ବିବେକାନନ୍ଦ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ
ବାଲିଅନ୍ତା: ବାଳକାଟୀ ସ୍ଥିତ ଜାମୁ ତୋଟା ସ୍କୁଲରେ ବିବେକାନନ୍ଦ ପଦ୍ଲିକ ସ୍କୁଲର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛ । ଏଥିରେ ମୁଖ୍ୟଅତିଥି ଶିକ୍ଷାବିତ ବିଧୁଭୂଷଣ ପଟ୍ଟନାୟକ, ଚଳଚିତ୍ର ସଂଳାପ ଲେଖକ ଡ. ରଜନୀ ରଞ୍ଜନ ଦାଶ, ଶିକ୍ଷାବିତ ଜୟନ୍ତ ମହାନ୍ତି, ହାସ୍ୟ ଅଭିନେତା ସମ୍ୟରଞ୍ଜନ ପରିଡ଼ା, ସ୍ଥାନୀୟ ସମିତି ସଭ୍ୟ ଗଙ୍ଗାଧର ମାହାରୀ, ସରପଞ୍ଚ ରିନା ରାଣୀ ବେହେରା, ନାଏବ ସରପଞ୍ଚ ଅରୁଣ କୁମାର ସାହୁ, କଣ୍ଠଶିଳ୍ପୀ ଇପ୍ସିତା ପଣ୍ଡା, ସ୍କୁୁଲ ସମ୍ପାଦକ ଅଭିରାମ ସାହୁ, ସ୍କୁଲ କମିଟି ସଭ୍ୟ ସନ୍ତୋଷ ସାହୁ , ବସନ୍ତ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ପ୍ରଥମ ପର୍ଯ୍ୟାୟରେ ପ୍ରଦୀପ ପ୍ରଜ୍ୱଳନ କରି ବାର୍ଷିକ ଉସôବଟିକୁ ଉଦଘାଟନ କରିଥିଲେ ।ଏହିପରିପେକ୍ଷିରେ ଡଃ ରଜନୀ ରଞ୍ଜନ ଦାଶ ସଭାର ସଭାପତିତ୍ୱ କରି ଛାତ୍ର ଛାତ୍ରୀ ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଓଡିଆଭାଷା ଓ ସାହିତ୍ୟ ପ୍ରତି ଭଲପାଇବା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପିଲା ମାନଙ୍କ ଶିକ୍ଷାର ଉପଦେୟତା ଉପରେ ଆଲୋକପାତ କରିଥିଲେ ଶିକ୍ଷାବିତ ବିଧୁଭୂଷଣ ପଟ୍ଟନାୟକ । ଶେଷରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା । ଶେଷରେ ସମସ୍ତ ଅତିଥିଙ୍କୁ ସ୍କୁଲର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।