ରାସ୍ତାରେ ଗର୍ତ୍ତ, ବିପଦପୂର୍ଣ୍ଣ ଗମନାଗମନ
ଭଣ୍ଡାରିପୋଖରୀରୁ ରାଜେନ୍ଦ୍ର ଶତପଥୀ: ଭଣ୍ଡାରିପୋଖରୀ ବ୍ଲକ ପୂର୍ତ୍ତ ବିଭାଗ ରାସ୍ତାର ମାଳଦା ସ୍କୁଲ ଠାରୁ ମଞ୍ଜୁରୀ ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତାଟି ଏବେ ଏକପ୍ରକାର ଜରାଜୀର୍ଣ୍ଣ ପାଲଟିଛି କହିଲେ ଅତୁ୍ୟକ୍ତି ହେବ ନାହିଁ । ଗ୍ରାମ୍ୟ ଉନ୍ନୟନ ବିଭାଗ ହାତରେ ଥିବା ଉକ୍ତ ରାସ୍ତାର ୈର୍ଘ୍ୟ ପ୍ରାୟ ୫କିମିରୁ ଅଧିକ ହେବ । ସମ୍ପୂର୍ଣ୍ଣ ରାସ୍ତାକୁ ଦୁଇ ଖଣ୍ଡରେ ବିଭକ୍ତ କରାଯାଇଥିବା ବେଳେ ଗୋଟିଏ ଅଂଶକୁ ଜୋରାଗଡ଼ିଆ ଭାଟଣା ଓ ଅନ୍ୟ ଅଂଶଟିକୁ ସିମିଳିଆ-ମାଳିପଦୀ ରାସ୍ତାରେ ନାମିତ କରାଯାଇଛି । ମଞ୍ଜୁରୀ ଠାରୁ ସିମିଳିଆ ରାସ୍ତା ଯାଏଁ କେନାଲ ବନ୍ଧରେ ନିର୍ମାଣ ହୋଇଥିବା ରାସ୍ତାଟି କେବେ ଠାରୁ ଶିରି ଛାଡ଼ିଗଲାଣି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାସ୍ତାଟି ନିର୍ମାଣ ହୋଇଥିବା ବେଳେ ଦୁଇତିନି ବର୍ଷ ହେବ ଏହା ଉପରୁ ପିଚ ଉଠି ପଡ଼ିଥିବା ଡଷ୍ଟ ଉଡିଗଲାଣି । କେବଳ ମେଣ୍ଟାଲ ଓ ଖାଲଖମାରେ ଭର୍ତ୍ତି ହୋଇଯାଇଛି ଉକ୍ତ ରାସ୍ତା । ସେହିଭଳି ଜୋରାଗଡିଆ -ଭାଟଣା ଅଂଶ ରାସ୍ତାରେ ଗମନାଗମନ କରିବା ଏବେ ପଥଚାରୀଙ୍କ ପାଇଁ ବିପଦ ସଂକୁଳ ପାଲଟିଛି । ବିଶେଷ କରି ସର୍ତ୍ତା ନାଳ କୂଳେ କୂଳେ ଏହି ରାସ୍ତାଟି ସମ୍ପୂର୍ଣ୍ଣ କଂକ୍ରିଟ ନିର୍ମାଣ ହୋଇଥିବା ବେଳେ ଏବେବି ସୁଦ୍ଧା ଅନେକ ଅଂଶ ଅକ୍ଷୁର୍ଣ୍ଣ ରହିଛି । ଏହାସତ୍ୱେ କଲ୍ୟାଣପୁର ନିକଟ ଏକ କଲଭର୍ଟ ସ୍ଥାନରେ ଦୀର୍ଘ ଆଠ ଦଶ ମାସ ହେବ ଗୋଟିଏ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ଏହାର ମରାମତି ପାଇଁ ବିଭାଗ ଦୃଷ୍ଟି ଦେଉନାହିଁ । ରାତିପାହିଲେ ଏହି ରାସ୍ତା ଦେଇ ୫/୭ଖଣ୍ଡି ଗ୍ରାମର ଲୋକ ମାଳଦା ବଜାର ସମେତ ଭଣ୍ଡାରିପୋଖରୀ ଓ ଯାଜପୁର ସହରକୁ ଯାତାୟତ କରିଥାନ୍ତି । ଏହାଛଡା ସ୍କୁଲ, କଲେଜ ଛାତ୍ରଛାତ୍ରୀ ମଧ୍ୟ ୈନନ୍ଦିନ ଗମନାଗମନ କରିଥାନ୍ତି । ସୃଷ୍ଟି ହୋଇଥିବା ଗର୍ତ୍ତ ଏତେ ବୃହତ୍ତ ଯେ ଏହାଭିତରକୁ ଗାଈଗୋରୁ କିମ୍ବା ମଣିଷ ହେଉ ପଶିଯିବା ଅସମ୍ଭବ ନୁହେଁ । ଅନେକ ସମୟରେ ସାଇକେଲ ଓ ମୋଟର ସାଇକେଲ ଆରୋହୀ ମାନେ ଏହି ଗର୍ତ୍ତରେ ପଡି ଆହତ ହେଉଥିବା ଖବର ମଧ୍ୟ ହସ୍ତଗତ ହୋଇଛି । ବିଶେଷ କରି ରାତିବେଳା ବଜାର ଘାଟରୁ ଫେରୁଥିବା ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି । ଏହାର ମରାମତି ପାଇଁ ସ୍ଥାନୀୟ ଲୋକେ ଦୁଇତିନି ମାସ ହେବ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ତାହା ଏଯାଏଁ ସମ୍ଭବ ହୋଇପାରିନାହିଁ । ରାସ୍ତା ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ମତାମତ ନେବାରୁ ସେ ଗର୍ତ୍ତ ବିଷୟରେ ଅବଗତ ଥିବା ବେଳେ ଦୁର୍ଗା ପୂଜା ପୂର୍ବରୁ ଏହାର ସ୍ଥାୟୀ ମରାମତି ହୋଇଯିବ ବୋଲି କହିଛନ୍ତି ।