀକାର ହେଉଛି । ସେହିପରି କମ୍ପାନୀ ପକ୍ଷରୁ ଅତୀତରେ ହୋଇଥିବା ଜନଶୁଣାଣୀରେ ଯେଉଁ ବିବାଦ ଦେଖାଦେଇଥିଲା ତାହା ପଛର ମୁଖ୍ୟ ନାୟକ ଥିଲେ ଉକ୍ତ ଅଧିକାରୀ । ଏବେ ସଦ୍ୟ ବର୍ଦ୍ଧିତ ଦରମା ପାଇଁ କାରଖାନା ମଧ୍ୟରେ ଯେଉଁ ଶ୍ରମିକ ଅଶାନ୍ତି ଦେଖାଦେଇଛି ତା ପଛରେ ସଂପୃକ୍ତ ଅଧିକାରୀଙ୍କ ପ୍ରଚ୍ଛନ୍ନ ହାତ ରହିଛି ବୋଲି ଆଲୋଚନା ହେଉଛି । କିଛି ଦିନ ପୂର୍ବରୁ କାରଖାନା ମଧ୍ୟରେ କାର୍ଯ୍ୟ କରୁଥିବା ବେଳେ ପଙ୍କପାଳ ଗ୍ରାମର ଜଣେ ଶ୍ରମିକ ହାତ ଜଳିଗଲା । ଫଳରେ ଶ୍ରମିକ ଜଣକୁ ତାଙ୍କ ହାତ ହରାଇବାକୁ ପଡ଼ିଥିଲା । ମାତ୍ର ତାକୁ ସମାଧାନ ନକରି ଅଧିକାରୀ ତାକୁ ଆଡେଇ ଯାଇଥିଲେ । ଫଳରେ କମ୍ପାନୀକୁ ସେଥିପାଇଁ ବଦନାମ୍ ହେବାକୁ ପଡ଼ିଛି । ସେହିପରି କାରଖାନା ନିର୍ମାଣ ହେବାର ୧୫ ବର୍ଷ ବିତିଯାଇଥିଲେ ମଧ୍ୟ ପାଣିର ସୁବିଧା ହୋଇପରିଲାନହିଁ । କମ୍ପାନୀ ଅତି ଗଭୀର ଜଳ ବ୍ୟବହାର କରିବା ପାଇଁ ଛଅ ୬ଟା ବୋରୱେଲ୍ କରି କାରଖାନାରେ ପାଣିର ଅଭାବଦୂର କରୁଛି ସତ କିନ୍ତୁ ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଅସମୟରେ ପାଣିର ଘୋର ଅଭାବ ପରିଲକ୍ଷିତ ହେଉଛି । ଯାହା ପାଇଁ ମିଶ୍ରିଲାଲ୍ କମ୍ପାନୀକୁ ଦାୟୀ କରାଯାଉଛି । ସଦ୍ୟ ତିନି ଚାରି ଦିନ ପୂର୍ବରୁ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ସାମାନ୍ୟ ଭୁଲ ପାଇଁ ସଂପୃକ୍ତ ଅଧିକାରୀ ନିଜର କ୍ଷମତା ଉପଯୋଗ କରି ଛଟେଇ କରିଦେଇଛନ୍ତି । ଯାହାକୁ ନେଇ ଅଶାନ୍ତି ଦେଖାଦେଇଛି । ସେହିପରି କମ୍ପାନୀର ପାରିପାର୍ଶ୍ୱିକ ଅଞ୍ଚଳରେ ଉନ୍ନତି କରିବାକୁ ନେଇ କମ୍ପାନୀ ବଦନାମ୍ ହେଉଛି । ଏସବୁ ପଛରେ ସେହି ଅଧିକାରୀଙ୍କ ବଡ଼ ହାତ ରହିଛି । କମ୍ପାନୀରେ ଯେତେ ସବୁ ଅସୁବିଧା ହେଉଛି ଜନୈକ ଅଧିକାରୀ ଜଣକ କୌଣସି ନା କୌଣସି ବାହାନାରେ ଦେଖାଇ ଆଡେଇ ଯାଉଥିବାର ଦେଖିବାକୁ ମିଳୁଛି । ପରବର୍ତ୍ତି ମୁହୂର୍ତ୍ତରେ କୌଣସି ସୂତ୍ରରୁ ଉପର ଅଧିକାରୀ ହେଉ ଅଥବା ଅସାଧୁ ଅଧିକାରୀଙ୍କୁ ହାତବାରିଶୀ କରି ଉଧୁରି ଯାଉଛନ୍ତି । କମ୍ପାନୀ ମାଲିକ ପାଖରେ ସଫସୁତୁରା ହେବା ପାଇଁ ବିଭିନ୍ନ ଅସାଧୁ କୌଶଳ ଆପଣାଉଛନ୍ତି । ଫଳରେ ସେ ସିନା କମ୍ପାନୀ ମାଲିକ ପାଖରେ ଭଲେଇ ହେଉଛନ୍ତି କିନ୍ତୁ କାରଖାନା ବିଭିନ୍ନ ଦୁର୍ନାମ ମୁଣ୍ଡÿାଉଛି । କମ୍ପାନୀକୁ ଯଦି ନିରୀଖି କରି ଦେଖାଯାଏ ତେବେ ସଂପୃକ୍ତ ଅଧିକାରୀ ଜଣକ କମ୍ପାନୀ ମାଲିକ ଭାଇ ମାନଙ୍କ ଅଥବା ଜୈନ ବ୍ରଦର୍ସ ସଂପତିଭାଗ ବଣ୍ଟାରେ ମଧ୍ୟ ଚଞ୍ଚକତା କରି ମୁଣ୍ଡ ପୁରାଇଥିଲେ ବୋଲି ଏବେ କମ୍ପାନୀ ଭିତର ଓ ବାହାରେ ଆଲୋଚନା ହେଉଛି । ଅଧିକାରୀ ଜଣକ ଚତୁରତାର ସହ କମ୍ପାନୀକୁ ବଦନାମ୍ କରି ନିଜର ଫାଇଦା ବଢାଇବାରେ ଲାଗିଛନ୍ତି । ଆଗାମୀ ଦିନରେ ଯଦି କମ୍ପାନୀ ମାଲିକ ହୁଅନ୍ତୁ ଅଥବା ଉଚ୍ଚ ପଦସ୍ଥ ଅଧିକାରୀ ଏହାକୁ ଗୁରୁତର ସହ ନ ନିଅନ୍ତି ଏଥିପାଇଁ କମ୍ପାନୀକୁ ବହୁମୂଲ୍ୟ ଦେବାକୁ ପଡ଼ିବ ।