ରାଜ୍ୟସ୍ତରୀୟ ସଖୀ ଓ ସହେଲୀ ସମ୍ମିଳନୀ
ପୁରୀ: ରାଜ୍ୟ ସରକାର ୟୁନିସେଫ୍ ଏବଂ ଆକ୍ସନ ଏଡ଼୍ ଆସୋସିଏସନ ଦ୍ୱାରା ଆୟୋଜିତ ଦୁଇ ଦିନିଆ ରାଜ୍ୟସ୍ତରୀୟ ସଖୀ ଓ ସହେଲୀ ସମ୍ମିଳନୀ ଉଦ୍ଘାଟିତ ହୋଇଛି । ସେମାନଙ୍କର ପ୍ରେରଣାଦାୟକ ଜୀବନ କାହାଣୀ, ଚ୍ୟାଲେଞ୍ଜ ଏବଂ ଆକାଂକ୍ଷା ବାଞ୍ଚôବା ପାଇଁ ଏହି ସମ୍ମିଳନୀ ଉଦ୍ଦିଷ୍ଟ । ଉଦ୍ଘାଟନୀ ଅଭିଭାଷଣରେ ଓଡ଼ିଶା ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଅନନ୍ତ ନାରାୟଣ ସିଂ ଲାଗୁରୀ ଯୋଗଦାନ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ, କିଶୋରୀଙ୍କ ଦ୍ୱାରା ପ୍ରଦର୍ଷିତ ସକରାତ୍ମକ ପ୍ରତିକ୍ରିୟା ଓ ନେତୃତ୍ତ୍ୱ ଗ୍ରହଣ କରିବାର ଦକ୍ଷତା ଅଦ୍ୱିକ । କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ହାସଲ ସହିତ ଏଥିରେ ଯୋଗଦେଇଥିବା କିଶୋରିଙ୍କ କାହାଣୀ ଓଡ଼ିଶାକୁ ଏକ ବାଲ୍ୟ ବିବାହ ମୁକ୍ତ ରାଜ୍ୟ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ ବୋଲି ସେ କହିଥିଲେ । ଓଡ଼ିଶାର ୟୁନିସେଫ୍ ମୁଖ୍ୟ କ୍ଷେତ୍ର ଅଧିକାରୀ ଉଇଲିୟମ୍ ହାନ୍ଲାନ୍ ଜୁନିୟର କିଶୋରିଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ୟୁନିସେଫ୍ ଏବଂ ଆକ୍ସନ ଏଡ଼୍ ମଧ୍ୟରେ ସମନ୍ୱୟ ଓ ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି ସମ୍ମିଳନୀର ଏକ ଗୁରୁତ୍ୱପୂର୍ଣ୍ଣ ଆକର୍ଷଣ ଥିଲା ଏକ ପ୍ରେରଣାଦାୟକ କାହାଣୀ ପୁସ୍ତକର ଉନ୍ମୋଚନ । ଯାହା ସାରା ରାଜ୍ୟରୁ ଆସିଥିବା ୫୦ଜଣ କିଶୋରି ଚମ୍ପିଅନ୍ଙ୍କ କାହାଣୀ ସହିତ ଏକ ଇନ୍ଫୋଗ୍ରାଫିକ୍ ବିବରଣୀ ଉନ୍ମୋଚିତ ହୋଇଥିଲା । ୨୦୧୭ ରୁ ୨୦୨୫ ପର୍ଯ୍ୟନ୍ତ ଅଦ୍ୱିକ । ସମ୍ମିଳନୀକୁ ଆକ୍ସନଏଡ଼୍ର ଜାତୀୟ ମୁଖ୍ୟ ଘାସୀରାମ ପଣ୍ଡା ପରିଚାଳନା କରିଥିଲେ । ଡିଏସଡବ୍ଲୁ୍ୟ ଓ ତନୁପ୍ରଭା ବେଉରା ଅତିଥିଭାବେ ଯୋଗଦେଇଥିଲେ । ଶେଷରେ ଆକ୍ସନଏଡ୍ର ପରିଚାଳକ ସୌରୀଶୋ ବୋଷ୍ ଧନ୍ୟବାଦ ଅର୍ପଣ କରିଥିଲେ ।