ବିଞ୍ଝାରପୁରର "ମଧୁ' ବାସ୍ତବରେ କାହାର?
ବିଞ୍ଝାରପୁର: ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ରାଜନୈତିକ ଏବଂ ରାଜନୀତି ସହ ରୁଚି ରଖୁଥିବା ମହଲରେ ଯେଉଁ ଚର୍ଚ୍ଚାଟି ବେଶି ଚାଲିଛି, ତାହା ହେଲା ‘ମଧୁ’ କାହାର । ମଧୁ ନାମରେ ବେଶ୍ ପରିଚିତ ବ୍ୟକ୍ତିତ୍ୱ ହେଲେ ଗୁହାଳିର ଚନ୍ଦ୍ରଶେଖର ଧଳ । ଯାହାଙ୍କ ଫଟୋକୁ ବିଞ୍ଝାରପୁର କଂଗ୍ରେସ ଦଳୀୟ ବ୍ୟାନରରେ ସ୍ଥାନ ଦେଉଥିବା ବେଳେ ମଧୁଙ୍କୁ କିନ୍ତୁ ବିଜେପି ମେଳିରେ ଦେଖିବାକୁ ମିଳେ । ମଧୁ ଆବଶ୍ୟକ ବେଳେ ବିଜେଡିକୁ ସହଯୋଗ କରିଥାନ୍ତି ବୋଲି କୁହାଯାଏ । ଏହାହିଁ ମଧୁ କାହାର ବୋଲି ସାଧାରଣ ଜନତାଙ୍କୁ ଦ୍ୱନ୍ଦରେ ପକାଇଛି । କିନ୍ତୁ ମଧୁଙ୍କୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ଟଣା ଓଟରା ଚାଲିଛି । ବରୁଣେଶ୍ୱର ମେଳା ବିଜେପି ନମୋ-ଟିଷ୍ଟଲରେ ମଧୁ ନିଜେ ବସି ବିଜେପି କର୍ମୀ ଓ ନେତ୍ରୀ ବବିତା ମଲିକଙ୍କ ସହ ଚା ବାଂଟୁଥିବା ବେଳେ ମେଳାର ଶୁଭେଚ୍ଛା ବ୍ୟାନରରେ କଂଗ୍ରେସ ନେତ୍ରୀ କନକଲତା ମାଲିକ୍ଙ୍କ ବ୍ୟାନରରେ ବି ମଧୁଙ୍କ ଫଟୋକୁ ନେଇ ଅନେକ ସଂଦେହ ବଢିଥିଲା । ବିଞ୍ଝାରପୁର ନୁହଁ ସାରା ରାଜ୍ୟରେ ବିଜେଡ଼ିର ରାଜ ଚାଲିଥିବା ବେଳେ ମଧୁ କିନ୍ତୁ କଂଗ୍ରେସ ରାଜନୀତିକୁ ପାଥେୟ କରି ନିଜ ଗୁହାଳି ପଞ୍ଚାୟତରେ ବିଜେଡ଼ିର ଦବଦବା ସତ୍ୱେ କଂଗ୍ରେସ୍ ସମର୍ଥôତ ସରପଞ୍ଚଙ୍କୁ ଲଗାତାର ବିଜୟ କରାଇ ପଂଚାୟତ ଦଖଲ କରିବାରେ ସକ୍ଷମ ହୋଇଥିଲେ । ଶେଷରେ ବିଜେଡି ପରାଜୟକୁ ଗ୍ରହଣ କରି ନପାରି ୨୦୧୭ ନିର୍ବାଚନରେ ଗୁହାଳି ପଞ୍ଚାୟତ ଦୁଇଭାଗ କରି ଦେଇଥିଲା । ତଥାପି ୨୦୧୭ରେ ବିଜେଡ଼ି ସରକାର ଓ ବିଧାୟିକା ପ୍ରମିଳା ମଲିକଙ୍କ ସମର୍ଥôତ ପ୍ରାର୍ଥô ମଧୁଙ୍କ ସମର୍ଥôତ ପ୍ରାର୍ଥୀ ନିକଟରେ ପରାଜୟ ହୋଇଥିଲା । ହେଲେ ସରପଂଚଙ୍କୁ ସରକାରୀ ସହାୟତାରୁ ବ୍ଲକ୍ରେ ବଞ୍ଚିତ ରଖାଯାଇଥିବା ବେଳେ ବିଜେଡ଼ି ଦଳୀୟ ଆଧାରରେ ପଂଚାୟତରେ କାର୍ଯ୍ୟକଲେ । ତଥାପି ମଧୁ ଲୋକଙ୍କୁ ସଠିକ୍ ସେବା ଯୋଗାଇ ଦେଉଥିଲେ । ୨୦୨୨ ପଂଚାୟତ ନିର୍ବାଚନରେ ମାତ୍ର କେତେ ଖଣ୍ଡ ଭୋଟରେ ମଧୁଙ୍କ ସମର୍ଥôତ ପ୍ରାଥୀ ପରାଜୟ ବରଣ କଲେ । ବର୍ତମାନର ବିଜେପି ନେତ୍ରୀ ବବିତା ମଲିକ, ଅମିୟ ମଲିକ ଯେତେ ବେଳେ କଂଗ୍ରେସରେ ନିର୍ବାଚନ ଲଢ଼ୁଥିଲେ ସେହି ସମୟରେ ମଧୁଙ୍କ ସହଯୋଗ ଅନେକ ରହି ଥିବା ଦେଖିବାକୁ ମିଳିଥିଲା । ହେଲେ ପରବର୍ତୀ ସମୟରେ ଅମିୟ ଓ ପରେ ବବିତା ମଧୁଙ୍କ ହାତ ଛାଡ଼ି ବିଜେପିରେ ଯୋଗ ଦେଇଥିବା ସତ୍ୱେ କଂଗ୍ରେସ୍ରୁ ମନ୍ମମଥ ଦାସଙ୍କୁ ମଧୁ ବିଞ୍ଝାରପୁରରେ ପ୍ରାର୍ଥô କରାଇ ଛିଡା କରାଇଲେ । ହେଲେ ବିଜେପିରୁ ଲଢ଼ୁଥିବା ବବିତାଙ୍କ ସମସ୍ତ ଡିଲ ମଧୁ ନିଜ ଯାଜପୁର ଘରେ ବସି କରୁଥିଲେ । କେଉଁ ପଂଚାୟତ ସମେତ କେଉଁ ବୁଥ ଆଉ କର୍ମୀଙ୍କୁ କେତେ ଖର୍ଚ୍ଚ ବହନ କରାଯିବ ତାହା ନିଷ୍ପତି ଥିଲା ମଧୁ ହିଁ କରୁଥିଲେ ବୋଲି ସେତେ ବେଳେ ଚର୍ଚ୍ଚା ଚାଲିଥିଲା ।ସବୁପରେ ୨୦୨୨ ପଂଚାୟତ ନିର୍ବାଚନରେ ମଧୁ କଂଗ୍ରେସ୍ରୁ କିଛି ପ୍ରାର୍ଥି ଦେଇ ମଧ୍ୟ ବିଜେପି ପ୍ରାର୍ଥିଙ୍କୁ ବି ଆର୍ଥôକ ସହଯୋଗ କରିଥିଲେ । ୨୦୨୪ ସାଧରଣ ନିର୍ବାଚନରେ କଂଗ୍ରେସ୍ରୁ କନକ ମଲିକଙ୍କୁ ଛିଡାକରି ନିର୍ବାଚନ ଲଢିଲେ ସତ କୁଆଡ଼େ କଂଗ୍ରେସ ଆଉ ବିଜେପିକୁ ମିଶାଇ ବିଜେଡ଼ିର ପ୍ରମିଳାଙ୍କୁ ହରାଇବା ପାଇଁ ଜୋରଦାର କାସରତ କରିଥିଲେ । ହେଲେ ଶେଷରେ ଉଭୟ କଂଗ୍ରେସ୍ ଆଉ ବିଜେପି ପରାଜୟ ହୋଇଥିଲେସତ କିନ୍ତୁ ରାଜ୍ୟରେ ବିଜେଡ଼ି ସରକାର ବଦଳି ବିଜେପି ସରକାର୍ ହୋଇଥିଲା । ନିଜ ପଞ୍ଚାୟତରେ କଂଗ୍ରେସ ଅପେକ୍ଷା ବିଜେପିକୁ ଅଧିକ ଭୋଟ ଆସୁଥିବା ପଛରେ କୁଆଡ଼େ ମଧୁଙ୍କ ରାଜନୈତିକ ଗୋଟି ଚାଳନା ବୋଲି କୁହାଯାଉଛି । ଏହାପରେ ମଧୁ କୁଆଡ଼େ ବିଜେପି ମୁହାଁ ହେଇଥିବା ଦେଖିବାକୁ ମିଳିଛି । ଗତ ଜାନୁଆରୀରେ ଅଂଚଳର ପ୍ରସିଦ୍ଧ ବରୁଣେଶ୍ୱର ମେଳାରେ ବିଜେପି ପକ୍ଷରୁ ଏକ ନମୋ-ଟି ଷ୍ଟଲରେ ମଧୁଙ୍କୁ ଦେଖିବାକୁ ମିଳିଥିଲା । ଠିକ ମେଳା ପ୍ରବେଶ ପଥରେ କଂଗ୍ରେସର ନେତ୍ରୀ କନକଲତା ମଲିକଙ୍କ ମକର ଶୁଭେଚ୍ଛା ଗେଟ୍ରେ ମଧୁଙ୍କ ଫଟୋକୁ ନେଇ ଚର୍ଚ୍ଚା ହୋଇଥିଲା । ବରୁଣେଶ୍ୱର ପଡିଆରେ କୁଆଡେ ବିଜେପିର ବଡ ନେତା ଆସି ଏକ ମିଶ୍ରଣ ସଭା ଆୟୋଜନ କରାଇ ମଧୁଙ୍କ ସମେତ ହଜାର କର୍ମୀ ସରପଞ୍ଚ ସମିତି ସଭ୍ୟ ମିଶିବାର କାର୍ଯ୍ୟକ୍ରମ ଥିବା ବେଳେ ବିଜେପିରେ ମିଶିଲେ ମଧୁଙ୍କ ପତିଆରା ବଢିଯିବା ସହ ତାଙ୍କ ପାଖରେ ସଙ୍ଗଠନ କରିବାର ବଳ ଥିବା ହେତୁ କର୍ମୀ ଭରପୁର ରହିବା ଆଶଙ୍କା କରି ଅନେକ ବାହାନାରେ ମିଶ୍ରଣ ପର୍ବକୁ ଗଡ଼ାଇ ଗଡ଼ାଇ ଚାଲୁଥିବା କିଛି ପୁରୁଣା ବିଜେପି କର୍ମୀ ଆଲୋଚନ କରୁଛନ୍ତି । ଏପଟେ ମଧୁ କୁଆଡ଼େ ବିଜେପି ସପକ୍ଷରେ କାମ କରୁଥିବା ପୁରା ଅଂଚଳ ଜାଣି ଥିବା ବେଳେ କଂଗ୍ରେସ କିନ୍ତୁ ମଧୁଙ୍କୁ ଛାଡ଼ିନି । ମଧୁ ବାବୁଙ୍କ ଜନ୍ମ ରାଜନୀତି କଂଗ୍ରେସ୍ରେ ସେ କଂଗ୍ରେସ୍ରେ ରହିବେ କୁଆଡ଼େ ଯିବେ ନି ବୋଲି ଆଶା ବନ୍ଧିଛନ୍ତି ଦଳୀୟ ନେତା । ଗତକାଲି ମହିଳା ଅସୁରକ୍ଷିତକୁ ନେଇ କଂଗ୍ରେସର ଏକ ମଶାଲ ଶୋଭାଯାତ୍ରା ବ୍ୟାନରରେ ମଧୁଙ୍କ ଫଟୋ ଲାଗିଥିବା ଦେଖିବାକୁ ମିଳିଛି । ଅନ୍ୟ ପଟେ ବିଜେଡ଼ିର ପ୍ରମିଳା ବି କୁହନ୍ତି ମଧୁ ଆମ ସରକାର ବେଳେ ଅନେକ ଗୁଡିଏ ସରକାରୀ ସଂସ୍ଥାର କାର୍ଯ୍ୟ କରୁଥିଲେ । ସେ ତାଙ୍କୁ ବି ସହଯୋଗ କରନ୍ତି । ବିଞ୍ଝାରପୁରରେ ଏହି ତିନି ଦଳଙ୍କ କଥାକୁ ଯଦି ତର୍ଜମା କରାଯାଏ ତେବେ "ମଧୁ’କହାର ସେ ନିଜେ ହିଁ ଜାଣିଥିବେ ।